ନଦୀ ପାରହୋଇ ପହଞ୍ଚିଲେ କନ୍ୟାଘରେ

ଭୋପାଳ: ବାହାଘର ପାଇଁ କନ୍ୟାଘରକୁ ଗାଡ଼ି ନେଇଯିବା ପାଇଁ ମିଳିଲାନି ଅନୁମତି। ସେଥିପାଇଁ ସେ ନଦୀ ପାର ହୋଇ ପହଞ୍ଚିଗଲେ କନ୍ୟା ଘରେ, ଆଉ ବିବାହ ପରେ ସେଇ ନଦୀ ବାଟେ ବି କନ୍ୟାକୁ ଧରି ଘରକୁ ଚାଲି ଆସିଲେ। ମଧ୍ୟପ୍ରଦେଶର ବାଲାଘାଟରେ ଏମିତିଭାବେ ଏକ ବାହାଘରକୁ ନେଇ ଏବେ ଚର୍ଚ୍ଚା।
ମହାରାଷ୍ଟ୍ର ଗୋନ୍ଦିଆ ଜିଲାର ଧାପେୱାଡ଼ା ଗାଁର ଇନ୍ଦ୍ରମେଧଙ୍କର ବିବାହ ସ୍ଥିର ହୋଇଥିଲା ମଧ୍ୟପ୍ରଦେଶର ବାଲାଘାଟର ଓକୋଲା ଗାଁରେ। ତେଣୁ ବିବାହ ପାଇଁ ଇନ୍ଦ୍ରମେଧଙ୍କ ଘର ଲୋକେ ଗାଡ଼ି ନେଇ ଯିବା ପାଇଁ ପ୍ରଶାସନର ଅନୁମତି ମାଗିଥିଲେ। ମାତ୍ର ମହାରାଷ୍ଟ୍ରରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ଅନୁମତି ଦିଆଯାଇ ନ ଥିଲା। ଏହାପରେ ଇନ୍ଦ୍ରମେଧ ନଦୀ ପାର ହୋଇ ଯିବା ପାଇଁ ସ୍ଥିର କରିଥିଲେ। ତେଣୁ ନିଜର ମାତ୍ର ଛଅ ଜଣ ନିକଟ ସମ୍ପର୍କୀୟଙ୍କ ସହିତ ସେ ନଦୀ ପାର ହୋଇ ମଧ୍ୟପ୍ରଦେଶରୁ ମହାରାଷ୍ଟ୍ରରେ ପହଞ୍ଚି ଯାଇଥିଲେ।
ଏହି ରାସ୍ତାରେ ବି ତାଙ୍କୁ କନ୍ୟାଘର ଲୋକେ ସ୍ବାଗତ କରି ନେଇ ଯାଇଥିଲେ। ଆଉ ବିବାହ ପରେ ଏହି ରାସ୍ତା ଦେଇ ବିଦା କରିଥିଲେ। ବିବାହ ସମୟରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। କିନ୍ତୁ ପ୍ରଶାସନକୁ ଏ ସମ୍ପର୍କରେ ଖବର ମିଳିବା ମାତ୍ରେ ତୁରନ୍ତ ଏହି ରାସ୍ତାକୁ ବି ସିଲ୍‌ କରି ଦିଆଯାଇଥିଲା। କାହିଁକି ନା ଇନ୍ଦ୍ରମେଧଙ୍କ ଭଳି ଏହି ରାସ୍ତାରେ ଯଦି ଅନ୍ୟମାନେ ଯିବା ଆସିବା କରିବେ ତେବେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ବାଧ୍ୟ ହୋଇ ପ୍ରଶାସନ ଏହି ପଦକ୍ଷେପ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରୁ ୬ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ଅଛନ୍ତି ୭ଜଣ। ଏମାନଙ୍କ ମଧ୍ୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର...

ପଦବୀଠୁ ବଡ଼ ମାନବିକତା: ସାଧାରଣ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ…

କୁହାଯାଏ ବିପଦରବନ୍ଧୁ ହିଁ ପ୍ରକୃତବନ୍ଧୁ। ସେ ବନ୍ଧୁ କିଏ ବି ହେଇପାରନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏମିତି ଅନେକ ବ୍ୟକ୍ତି ଅଛନ୍ତି; ଯେଉଁମାନେ...

‘ବିବାହ ଲାଗି ସରକାରୀ ଚାକିରିଆ ଝିଅ ମିଳିଲେ ଯୌତୁକ ମୁଁ ଦେବି’

ବିବାହରେ ପ୍ରାୟତଃ କନ୍ୟାପକ୍ଷ ଲୋକେ ବରକୁ ଯୌତୁକ ଦେଇଥାନ୍ତି। ଅନେକ କ୍ଷେତ୍ରରେ କନ୍ୟାର ପରିବାର ପକ୍ଷରୁ ଖୁସିରେ ଯୌତୁକ ଦିଆଯାଉଥିବା ବେଳେ ଡିମାଣ୍ଡ ଅନୁଯାୟୀ ଦେବାର...

କୋଭିଡ-୧୯: ବକ୍ସର ଜୋଶୁଆଙ୍କ ସମ୍ପର୍କୀୟ ମୃତ

ଲଣ୍ଡନ,୨।୪(ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣରେ ବିଶ୍ୱ ହେଭିଓ୍ବେଟ ଚାମ୍ପିୟନ ଆନ୍ଥୋନୀ ଜୋଶୁଆଙ୍କ ଜଣେ ସମ୍ପର୍କୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ବ୍ରିଟେନର ଏହି ତାରକା ବକ୍ସର...

ବୁଣାକାରଙ୍କ ଚମତ୍କାରିତା: ଦିଆସିଲି ଖୋଳରେ ପ୍ୟାକ୍‌ ହେଉଛି ଶାଢ଼ି

ଜଣେ ବୁଣାକାର ଏମିତି କୌଶଳରେ ଶାଢ଼ି ବୁଣିଛନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। କାରଣ ଶାଢ଼ିଟି ଏକ ଦିଆସିଲି ଖୋଳରେ ବି ପ୍ୟାକ୍‌ ହୋଇପାରୁଛି। ତେଲେଙ୍ଗାନାର...

ଦୀପାବଳିରେ ଫୁଟିବନି ବାଣ: ବଦଳରେ ଲୋକଙ୍କ ଅଜବ ଯୋଗାଡ଼, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଯୋଗୁ ଭାରତର କେତେକ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଏଥିସହିତ ଏହାର ବିକ୍ରିବଟା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରାଜସ୍ଥାନ,...

ଏମିତି ଏକ ମନ୍ଦିର, ଯେଉଁଠି କ୍ଷୀର ଚଢାଇଲେ ରଙ୍ଗ ବଦଳିଯାଏ

ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେବେଳେ ଏପରି କିଛି ଚମତ୍କାର ସମ୍ନାକୁ ଆସିଥାଏ, ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରି ନ ଥାଏ। ସେହିଭଳି ଏକ...

ପର୍ଯ୍ୟଟନସ୍ଥଳୀ: ବାଲାସିନୋରର ଡାଇନୋସର ପାର୍କ

ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ଏକ ସହର ହେଉଛି ବାଲାସିନୋର। ଉକ୍ତ ସହରରେ ରହିଛି ଏକ ଡାଇନୋସର ପାର୍କ ଓ ମ୍ୟୁଜିୟମ୍‌; ଯେଉଁଠାରେ ପର୍ଯ୍ୟଟକ ଡାଇନୋସରଙ୍କ...

Advertisement
Archives

Model This Week