ନବରଙ୍ଗପୁର ଜିଲାପାଳଙ୍କ ମାନବିକତା: ରାସ୍ତାରୁ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ

ନବରଙ୍ଗପୁର, ୬।୮(ବି.ପ୍ର.): ଦୁର୍ଘଟଣାରେ ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ ଜଣେ ଯୁବ ଚାଷୀ। କଥା ମଧ୍ୟ କହି ପାରୁ ନ ଥିଲେ। ଉକ୍ତ ରାସ୍ତାରେ ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ଏହି ସମୟରେ ଯାଉଥିବା ବେଳେ ଏହା ଦେଖି ଚାଷୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜିଲାପାଳଙ୍କ ମାନବିକତା ଯୋଗୁ ଜଣେ ଯୁବଚାଷୀଙ୍କ ଜୀବନ ବଞ୍ଚି ପାରିଛି।

ନବରଙ୍ଗପୁର ଜିଲା ସଦର ବ୍ଲକ ଅଧୀନ ସାନମସିଗାଁ ପଞ୍ଚାୟତ ସଦର ମହକୁମାଠାରେ ଜିଲାସ୍ତରୀୟ ଅଧିକାରୀଙ୍କୁ ନେଇ ସୋମବାର ଏକ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଅପରାହ୍ନ ୪ଟାରେ ଜିଲାପାଳ ସାନମସିଗାଁ ଯାଉଥିଲେ। କୋଡିଙ୍ଗା – ସାନମସିଗାଁ ରାସ୍ତାର ଛକ ନିକଟରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ପାଟିରୁ ରକ୍ତ ସ୍ରାବ ହେଉଥିଲା। କଥା କହି ପାରୁନଥିଲେ। ଜିଲାପାଳ ଏହା ଦେଖି ଡ୍ରାଇଭରଙ୍କୁ ତୁରନ୍ତ ଗାଡି ଅଟକାଇବାକୁ କହିଥିଲେ। ଷ୍ଟ୍ରେଚର ମଗାଇ ଏକ ଅଟୋରେ ତୁରନ୍ତ ସାନମସିଗାଁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବାର କିଛି ସମୟ ପରେ ସେ କଥା କହିଥିଲେ। ତାଙ୍କ ନାମ ଗୋବିନ୍ଦ ମାଝି। ଘର ଦେବରାଗୁଡାରେ । ସେ ଭାଟିଗାଁରେ ଘର ଜ୍ୱାଇଁ ଭାବେ ରହୁଛନ୍ତି ବୋଲି କହିଥିଲେ। ପରିବା, ଆଖୁ, ଧାନ ଚାଷ କରି ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଗୁଜରାଣ କରୁଛନ୍ତି। ସେ ନବରଙ୍ଗପୁର ସାପ୍ତାହିକ ହାଟରୁ ଭେଣ୍ଡି ବିକ୍ରି କରି ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ା ତେବେ କିଭଳି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ସେ କିଛି କହି ପାରି ନ ଥିଲେ। ଜିଲାପାଳ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ବ୍ୟବସ୍ଥା କରିଥିିଲେ। ଆଶା କର୍ମୀ ରାଇମତି ଭତ୍ରାଙ୍କ ମାଧ୍ୟମରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଅଧିକ ଚିକିତ୍ସା ଆବଶ୍ୟକ ପଡିଲେ ବଡ ଡାକ୍ତରଖାନା ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ଡାକ୍ତରଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଜିଲାପାଳଙ୍କ ଯୋଗୁ ଗୋବିନ୍ଦଙ୍କ ଜୀବନ ବଞ୍ଚିଗଲା ବୋଲି ପରିବାର ଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନରେ ମହିଳାଙ୍କ ବେକରୁ ସୁନାହାର ଲୁଟ୍‌, ସିସିଟିଭିରେ ହେଲା କଏଦ

ହିଞ୍ଜିଳିକାଟୁ,୨୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଇଁଚବଣିଆ ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ଶନିବାର ମଧ୍ୟାହ୍ନରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ୩ ଭରି ଓଜନର...

ଅନ୍‌ଲାଇନ ଟିସିକୁ ନେଇ ଅଡୁଆରେ ପ୍ରଧାନଶିକ୍ଷକ

ଶେରଗଡ,୨୬ା୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ସମସ୍ତ ବିଦ୍ୟାଳୟରେ ଅନଲାଇନ ଟିସି (ଟ୍ରାନ୍ସଫର ସାର୍ଟିଫିକେଟ୍‌) ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟ ଛାଡି ଅନ୍ୟ ଶିକ୍ଷାନୁଷ୍ଠାନକୁ ଯିବେ...

ବୁଦାମୂଳେ ପଡିଥିଲା ରକ୍ତ ଭିଜା ପୁଟୁଳି

ଖଇରା,୨୮।୧୨(ଡି.ଏନ.ଏ.): ମଙ୍ଗଳବାର ଅପରାହ୍ନ ୨ଟା। ବାଲେଶ୍ୱର ଜିଲା ଖଇରା ଥାନା ବାରଭାଗିଆ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥିଲା। କେହି ଦୁର୍ବୃତ୍ତ ଶିଶୁକୁ...

ବଡ ଡୁମ୍ବୁଳାଗାଁରେ ପଶିଲା ଝରଣା ପାଣି : ୨ ଶହ ପରିବାର ଜଳବନ୍ଦୀ

ଦିଗପହଣ୍ଡି,୨୬ା୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁରେ ସୀତାଦେଈ ପାହାଡର ଝରଣା ପାଣି ପଶିଯିବାରୁ ପ୍ରାୟ ୨ ଶହ ପରିବାର ଜଳବନ୍ଦୀ ଅଛନ୍ତି। ବିଡିଓ ହଳଧର ଶବର, ବ୍ଲକ...

ବଂଶୀବାଦକ ଅଭିରାମ: ବଂଶୀର ସୁରକାର ସେ, କାରିଗର ବି

କଟକ ଅଫିସ,୧୧ା୬: ଖଣ୍ଡେ ବାଉଁଶରୁ ବଂଶୀ ତିଆରି କରିପାରନ୍ତି ଆଉ ସେଥିରେ ଅପୂର୍ବ ସୁର ବି ତୋଳି ଧରନ୍ତି ସେ। ଦେଶବିଦେଶରେ ବଂଶୀ ପାଇଁ ଖ୍ୟାତି...

କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।...

ବିଷ ପିଆଇ ହତ୍ୟା ଅଭିଯୋଗ ପରେ ମାଟି ତଳୁ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରୁନି ପୋଲିସ, ବରଗଡ଼ ଏସ୍‌ପିଙ୍କୁ ଭେଟିଲେ ପରିବାରଲୋକେ

ବରଗଡ଼ ଅଫିସ୍‌,୨।୮- ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଅମ୍ବାମୁଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁର ୩ ମାସ ପରେ ତାଙ୍କୁ ବିଷ...

ଚିଲିକାରେ ଡଲଫିନ୍‌ ଗଣନା ଆଜି, ଗଠନ ହୋଇଛି ୧୮ ଦଳ

ବାଲୁଗାଁ,୧୯ା୧(ଡି.ଏନ୍‌.ଏ.): ସମଗ୍ର ଚିଲିକାରେ ରବିବାର ବିରଳ ‘ଇରାଓ୍ବାଡି’ ପ୍ରଜାତିର ଡଲଫିନ୍‌ ଗଣନା କରାଯିବ। ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ସିଡିଏର ମିଳିତ ଆନୁକୂଲ୍ୟରେ ଏହି ଗଣନା...

Advertisement
Archives

Model This Week