ନନ୍ଦନକାନନକୁ ଆସିଲେ ୨ ନୂଆ ପ୍ରଜାତିର ୪ମାଙ୍କଡ଼

ବାରଙ୍ଗ,୪।୧୦(ଡି.ଏନ୍‌.ଏ.) : ନନ୍ଦନକାନନକୁ ଗୁରୁବାର ୪ଟି କ୍ୟାପଚୁନ୍‌ ଓ ଛୋଟ ଗୁଣ୍ଡୁଚିମାଙ୍କଡ ଅଣାଯାଇଛି। ଏହି ମାଙ୍କଡ ଆଗରୁ ନନ୍ଦନକାନନରେ ଥିବାବେଳେ ଏମାନଙ୍କ ବଂଶ ଲୋପପାଇଯାଇଥିଲା। ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ମାଲେସିଆରୁ ଆସିଥିବା ଶେଷ ମାଈ ଗୁଣ୍ଡୁଚି ମାଙ୍କଡଟି ୨୦୧୪ ନଭେମ୍ବର ୧୩ରେ ମୃତ୍ୟୁବରଣ କରିଥିଲା। ପରେ ଚେନ୍ନାଇର ଏକ ଘରୋଇ ସଂସ୍ଥାଠାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ୪ଟି ମାଙ୍କଡକୁ କିଣିକରି ଆଣିଥିବା ଜଣାପଡିଛି। କ୍ୟାପଚୁନ୍‌ର ମୂଲ୍ୟ ୧୫ଲକ୍ଷ ହୋଇଥିବାବେଳେ ଗୁଣ୍ଡୁଚିମାଙ୍କଡର ମୂଲ୍ୟ ୬ଲକ୍ଷ ବୋଲି ଜଣାପଡ଼ିଛି। ଏହି ଚାରିହଳ ମାଙ୍କଡକୁ ଡାକ୍ତରଖାନାର କ୍ୱାରେଣ୍ଟଟାଇନରେ ରଖାଯାଇ ସ୍ବାସ୍ଥ୍ୟପରୀକ୍ଷା କରାଯାଉଛି। ୧୫/୨୦ଦିନ ଡାକ୍ତରମାନଙ୍କ ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ପରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ଛଡାଯିବ। ଏହି ଦୁଇ ନୂଆ ପ୍ରଜାତି ମାଙ୍କଡ ନନ୍ଦନକାନନକୁ ଆସିବାପରେ ପ୍ରଜାତିସଂଖ୍ୟା ବୃଦ୍ଧିପାଇ ୧୫୬ରେ ପହଞ୍ଚତ୍ଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ୧୫ରୁ ୨୦ଦିନ ପର୍ଯ୍ୟନ୍ତ ଏହି ମାଙ୍କଡ ୪ଟି ଡାକ୍ତରଖାନାରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୬୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୬।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଥମୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ରଜରେ ହରଚଣ୍ଡୀ ହେଲେ କୁମାରୀ ବେଶ

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.): ବ୍ରହ୍ମଗିରିର ପ୍ରସିଦ୍ଧ ବାଲି ହରଚଣ୍ଡୀ ପୀଠରେ ପହିଲି ରଜ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପହିଲି ରଜରେ ମା’ ହରଚଣ୍ଡୀ କୁମାରୀ ବେଶରେ...

ଖୋର୍ଦ୍ଧା ଏସ୍‌ପିଙ୍କୁ ବାଚସ୍ପତିଙ୍କ ଜବାବ ତଲବ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରିକୁ ନେଇ ବାଚସ୍ପତି ବାଣପୁର ଆଇଆଇସି ଓ ଖୋର୍ଦ୍ଧା ଏସ୍‌ପିଙ୍କଠାରୁ ଜବାବ ତଲବ କରିଛନ୍ତି। ବିଧାୟକଙ୍କ ଗିରଫ ସମ୍ପର୍କରେ...

ଚଳିତ ବର୍ଷ ରାଜ୍ୟରେ ସ୍ଥାପନ ହେବ ୧ ହଜାର ଗୋବର ଗ୍ୟାସ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ ୧୯୮୪ରୁ ୨୦୧୯ ମଧ୍ୟରେ ୨ ଲକ୍ଷ ୪୪ହଜାର ୫୫୩ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ ହୋଇଛି। ଚଳିତ ବର୍ଷ ଆହୁରି ୧ ହଜାର...

ବିଦେଶାଗତଙ୍କ ଉପରେ ନଜର: ମାର୍ଚ୍ଚ ୪ ପରେ ଆସିଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମହଲତ,ନାମପଞ୍ଜୀକରଣ କଲେ ମିଳିବ ୧୫ ହଜାର ଟଙ୍କା

ଭୁବନେଶ୍ୱର,୧୬।୩(ବ୍ୟୁରୋ)- ବିଦେଶରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ସେମାନେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ଟୋଲ୍‌ ଫ୍ରି ନମ୍ବର ୧୦୪କୁ କଲ୍‌...

ପୁଣି ଅସୁସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ଭୁବନେଶ୍ୱର,୮।୩(ବ୍ୟୁରୋ): ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଆଜି ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,...

ବିରୋଧୀଙ୍କ ଅନୁପସ୍ଥିତିରେ ଏସ୍‌ସି ଏସ୍‌ଟି ବିଭାଗ ଖର୍ଚ୍ଚ ଦାବି ଗୃହୀତ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସିଏସ୍‌ଟି) ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଖର୍ଚ୍ଚ ଦାବି ଗୃହୀତ କରିଛନ୍ତି। ବାରମ୍ବାର...

ଲୟୋଲା ସିନର୍ଜି-୨୦୧୯ରେ ଛାତ୍ରୀଛାତ୍ରଙ୍କ ପ୍ରତିଭା ପ୍ରଦର୍ଶନ: ଭୟଭୀତ କଲା ‘ହଣ୍ଟେଡ୍‌ ହାଉସ୍‌’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଘର ପୂରା କିଟ୍‌ କିଟ୍‌ ଅନ୍ଧାର ଥିଲା। କଟା ମୁଣ୍ଡ ସହିତ ସଂରକ୍ଷିତ ଶବ ସେହି ଘରେ ଥିଲା। ଆଉ ଠାଏ ଠାଏ ରକ୍ତ...

Advertisement
Archives

Model This Week