ନନ୍ଦନକାନନରେ ହାତୀ ମଡ଼କ:ଆଖି ବୁଜିଲା କମଳା,୨୫ ଦିନରେ ୩ ହାତୀଙ୍କ ମୃତ୍ୟୁ

ବାରଙ୍ଗ,୨୦-୯(ଡି.ଏନ୍‌.ଏ.):ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସନ୍ଧ୍ୟାରେ ୭ବର୍ଷର ମାଈ ହାତୀ କମଳାର ମୃତ୍ୟୁ ଘଟିଛି। ହର୍ପିସ ଭୂତାଣୁଜନିତ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ କମଳାର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଏହି ଭୂତାଣୁ ଜନିତ ରୋଗରେ ପୂର୍ବରୁ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଥାଉ କି, ନନ୍ଦନକାନନରେ ଅଗଷ୍ଟ ୨୬ତାରିଖରେ ହାତୀ ଜୁଲିର ମୃତ୍ୟୁ ଘଟିଥିଲା। ଏହାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଭୂତାଣୁ ଯୋଗୁ ଜୁଲିର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାର ୧୯ଦିନ ପରେ ଅନ୍ୟ ଏକ ହାତୀ ଚନ୍ଦନର ମୃତ୍ୟୁ ଘଟିଥିଲା। ଏହାପରେ ନନ୍ଦନକାନନରେ ଏହି ଭୂତାଣୁକୁ ନେଇ ଆତଙ୍କ ଦେଖାଦେଇଥିଲା। ଏଥିଯୋଗୁ ହାତୀଶାଳାରେ ଥିବା ମାଈ ହାତୀ କମଳା ଓ ଗୌରୀକୁ ଅଲଗା କରି ଗତ ୧୬ତାରିଖରେ କଟେଜ ପରିସରରେ ରଖାଯାଇଥିଲା। ୧୭ତାରିଖରେ ଏହି ହାତୀଦ୍ୱୟଙ୍କ ଖାଇବା କମିବା ଦେଖିବାକୁ ମିଳିଥିଲା। ନୂଆ ଜାଗାରେ ଖାପଖୁଆଇ ପାରୁ ନ ଥିବାରୁ ଏଭଳି ହେଉଛି ବୋଲି ଡାକ୍ତରମାନେ ଅନୁମାନ କରିଥିଲେ। ତେବେ ୧୮ତାରିଖରେ କମଳାର ଖାଇବା କମିବା ସହ ସେ ଘୁମାଇବା ଆରମ୍ଭ କରିଥିଲା। ଗୁରୁବାର ସକାଳେ ତା’ର ମୁହଁ ଫୁଲିଯାଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ଏକ ଡାକ୍ତରୀ ଟିମ ବହୁ ସମୟ ଧରି ତା’ର ଚିକିତ୍ସା କରିଥିଲେ ମଧ୍ୟ ତାକୁ ବଞ୍ଚାଇ ପାରି ନ ଥିଲେ। କୋରାପୁଟ ଜିଲାର ନାରାୟଣପାଟଣା ଜଙ୍ଗଲରୁ ଉଦ୍ଧାର ହୋଇ ଚିକିତ୍ସା ପାଇଁ ଓୟୁଏଟିରେ ଭର୍ତ୍ତି ହୋଇଥିବା କମଳାର ବୟସ ୩ ମାସ ୨୬ଦିନ ହୋଇଥିବାବେଳେ ୨୦୧୩ ନଭେମ୍ବର ୨୨ରେ ତାକୁ ନନ୍ଦନକାନନକୁ ଅଣାଯାଇଥିଲା। କମଳାର ମୃତ୍ୟୁ ପରେ କଟେଜରେ ଗୌରୀ ଏକୁଟିଆ ରହିଛି। ହର୍ପିସ ଭୂତାଣୁଜନିତ ରୋଗ ପାଇଁ ଔଷଧ ନ ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ଚିକିତ୍ସା ଜାରି ରହିଥିଲେ ମଧ୍ୟ କମଳାର ମୃତ୍ୟୁ ଘଟିଥାନ୍ତା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଦାସ କହିଛନ୍ତି। କମଳାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀସଂଖ୍ୟା ୫କୁ ଖସିଆସିଛି। ହାତୀଶାଳାରେ ପ୍ରେମା, ବାସନ୍ତୀ, ହୀରା ରହୁଥିବା ବେଳେ ଛୋଟ ହାତୀ ମାମା ଡାକ୍ତରଖାନା ପାଖରେ ଏବଂ ଗୌରୀ କଟେଜ ପରିସରରେ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଜଣେ ଗିରଫ

କଟକ ଅଫିସ,୯ା୯ : ବିଦେଶରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକି ନେବା ଅଭିଯୋଗରେ ବାଦାମବାଡି ପୋଲିସ ସେଖ୍‌ ମୋବିନ ନାମକ ଜଣେ ବ୍ୟକ୍ତିଙ୍କୁ...

ବିବାହରେ ବିଳମ୍ବ ଯୋଗୁ ହାତ କାଟିଲେ ପ୍ରେମିକା

ଖଇରା, ୨୨।୬: ବିବାହ କରିବାରେ ବିଳମ୍ବ କରୁଥିଲେ ପ୍ରେମିକ। ଆଉ ଘର ଲୋକ ଅନ୍ୟତ୍ର ବିବାହ ପାଇଁ ଚାପ ପକାଉଥିଲେ। ଏଥିଯୋଗୁ ମାନସିକ ଭାରସାମ୍ୟ ହରାଇ...

ସ୍କୁଲରୁ ମିଳିଲା ମୃତଦେହ

ହାଟଡିହୀ,୧୫l୭: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ସଢା-ନାହା ନିଶାକର ନୋଡାଲ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ପାଖରୁ ମିଳିଛି ଏକ ଗଳିତ ମୃତଦେହ। ମୃତକଙ୍କ...

ରାଜ୍ୟରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି। ଦୀର୍ଘ ଦିନ ପରେ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳକୁ ଖସିଛି। କରୋନା ପ୍ରକୋପ କମିବାରୁ...

ଓଜେଇଇ ଆରମ୍ଭ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଓଜେଇଇ ଅହେତୁକ ବିଳମ୍ବରେ ହୋଇଛି। ତେବେ ପ୍ରଥମ ଦିନରେ...

ଲକ୍‌ଡାଉନକୁ ଫେରିବାକୁ ଇଚ୍ଛା ନାହିଁ, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ରବିବାର ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ସହଯୋଗରେ କରୋନା ସଂକ୍ରମଣ କମିପାରିଛି। ଆମର ଦୈନିକ...

୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ...

୬ ଯାଏ କାଁ ଭାଁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ହେବାର...

Advertisement
Archives

Model This Week