ନଦୀରେ ପଶି ସ୍କୁଲ ଯାଉଛନ୍ତି ପିଲା

ନୂଆପଡ଼ା ଅଫିସ/ସିନାପାଲି,୨୯।୭: ଗମନାଗମନ ଭଳି ମୌଳିକ ସୁବିଧାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲି ସରକାର ଘୋଷଣା କରୁଛନ୍ତି। ହେଲେ ନୂଆପଡ଼ା ଜିଲାର ଉପାନ୍ତ ଖଇଁରପଦର ଗ୍ରାମ ପଞ୍ଚାୟତ ହଳଦୀମୁଣ୍ଡା ଗାଁ ଲୋକେ ଏଥିରୁ ବଞ୍ଚିତ ହୋଇଛନ୍ତି। ରାସ୍ତା ନ ଥିବାରୁ ସ୍କୁଲ ପିଲାଙ୍କୁ ନଦୀରେ ଚାରି ଫୁଟ ପାଣି ପାରିହୋଇ ସ୍କୁଲ ଯିବାକୁ ପଡ଼ୁଛି। ସ୍କୁଲ ପିଲା ବିପଜ୍ଜନକ ଭାବେ ଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ନୂଆପଡା ଜିଲା ସଦର ମହକୁମାଠାରୁ ୧୧୫କିି.ମି ଦୂର ସିନାପାଲି ବ୍ଲକର ହଳଦୀମୁଣ୍ଡା ଗାଁ। ଏଠାରେ ଶତପ୍ରତିଶତ ବନବାସୀ ଆଦିବାସୀ ବସତି କରି ରହୁଛନ୍ତି। ଚାଷକାର୍ଯ୍ୟ ମୁଖ୍ୟ ବେଉସା। ଏଠାରେ ଶିକ୍ଷା, ସ୍ଥାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ଲୋକଙ୍କୁ ଏବେବି ଉପଲବ୍ଧ ହୋଇନାହିଁ। ସବୁପ୍ରକାର ସୁବିଧା ପାଇଁ ନଦୀ ଆରମୁଣ୍ଡ କେନ୍ଦୁମୁଣ୍ଡା ଗାଁ ଉପରେ ଭରସା କରିଥାନ୍ତି। ମାତ୍ର ବର୍ଷାଦିନ ଆରମ୍ଭ ହେଲେ ସବୁ ଦୁଃଖ ଆରମ୍ଭ ହୋଇଯାଏ। ଏମିତିକି ଲଗାଣ ବର୍ଷାରେ ଏହି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥାଏ ା ଅସରାଏ ବର୍ଷା ହେଲେ ମେଣ୍ଢାନାଳ ଉପରେ ପାଣି ମାଡିଆସିଥାଏ। ପିଲାମାନେ ୪ଫୁଟ ପର୍ଯ୍ୟନ୍ତ ପାଣି ଲଙ୍ଘି ସ୍କୁଲକୁ ଯାଇଥାନ୍ତି। ହଳଦୀମୁଣ୍ଡା ଭଳି ଗାଁରେ ହାଇସ୍କୁଲ ଶିକ୍ଷାର କୌଣସି ବିକଳ୍ପ ନ ଥିବାବେଳେ କେନ୍ଦୁମୁଣ୍ଡା ସ୍କୁଲ ହିଁ ଏକମାତ୍ର ଭରସା। ଏଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଇଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । ଏନେଇ ଜିଲାପାଳ ମଧୁସ୍ମିତା ସାହୁଙ୍କୁ ପଚାରିବାରେ ସେ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ,ବଳଦଙ୍କ ଜୀବନ

ଆର.ଉଦୟଗିରି,୬।୧୦: ବିଜୟା ଦଶମୀରେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ। ବିଦ୍ୟୁତ୍‌ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି।...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତାରୋକୋ

ବଲାଙ୍ଗୀର ଅଫିସ/ତରଭା, ୨୦ା୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲି ଗ୍ରାମର ଆଲୋକ ନାଏକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୋମବାର ବଇରାସର ନିକଟରେ ବଲାଙ୍ଗୀର-ସୋନପୁର...

ଚିନ୍ତା ବଢ଼ାଇଲା ମାଲେସିଆ ଜାହାଜ କଣ୍ଟେନରରେ ୫ଫୁଟର ଫାଟ, ପଶିଲା ପାଣି

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୧୯।୮(ଡି.ଏନ୍‌.ଏ.) : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମୁହଁାଣର ରାଜହଂସ ଓ ଖିରିସାହି ଗଁା ନିକଟ ବଙ୍ଗୋପସାଗର ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ...

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ବଲାଙ୍ଗୀର ଉପଜିଲାପାଳ ନିଲମ୍ବିତ

ବଲାଙ୍ଗୀର ଅଫିସ, ୪ା୯-ବଲାଙ୍ଗୀର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବିରୋଧରେ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଉପଜିଲାପାଳ ମିଶ୍ର ନିଜ...

ଉଦାହରଣ ପାଲଟିଲେ ଶିକ୍ଷକ

ବରଗଡ଼ ଅଫିସ୍‌,୧୫।୨: ବରଗଡ଼ ଜିଲା ପଦ୍ମପୁର-ସୋହେଲା ବିଜୁ ଏକ୍ସପ୍ରେସ ରାସ୍ତାର କନସିଂହା ଛକ ନିକଟରେ ସୋମବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାର ୨ଜଣ ଆହତକୁ ଉଦ୍ଧାର...

ବିଶୋଧିତ ହେଲା ଜନଗହଳି ପୂର୍ଣ୍ଣ ସ୍ଥାନ

ପାଟଣା,୭ା୫(ସ୍ବ.ପ୍ର.): କରୋନା ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା,ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସର, ତହସିଲ,...

ଭିଡିଓ କନଫରେନ୍ସିଂରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୩୦।୫: ଆଗକୁ ଆସୁଛି ସ୍ନାନ ଯାତ୍ରା ଓ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ...

Advertisement
Archives

Model This Week