ନଦୀ କୂଳରୁ ମିଳିଲା ଶରଣାର୍ଥୀ ବାପ-ଝିଅଙ୍କ ମୃତଦେହ: ଫଟୋ ଭାଇରାଲ

ନ୍ୟୁୟର୍କ, ୨୬।୬: ୨୦୧୫ରେ ସିରିଆର ଶରଣାର୍ଥୀ ଶିଶୁ ଆଲନ କୁର୍ଦ୍ଦି ସମୁଦ୍ରକୂଳରେ ପଡିଥିବାର ଦୃଶ୍ୟ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ସେମିତି ଏକ ହୃଦୟବିଦାରକ ଚିତ୍ର ପୁଣିଥରେ ଭାଇରାଲ ହୋଇଛି। ଆମେରିକା ପାଖରେ ଥିବା ଏକ ଦେଶ ଇଆଇ ସାଲଭେଡୋର ନିବାସୀ ୨୫ ବର୍ଷୀୟ ଆଲବର୍ଟ ମାର୍ଟିନେଜ୍‌ ରାମିରେଜ ଏବଂ ତାଙ୍କ ୨ବର୍ଷର ଝିଅ ଫ୍ଲୋରିଆଙ୍କୁ ସମୁଦ୍ରକୂଳରେ ମୃତାବସ୍ଥାରେ ପଡିଥିବାର ଦେଖି ପୁଣି ଥରେ ମନେ ପକାଇଦେଇଛି ଅଲନଙ୍କ କଥା। ବାପ-ଝିଅ ଆମେରିକାରେ ମୁଣ୍ଡ ଗୁଞ୍ଜିବା ପାଇଁ ଆସୁଥିବାବେଳେ ମେକ୍ସିକୋର ରିୟୋ ଗ୍ରାଣ୍ଡ ନଦୀରେ ବୁଡି ଯାଇଥିଲେ। ଫଟୋରେ କୁନି ଶିଶୁଟିର ହାତ ପିତାଙ୍କ ଶାର୍ଟ ଭିତରେ ପଶିଯାଇଛି। ସୂଚନାଯୋଗ୍ୟ, ଆମେରିକା-ମେକ୍ସିକୋ ବର୍ଡରରେ ହଜାର ହଜାର ଶରଣାର୍ଥୀ ରହିବା ପାଇଁ ଯାଗା ଖୋଜୁଛନ୍ତି। ଗତବର୍ଷ ଏଠାରେ ୨୮୩ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ଶରଣାର୍ଥୀମାନେ ଏବେ କେଉଁ ଦେଶକୁ ନିଜର ଦେଶଭାବେ ପ୍ରମାଣ ଦେଇପାରୁନଥିବାରୁ କୋଣସି ଦେଶ ସେମାନଙ୍କୁ ନିଜର ବୋଲି କହିବାକୁ ଚାହୁଁନାହାଁନ୍ତି। ଏଭଳି ସମୟରେ ଶରଣାର୍ଥୀମାନେ ଖୋଲା ଆକାଶ ତଳେ ଜୀବନ ବିତାଇବା ବ୍ୟତୀତ ଅନ୍ୟ କିଛି ଉପାୟ ପାଉନାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଟ ଜିପିଟି ଜ୍ଞାନର ମୂଳଦୁଆ ପାଇଁ ସୃଷ୍ଟି କରୁଛି ବିପଦ…

ଟରଣ୍ଟୋ/ନୂଆଦିଲ୍ଲୀ,୧।୨ : ସମ୍ପ୍ରତି ଇଣ୍ଟରନେଟ ଦୁନିଆରେ ଚାଟ ଜେନେରେଟିଭ ପ୍ରି-ଟ୍ରେଣ୍ଡ ଟ୍ରାନ୍ସଫର୍ମର ଅର୍ଥାତ ଚାଟ ଜିପିଟି ବିଷୟରେ ଅନେକ ଆଲୋଚନା ଚାଲିଛି। ଚାଟ ଜିପିଟି ଜ୍ଞାନର...

ଅସ୍ତ୍ରବିରତି ପାଇଁ ଭାରତ-ପାକ ରାଜି ଘଟଣାକୁ ସ୍ୱାଗତ କଲା ଆମେରିକା

ୱାଶିଂଟନ,୨୬ ।୨: ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ରାଜିନାମାକୁ କଡାକଡି ପାଳନ କରିବା ଲାଗି ଭାରତ-ପାକିସ୍ତାନ ସହମତ ହୋଇଥିବା ବିବୃତିକୁ ସ୍ୱାଗତ କରିଛି...

ପାକିସ୍ତାନରେ ଜବରଦସ୍ତ କଳି, ଶହବାଜ ଶରିଫଙ୍କୁ ନେଇ କହିଲେ-ପ୍ରଧାନମନ୍ତ୍ରୀଙ୍କ ନାମରେ ‘ଜୋକର’

ଇସଲାମାବାଦ,୨୦ ।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ବିରୋଧି ଦଳଙ୍କ ଟାର୍ଗେଟରେ । ଦେଶରେ ଲାଗି ରହିଥିବା ସଙ୍କଟରୁ ବାହାରିବାକୁ ଶରିଫ ସାରା ବିଶ୍ୱର ସହଯୋଗ...

ଆଣବିକ ଶକ୍ତି ଦେଖାଇବ ରୁଷିଆ

ମସ୍କୋ/ଓ୍ବାଶିଂଟନ୍‌,୧୯ା୨: ୟୁକ୍ରେନ୍‌ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଶନିବାର ନ୍ୟୁକ୍ଲିୟର ଡ୍ରିଲ୍‌ କରିବାକୁ ଶୁକ୍ରବାର ଏହାର ସେନା ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ୟୁକ୍ରେନ୍‌...

ପୁଣି ଲକ୍‌ଡାଉନ୍‌ ଘୋଷଣା

ବର୍ଲିନ,୨୯।୧୦: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ୱିତୀୟ ଥର ପାଇଁ ଜର୍ମାନୀ ଏବଂ ଫ୍ରାନ୍ସରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ ଏବଂ...

ପାକିସ୍ତାନକୁ ବଡ ଝଟ୍‌କା

ୟୁଏଇ,୨୦।୧୧: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ପାକିସ୍ତାନ ସମେତ ୧୨ଟି ଦେଶର ଲୋକଙ୍କ ପାଇଁ ନୂତନ ଭିସା ପ୍ରଦାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବୈଦେଶିକ...

ଋଣ ପ୍ରଦାନ ପାଇଁ ଆଇଏମଏଫର ସର୍ତ୍ତ, ଚିନ୍ତାରେ ପାକିସ୍ତାନ…

ଇସଲାମାବାଦ,୨୦।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା କହିଛନ୍ତି ଯେ ଗରିବ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଧନୀ ଲୋକଙ୍କୁ...

ସୁଦାନରେ ରକ୍ତ ସଂଘର୍ଷ: ୧୭୦ ଲୋକଙ୍କ ଜୀବନ ଚାଲିଗଲା

ଖାରଟୋମ,୨୧।୧୦:ସୁଦାନରୁ ଆଦିବାସୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଦେଶର ଦକ୍ଷିଣ ବ୍ଲୁ ନାଇଲ୍‌ରେ ଆଦିବାସୀମାନଙ୍କ ମଧ୍ୟରେ ଜାତିଗତ ସଂଘର୍ଷରେ ୧୭୦...

Advertisement
Archives

Model This Week