ନଭେମ୍ବରରେ ମାରୁତି ସୁଜୁକି ଉତ୍ପାଦନ ୪% ବଢିଲା

ନୂଆଦିଲ୍ଲୀ, ୯ା୧୨: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାନ ନିର୍ମାତାମାନେ ସେମାନଙ୍କ ଉତ୍ପାଦନ ହ୍ରାସ କରୁଥିବା ଦେଖାଯାଇଥିଲା। ହେଲେ ଏଥିରେ ଧୀରେ ଧୀରେ ସୁଧାର ଆସୁଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ଦେଶର ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଉତ୍ପାଦନ ୪.୩୩% ବଢାଇଛି। ଲଗାତର ଭାବେ ୩ ମାସ ଉତ୍ପାଦନ କମାଇବା ପରେ କମ୍ପାନୀ ଏହାର ଉତ୍ପାଦନରେ ବୃଦ୍ଧି କରିଛି। ଶେୟାର ମାର୍କେଟକୁ କମ୍ପାନୀ ଦେଇଥିବା ସୂଚନା ମୁତାବକ ଏହି ସମୟ ମଧ୍ୟରେ ଏହା ୧.୪୧ ଲକ୍ଷ ଯାନ ଉତ୍ପାଦନ କରିଛି। ଏହା ଗତ ବର୍ଷ ସମାନ ସମୟ ତୁଳନାରେ ୧.୩୫ ଲକ୍ଷ ୟୁନିଟ ରହିଥିଲା। ଏହି ସମୟରେ ଯାତ୍ରୀବାହୀ ବାହାନ ଉତ୍ପାଦନ ୩.୬୭% ବଢିଛି। ସେହିଭଳି କମ୍ପାନୀର ୟୁଟିଲିଟି ଯାନ ଉତ୍ପାଦନ ୧୮% ବଢିଛି। ଅକ୍ଟୋବରରେ କମ୍ପାନୀର ଯାନ ଉତ୍ପାଦନ ୨୦% ହ୍ରାସ ଘଟିଥିଲା ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର...

‘ଚଏସ୍‌’କୁ ସମ୍ମାନ ଦେଉ

ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟସ୍‌ ଓ ଇଲେକ୍ଟ୍ରିକାଲ ଆପ୍ଲିଏନ୍ସେସ୍‌ ବିକ୍ରି କ୍ଷେତ୍ରରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଏକ ବଡ଼ ନାଁ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ଦୃଷ୍ଟାନ୍ତମୂଳକ ସେବା...

ଭଡ଼ା ବୃଦ୍ଧି: ବଢ଼ୁଛି ଅସନ୍ତୋଷ

ନୂଆଦିଲ୍ଲୀ, ୯।୮:  କରୋନା କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବର୍ତ୍ତମାନ ବିମାନ ଯାତ୍ରା ନେଇ ଚାହିଦା ବଢ଼ିଛି। ବିଦେଶକୁ ବିମାନ ସେବା ଯୋଗାଣ କରୁଥିବା...

ଏସ୍‌ଭିଜିଓଆଇର ସ୍ବାଗତ ସମାରୋହ ଉତ୍ସବ

ଭୁବନେଶ୍ୱର,୨୨।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ଗ୍ରୁପ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଭିଜିଓଆଇ)ର ଏମବିଏ, ବିବିଏ, ବିସିଏ ଓ ପିଏମଆଇଆର ବିଭାଗର ବାର୍ଷିକ ସ୍ବାଗତ...

ବାର୍ଷିକ ବିକ୍ରିରେ ମର୍ସିଡିଜକୁ ପଛରେ ପକାଇଲା ବିଏମ୍‌ଡବ୍ଲ୍ୟୁ

ମ୍ୟୁନିକ(ଜର୍ମାନୀ),୪।୧: ୨୦୨୧ରେ ବର୍ଷକୁ ପ୍ରିମିୟମ କାର ବିକ୍ରିରେ ମର୍ସିଡିଜ-ବେଞ୍ଜକୁ ପଛରେ ପକାଇ ଦେଇଛି ବିଏମ୍‌ଡବ୍ଲ୍ୟୁ। ୨୦୧୫ ପରେ ପ୍ରଥମ ଥର ପାଇଁ ବାର୍ଷିକ ବିକ୍ରିରେ ବିଏମ୍‌ଡବଲ୍‌ୟୁ...

ଜିଏସ୍‌ଟି କ୍ଷତିପୂରଣକୁ ନେଇ ୮ ଦଳର ପ୍ରତିବାଦ

ନୂଆଦିଲ୍ଲୀ: ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଜନିତ କ୍ଷତିପୂରଣ ପ୍ରଦାନକୁ ନେଇ ବର୍ତ୍ତମାନ ଟଣାଓଟରା ଲାଗି ରହିଛି।...

ରପ୍ତାନି କଟକଣା ପରେ କମୁଛି ପିଆଜ ଦର

ଭୁବନେଶ୍ୱର,୪-୧୦: ସରକାର ପିଆଜ ରପ୍ତାନିକୁ ନିଷେଧ ଏବଂ ମହଜୁଦ ଉପରେ ସୀମା ଲଗାଇବା ପରେ ଏହାର ଦର ଆସ୍ତେ ଆସ୍ତେ କମୁଛି। ଏହାର ପାଇକାରୀ ଦର...

ପୋଷଣ ସହାୟତା ଦେବ ଲାଲଚାନ୍ଦ ଫାଉଣ୍ଡେଶନ୍‌

ଭୁବନେଶ୍ୱର,୨୦।୧୨: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲର୍ସର ସହଭାଗୀ ସଂସ୍ଥା ଲାଲଚାନ୍ଦ ଫାଉଣ୍ଡେଶନ୍‌ ଭୁବନେଶ୍ୱରର ୨୦୦ ଯକ୍ଷ୍ମାରୋଗୀଙ୍କୁ ୬ ମାସ ପାଇଁ ପୋଷ୍ୟ ଭାବେ...

Advertisement
Archives

Model This Week