ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ ସେ ଟ୍ରିପଲ୍‌ ତଲାକ୍‌ ଏବଂ ମୁସ୍‌ଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ନିଜ ବିବୃତି ନେଇ ଦୁଃଖ ପ୍ରକାଶ କରିବା ପରେ ଏହାକୁ ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇ ବିଷ୍ଣୁଙ୍କ ବୟାନକୁ ବିଧାନସଭା ବିବାଣୀରୁ ବାଦ୍‌ ଦେଇଛନ୍ତି। ଆଗକୁ ଏ ସମ୍ପର୍କରେ କୌଣସି ଖବର ପ୍ରସାର ନ କରିବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ ବାଚସ୍ପତି ସଭାକାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ଦଳ ସଭ୍ୟ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍‌, ସନ୍ତୋଷ ସିଂହ ସାଲୁଜାଙ୍କ ସମେତ ଅନ୍ୟ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। କଂଗ୍ରେସ ସଭ୍ୟମାନେ ବିରୋଧୀ ଦଳ ଉପନେତା ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି। ଏ ନେଇ ସେ ଗୃହରେ କ୍ଷମା ମାଗନ୍ତୁ ଓ ସେ ଦେଇଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ଦାବି କରିଥିଲେ। ହଟ୍ଟଗୋଳ ନ ଥମିବାରୁ ବାଚସ୍ପତି ମାତ୍ର ୧ ମିନିଟ ପରେ ଗୃହକୁ ୧୦ଟା ୩୧ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ଉପନେତା ନିଜ ଜିଦ୍‌ରେ ଅଟଳ ରହିଥିଲେ। ସେ କୌଣସି ସେଭଳି ଭୁଲ୍‌ କରି ନାହାନ୍ତି, ଯାହା ପାଇଁ କ୍ଷମା ମାଗିବେ ବୋଲି କହିଥିଲେ। ତେବେ ଗୃହର ଅଚଳାବସ୍ଥା ଦୂର କରିବା ସକାଶେ ବାଚସ୍ପତି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସେ ଗୃହରେ ଦୁଃଖ ପ୍ରକାଶ କରିଥିଲେ। ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ କଂଗ୍ରେସ ସଭ୍ୟମାନେ ନିଜ ଦାବିରୁ ଓହରି ଯାଇଥିଲେ ଏବଂ ପୂର୍ବାହ୍ନ ୧୧ଟା ୩୦ରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା। ବିଧାନସଭା ବାହାରେ ଗଣମାଧ୍ୟମକୁ ବିଷ୍ଣୁ କହିଥିଲେ ଯେ, ଆମେ ତ ମଣିଷ ମାରିନୁ କି ରାହାଜାନି କରିନୁ, ପଶ୍ଚାତ୍ତାପ କାହିଁକି କରିବୁ। ୧୯୮୪ ଓ ୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସାହାବାନୁ କେସ୍‌ରେ ଅଧ୍ୟାଦେଶ ଆଣି ସମ୍ବାଧାନ ପରିବର୍ତ୍ତନ କରିଦେଇଥିଲେ। ସେଇଟା କିଛି ହେଲାନି। ଆମେ ନିର୍ଯାତିତ ମୁସଲମାନ ମହିଳାଙ୍କ ପାଇଁ ହେଉଥିବା ଏକ ଆନ୍ଦୋଳନରେ ସାମିଲ ହୋଇଛୁ। ଏହା ଉପରେ ମୁଜାଫରନଗର ଓ ଗାଜିଆବାଦ୍‌ରେ କୁହାଯାଇଛି। ମୋ ପାଖରେ ସେ ସବୁର ଖବର କ୍ଲିପ୍‌ ଅଛି। ଓ୍ବାନ୍‌ ନେଶନ ଓ୍ବାନ୍‌ ରିଲିଜିଅନ କଥା ଯେଉଁମାନେ କହୁଛନ୍ତି କେଉଁଟା ଅଧିକ ଗର୍ହୀତ ତାହା ଆପଣମାନେ ବିଚାର କରନ୍ତୁ। ଚାପରେ ନୁହେଁ ବିଭିନ୍ନ କ୍ଷେତ୍ରରେ ସବୁ କଥାରେ ଆମେ ତ ସର୍ବୋଚ୍ଚରେ ନାହୁଁ। ସେହି ଦୃଷ୍ଟିରୁ ଦୁଃଖ ପ୍ରକାଶ କଲୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା...

ହାତୀ ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ କସଂର ଗ୍ରାମ ନିଟକସ୍ଥ ଜଙ୍ଗଲରୁ ଗୁରୁବାର ବନ ବିଭାଗ ଏକ ମାଈ ହାତୀର ମୃତଦେହ ଜବତ କରିଥିଲା। ଶୁକ୍ରବାର...

ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବିତାଡ଼ିତ ପରିବାର ମାଗିଲେ ସୁରକ୍ଷା

କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ଜାବୁଡ଼ି ଧରି ବାଂଶପାଳ ବ୍ଲକର ବାୟାପଣ୍ଡାଧାର ଗ୍ରାମର କେତେକ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ସୁଲତାନୀ ଜୁଆଙ୍ଗଙ୍କ...

ଚାଷୀଙ୍କୁ ଘାରିଲାଣି ବାତ୍ୟା ଭୟ

ରସୁଲପୁର,୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପରିବା ଚାଷୀଙ୍କୁ ଘାରିଲାଣି ସମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ର ଭୟ। ଲଘୁଚାପ ପ୍ରଭାବରେ ହେବାକୁ ଥିବା ବାତ୍ୟା ଯୋଗୁ ଶୀତଦିନିଆ ପରିବା...

ବିଦ୍ୟାଳୟରେ ଆଶ୍ରୟ ନେଲେ ଛତିଶଗଡ଼ର ୫ ଶ୍ରମଜୀବୀ ପରିବାର

ସାକ୍ଷୀଗୋପାଳ, ୩୦।୩(ଡି.ଏନ୍‌.ଏ): ପେଟପାଟଣା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଓଚିତ୍ରା ଗ୍ରାମରୁ ପଳାଇ ଆସିଥିବା ୫ ଶ୍ରମଜୀବୀ ପରିବାରର ୩୫ ସଦସ୍ୟ କରୋନା କଟକଣାରେ ଫସି...

ପ୍ରସ୍ତାବିତ ଶିଳ୍ପକୁ ନେଇ ଅଞ୍ଚଳବାସୀଙ୍କ ମେଳି

ମହାକାଳପଡ଼ା,୨୮ା୩ (ଡି.ଏନ.ଏ.):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ହେଲେ ପ୍ରତ୍ୟକ୍ଷ...

୧୩ରୁ ୧୨ ଡାକ୍ତର ପଦ ଖାଲି

ବିନିକା,୨୫।୨(ରାମଗୋପାଳ ବାଘ) ) ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବା କହୁଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ ସ୍ବାସ୍ଥ୍ୟସେବାର ରୁଗଣ ପ୍ରତିଛବି ଦେଖିବାକୁ ମିଳୁଛି।...

ପଦ୍ମପୁର ଉପନିର୍ବାଚନ: ଦରଦ ନା ରାଜନୈତିକ ଚାଲ୍‌

ବରଗଡ଼ ଅଫିସ୍‌,୧୫।୧୧:ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ମତଦାନ ହେବ। ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏହି...

Advertisement
Archives

Model This Week