ନର୍ସ ନୀହାରିକା ହତ୍ୟା ଘଟଣା: ଏକାଧିକ ବ୍ୟକ୍ତି ସମ୍ପୃକ୍ତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୪।୧୦(ବ୍ୟୁରୋ): ନର୍ସ ନୀହାରିକା ହତ୍ୟା ଘଟଣାରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ମା’ ଓ ବାପା। ସେମାନେ ପୋଲିସର ଦୂର୍ବଳ ତଦନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଗୁରୁବାର ସେମାନେ ରାଜ୍ୟ ମାନବିକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନବିକ ଅଧିକାର କର୍ମୀ ପ୍ରଦୀପ୍ତ ନାୟକଙ୍କ ଜରିଆରେ ଏକ ପିଟିଶନ ଦାଖଲ କରିଛନ୍ତି। ନୀହାରିକାଙ୍କ ବାପା କହିଛନ୍ତି,ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ଅଭିଯୁକ୍ତ କିଶୋରଚନ୍ଦ୍ର ଆଞ୍ଚଳ ଆତ୍ମସର୍ମପଣ କରି ନ ଥିଲେ ପୋଲିସ ତାଙ୍କୁ ବି ଧରିପାରି ନ ଥାନ୍ତା। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ହେଲେ ସବୁକିଛି ପଦାକୁ ଆସିବ ବୋଲି ତାଙ୍କ ବାପା କହିଛନ୍ତି। ଏନେଇ ମାନବିକ ଅଧିକାରୀ ପ୍ରଦୀପ୍ତ ନାୟକ କହିଛନ୍ତି, ନୀହାରିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇଛି। ଏହାପରେ ତାଙ୍କୁ ଏକ ଘରେ ହତ୍ୟା କରାଯାଇ ବସ୍ତାରେ ପୂରାଇ ବିଲୁଆଖାଇ ନଦୀ ପଠାରେ ପିଙ୍ଗା ଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଠିକ୍‌ରେ କରିବାରେ ବିଫଳ ହୋଇଛି। ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ନୀହାରିକାଙ୍କ ମୃତଦେହ ନଦୀପଠାରୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ପେନ୍‌ସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ିବନି

ଭୁବନେଶ୍ୱର,୧।୧୨(ବନ୍ଦନା ସେଠୀ):ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଛି। ଏଣିକି ଅବସର ପରେ ପେନ୍‌ସନ୍‌ ପାଇବା ପାଇଁ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ...

ଆଇନ ଅମାନ୍ୟ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ୱର, ୧।୧୨ (ବନ୍ଦନା ସେଠୀ):ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଡମ୍ଫିଂୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ଭାଜପା ପକ୍ଷରୁ ଜାରି ରହିଥିବା ସତ୍ୟାଗ୍ରହ ଗୁରୁବାର ୩ୟ...

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ

ଭୁବନେଶ୍ୱର,୩୦ା୧୧: ଭିଜିଲାନ୍ସ ଜାଲରେ ଫସିଲେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଟିମ୍...

ଦୁର୍ଗନ୍ଧରେ ସହରବାସୀ, ନିରୁପାୟ ବିଏମ୍‌ସି

ଭୁବନେଶ୍ୱର,୩୦।୧୧(ବନ୍ଦନା ସେଠୀ): ରାସ୍ତା, ଘାଟ, ଗଳିକନ୍ଦି ସମେତ ପୂରା ସହର ବହୁଦିନ ହେବ ଦୁର୍ଗନ୍ଧରେ ଫାଟିପଡ଼ୁଛି। ଦୁର୍ଗନ୍ଧ ଏତେ ଉତ୍କଟ ହେଉଛି ଯେ ନାକରେ ହାତ...

ଘରୁ ଟଙ୍କା ନେଇଗଲେ କାମବାଲି, ସିସିଟିଭି ଫୁଟେଜ୍‌ ଭାଇରାଲ୍‌

ଭୁବନେଶ୍ୱର,୩୦।୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗାର ଥାନା ଅନ୍ତର୍ଗତ ଝାରପଡ଼ା ଜଗନ୍ନାଥନଗରରେ ଜଣଙ୍କ ଘରୁ କାମବାଲି ଟଙ୍କା ଚୋରି କରିଛନ୍ତି। ମହିଳା ଜଣକ ମାଲିକଙ୍କ ବେଡ୍‌ରୁମ୍‌ରେ ଥିବା...

୧ରୁ ହେବନି ବସ୍‌ ଧର୍ମଘଟ

ଭୁବନେଶ୍ୱର,୩୦।୧୧(ଅନିଲ ଦାସ): ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କର୍ମକର୍ତ୍ତା ଓ ରାଜ୍ୟ ସରକାରଙ୍କ ସହ ବୁଧବାର ହୋଇଥିବା ଆଲୋଚନା ସଫଳ ହୋଇଛି। ସଂଘ ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri