ନଭେମ୍ବରରେ ଶକ୍ତି ଚାହିଦା ୪.୨୮% କମିଲା

ନୂଆଦିଲ୍ଲୀ,୧୨-୧୨: ଲଗାତର ଭାବେ ୪ ମାସ ଲାଗି ଦେଶର ଶକ୍ତି ଚାହିଦା ୪.୨୮% ହ୍ରାସ ଘଟି ୯୪.୬ ବିଲିୟନ ୟୁନିଟ ରହିଛି। ବିଶେଷ କରି ଋତୁ ପରିବର୍ତ୍ତନ ଯୋଗୁ ଚାହିଦାରେ ଏଭଳି ହ୍ରାସ ଘଟିଥିବା ସେଣ୍ଟ୍ରାଲ ଇଲେକଟ୍ରିସିଟି ଅଥରିଟି ଡାଟାରୁ ଏହା ଜଣାପଡିଛି। ଚଳିତ ବର୍ଷ ଅକ୍ଟୋବରରେ ଶକ୍ତି ଚାହିଦା ୧୨.୯୪% ହ୍ରାସ ଘଟି ୯୮.୩୬ ବିଲିୟନ ୟୁନିଟ ରହିଥିଲା। ଏହା ୨୦୧୮ ଅକ୍ଟୋବରରେ ୧୧୨.୯୮ ବିଲିୟନ ୟୁନିଟ ଥିଲା। ଚଳିତ ବର୍ଷ ଅକ୍ଟୋବରରୁ ଚାହିଦା ହ୍ରାସ ଧାରା ଆରମ୍ଭ ହୋଇଥିଲା। ଏହି ମାସରେ ୦.୫୩% ଚାହିଦା କମି ୧୧୨.୧ ବିଲିୟନ ୟୁନିଟକୁ ଖସିଥିଲା। ଡାଟା ମୁତାବକ ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଶକ୍ତି ଚାହିଦା ୭.୨% ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri