ନନ୍ଦନକାନନରେ ମାଈ ଜଳହସ୍ତୀ ମୃତ

ବାରଙ୍ଗ,୫ା୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଦିନକୁ ଦିନ ବନ୍ୟପ୍ରାଣୀ ସଂଖ୍ୟା କମିବାରେ ଲାଗିଛି। ଗତ ମାସରେ ୪ଟି ହାତୀର ମୃତ୍ୟୁକୁ ନେଇ କର୍ତ୍ତୃପକ୍ଷ ନାନା ଆଶଙ୍କାରେ ଥିବାବେଳେ ଶୁକ୍ରବାର ସକାଳେ ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି। ଏନକ୍ଲୋଜର ନଂ ୬୨ରେ ରହୁଥିବା ଏହି ଜଳହସ୍ତୀ ପାଟିର ବାମପାର୍ଶ୍ୱରୁ ଗତ ୩୦ତାରିଖଠାରୁ ରକ୍ତସ୍ରାବ ହେଉଥିଲା। ଏ ନେଇ କର୍ମଚାରୀମାନେ ଡାକ୍ତରଙ୍କୁ ଜଣାଇବା ପରେ ସେମାନେ ଆସି ଦେଖିବା ସହ ଓୟୁଏଟି ବିଶେଷଜ୍ଞଙ୍କୁ ଜଣାଇଥିଲେ। ଶୁକ୍ରବାର ସକାଳେ ୯ଟାରେ ବିଶେଷଜ୍ଞମାନେ ଚିକିତ୍ସା ପାଇଁ ନନ୍ଦନକାନନ ପହଞ୍ଚତ୍ଥିଲେ। ପାଣି ଶୁଖାଯାଇ ଜଳହସ୍ତୀଟିକୁ ଉପରକୁ ଅଣାଯାଇ ଚିକିତ୍ସା କରାଯାଉଥିବାବେଳେ ତା’ର ମୃତ୍ୟୁ ହୋଇଥିଲା। ଚିକିତ୍ସାର ପ୍ରାଥମିକ ରିପୋର୍ଟ ଆସିବା ପରେ ଜଳହସ୍ତୀର ଅନ୍ତନଳୀରେ ରକ୍ତସ୍ରାବ ସହ ନିମୋନିଆ ହୋଇଥିବା ଜଣାପଡିଛି। ଅଧିକ ତଥ୍ୟ ଜାଣିବା ପାଇଁ ରକ୍ତ ନମୁନାକୁ ଓୟୁଏଟି ପଠାଯାଇଥିବା ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ଏହାର ମୃତ୍ୟୁ ପରେ ଜଳହସ୍ତୀ ସଂଖ୍ୟା ହ୍ରାସପାଇ ୧୩ରେ ପହଞ୍ଚତ୍ଛି। ସେଥିମଧ୍ୟରେ ୩ ଅଣ୍ଡିରା, ୮ମାଈ ଓ ୨ଟିର ଲିଙ୍ଗ ନିରୂପଣ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଏମ୍‌ସି ଦୈତାରି ଲୌହ, ମାଙ୍ଗାନିଜ ଖଣି ଜନଶୁଣାଣି: ସମର୍ଥନ ପାଇଁ ସର୍ତ୍ତ ରଖିଲେ ଅଞ୍ଚଳବାସୀ

କାଳିଆପାଣି,୫ା୧୦(ଡି.ଏନ୍‌.ଏ.): ଓଡ଼ିଶା ଖଣି ନିଗମ(ଓଏମ୍‌ସି) ପରିଚାଳିତ ଦୈତାରୀିଲୌହ ଓ ମାଙ୍ଗାନିଜ ଖଣିର ବାର୍ଷିକ ୩ ଲକ୍ଷ ଟନ୍‌ରୁ ୬ ଲକ୍ଷ ଟନ୍‌ କ୍ରୋମାଇଟ ଉତ୍ପାଦନ ବୃଦ୍ଧି...

ବନ୍ୟାଜଳ ଦେଖିବାକୁ ଯାଇ ଭାସିଗଲେ ଶିଶୁକନ୍ୟା

ବରଗଡ଼ ଅଫିସ୍‌,୨୭।୮-ବରଗଡ଼ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବାବେଳେ ପୋଲ ଉପରୁ ଖସି ପଡ଼ି ବୁଧବାର ଏକ ଶିଶୁକନ୍ୟା...

କରୋନା ବ୍ୟାପିବା ଘଟଣା: ଜେଲ ବିଭାଗକୁ ଓଏଚ୍‌ଆର୍‌ସିଙ୍କ ନୋଟିସ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲ୍‌ରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ନିକଟରେ ବ୍ରହ୍ମପୁର ଜେଲ୍‌ରେ ୩୩ କଏଦୀ ଓ ଜେଲରଙ୍କ ସମେତ ୧୦ଜଣ କର୍ମଚାରୀ ପଜିଟିଭ୍‌...

ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ: ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ଅନୁମୋଦନ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ)-ରାଜ୍ୟରେ ୨ଲକ୍ଷ ୦୪,୦୬୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ସୋମବାର ଅପରାହ୍ନରେ ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଫେରିଯିବ ସୁନ୍ଦରୀ, ଏନ୍‌ଟିସିଏକୁ ରାଜ୍ୟ ସରକାର ଲେଖିଲେ ଚିଠି

ଭୁବନେଶ୍ୱର,୨।୧(ବ୍ୟୁରୋ): ଏନ୍‌ଟିସିଏର ନିର୍ଦ୍ଦେଶ ପରେ ବାଘୁଣୀ ସୁନ୍ଦରୀ ଏବେ ଫେରିଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖାଯାଇଛି। ସୁବିଧା ଦେଖି ଯେକୌଣସି...

ପଙ୍କପାଳରେ ମାଙ୍କଡ଼ ଆତଙ୍କ: ଭୟରେ ହନୁମାନଙ୍କ ପୂଜା କଲେ ଗ୍ରାମବାସୀ

କୁଜଙ୍ଗ,୧୬ା୬(ସ୍ବ.ପ୍ର.): ଦୀର୍ଘ ଏକ ମାସ ହେଲା ପଙ୍କପାଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମାଙ୍କଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। ଇତିମଧ୍ୟରେ ମାଙ୍କଡ଼...

କନ୍ଧମାଳରେ ଯବାନ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କନ୍ଧମାଳ ଜିଲାରେ ଶୁକ୍ରବାର କୋମ୍ବିଂ ଅପରେଶନ ସମୟରେ ଏସ୍‌ଓଜି ଓ ଡିଭିଏଫ୍‌ ଯବାନଙ୍କୁ ବଡ ସଫଳତା ମିଳିଛି। ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଦୀର୍ଘ...

ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...

Advertisement


Archives

Model This Week