ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା ପୁରୀ ଅଞ୍ଚଳର ନାନୁ ଦାସ (୨୨)ଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ମଙ୍ଗଳବାର ଏ ନେଇ ନାନୁଙ୍କ ମା’ ମମତା ଦାସଙ୍କ ଏତଲାକୁ ଭିତ୍ତିକରି ଗୋପାଳପୁର ଥାନାରେ (ନଂ.୯୭/୧୯)ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ମା’ଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ପ୍ରାୟ ଦେଢ଼ବର୍ଷ ତଳେ ନାନୁ ବୋହୂ ହୋଇ ମନସୁରକୋଟା ଗାଁକୁ ଆସିଥିଲେ। ବିବାହ ବେଳେ ବାପଘର ପକ୍ଷରୁ ଯାନିଯୌତୁକ ଦିଆଯାଇଥିଲା। କିଛିଦିନ ଭଲରେ ଚଳିବା ପରେ ସ୍ବାମୀ ଓ ଶାଶୁ ଅଧିକ ଯୌତୁକ ଆଣିବା ଦାବି କରି ନାନୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ବିଭିନ୍ନ ସମୟରେ ସ୍ବାମୀ ନିଶାସକ୍ତ ହୋଇ ଆସି ଗଣ୍ଡଗୋଳ କରୁଥିଲେ। ଜୁନ ମାସରେ ପ୍ରାୟ ୫ମାସର ଶିଶୁକନ୍ୟାକୁ ନେଇ ସ୍ବାମୀଙ୍କ ସହ ନାନୁ ବାପ ଘରକୁ ଯାଇଥିଲେ। ଗତ ୨ ତାରିଖରେ ମନସୁରକୋଟା ଆସିବା ପରେ ଟଙ୍କା ପାଇଁ ନାନୁଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ସୋମବାର ରାତିରେ ଏ ସମ୍ପର୍କରେ ସେ ତାଙ୍କ ମା’ଙ୍କୁ ଫୋନ ଯୋଗେ ଜଣାଇଥିଲେ। ରାତି ପ୍ରାୟ ୧୧ଟାରେ ସ୍ବାମୀ ନିଶାସକ୍ତ ଅବସ୍ଥାରେ ଆସି ଯୌତୁକ ଟଙ୍କା ଆଣିବା ବିଷୟରେ ବାପଘରେ କହିଲୁ କି ନାହିଁ କହି ଏକ ଧାରୁଆ ଅସ୍ତ୍ରରେ ନାନୁଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଗୁରୁତର ଅବସ୍ଥାରେ ନାନୁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୨ଟାରେ ନାନୁଙ୍କ ମୃତ୍ୟୁ ଘଟିିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା

ପୁରୀ,୧୬।୬: ରଥଯାତ୍ରା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ବୁଧବାର ଅନୁଷ୍ଠିତ ପୁରୀ ମନ୍ଦିର ପ୍ରଶାସକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।...

୩୦ ଏକର ଜଙ୍ଗଲ ପୋଡ଼ିଗଲା

କୋଣାର୍କ,୨୨।୨(ଡି.ଏନ୍‌.ଏ): କୋଣାର୍କ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ କରମଙ୍ଗା ଇଡିସିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୩୦ ଏକର ଜଙ୍ଗଲରେ ଥିବା ବହୁ ଝାଉଁ, ଆକାଶିଆ,...

ଆମପାଣି ଫରେଷ୍ଟରଙ୍କ ନାଁରେ ଶ୍ରମିକଙ୍କ ଅର୍ଥ ଆତ୍ମସାତ ଅଭିଯୋଗ: ତଦନ୍ତ ଲାଗି ପହଞ୍ଚିଲେ ଡେପୁଟି କଞ୍ଜରଭେଟର

କୋକସରା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସ୍‌ଏସ୍‌ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ...

ଯୁବକଙ୍କୁ ହତ୍ୟା, ଜଣେ ଅଟକ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି l ମୃତ ଯୁବକ ହେଲେ ହୁମା ବଡ଼ସାହିର...

ଅଗ୍ନି-୪ର ରାତ୍ରକାଳୀନ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୬ା୬: ଆଣବିକ ଶକ୍ତିସମ୍ପନ୍ନ ଅଗ୍ନି-୪ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଓ ବିକାଶ...

ରାଜ୍ୟରୁ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୭ କୋଭିଡ଼ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୭୮ ହଜାର ୮୭୭...

ଗ୍ୟାସ୍‌ ଲିକ୍‌ରୁ ନିଆଁ : ୪ ଗୁରୁତର

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବହାଡ଼ାଝୋଲା ଢିପିସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ୪ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ କ୍ଷତାକ୍ତ ମୃତଦେହ : ଅନର କିଲିଂ ସନ୍ଦେହ

ପାରଳାଖେମୁଣ୍ଡି,୮ା୩: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ରବିବାର ରାତିରେ ଏକ ଘରୁ ଜଣେ ଯୁବତୀ ଓ ଯୁବକଙ୍କ କ୍ଷତାକ୍ତ ମୃତଦେହ ପୋଲିସ...

Advertisement
Archives

Model This Week