ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି କର୍ମଚାରୀ: ଯାଞ୍ଚ କରିବାକୁ ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ। ଓଡ଼ିଶା ପ୍ରାଇମେରି ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓପେପା)/ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା) ଅଧୀନରେ ଅନେକ କର୍ମଚାରୀ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଛନ୍ତି। ଏଭଳି ଅଭିଯୋଗ ହେବା ପରେ ବିଭାଗ ତତ୍ପର ହୋଇପଡ଼ିଛି। ନକଲି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓସେପା ପକ୍ଷରୁ ସମସ୍ତ ଜିଲାପାଳ ତଥା ଆର୍‌ଟିଇ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଓପେପା କିମ୍ବା ଓସେପା ଅଧୀନରେ ଏସ୍‌ପିଓ, ଡିପିଓ, ବ୍ଲକ୍‌ସ୍ତରୀୟ କର୍ମଚାରୀମାନେ ନିଯୁକ୍ତି ପାଇଥିବା ସମୟରେ ଦେଇଥିବା ସାର୍ଟିଫିକେଟ୍‌କୁ ଅତି ସାବଧାନତା ସହ ଯାଞ୍ଚ କରିବାକୁ କୁହାଯାଇଛି। ଯଦି କିଏ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ଜଣାପଡ଼େ, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରିବାକୁ ମଧ୍ୟ0 କୁହାଯାଇଛି। ଉକ୍ତ କର୍ମଚାରୀଙ୍କ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌ର ଅଧିକ ଯାଞ୍ଚ ପାଇଁ ରାଜ୍ୟ କିମ୍ବା ରାଜ୍ୟ ବାହାର ବୋର୍ଡ, କାଉନ୍‌ସିଲ, ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ କିମ୍ବା କୌଣସି ଅନୁଷ୍ଠାନକୁ ପଠାଯାଇପାରିବ। ସାର୍ଟିଫିକେଟ୍‌ ଯାଞ୍ଚ ହେବା ପରେ ଡିପିସି କର୍ମଚାରୀଙ୍କ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌ ଠିକ୍‌ ଅଛି କିମ୍ବା ଭୁଲ ସେନେଇ ଏସ୍‌ପିଓଙ୍କୁ ଦୁଇମାସ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ

ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ...

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ମହିଳା ଗିରଫ, ସ୍ବାମୀ ଫେରାର

କଟକ ଅଫିସ/ଆଠଗଡ,୨୫।୭(ସ୍ବ.ପ୍ର.) କଟକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଚଢାଉ କରାଯାଇ ୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।...

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ରାସ୍ତାରୋକୋ

ନିମାପଡ଼ା, ୯।୬(ଡି.ଏନ୍‌.ଏ.)-ନିମାପଡ଼ା ବ୍ଲକ ଅନ୍ତର୍ଗତ ବ୍ୟବସାୟିକ ପେଣ୍ଠସ୍ଥଳୀ ଚାରିଛକ ବଜାର ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ରବିବାର ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା...

ବିଡିଓଙ୍କର ରହିଛି ୨୪ଟି ପ୍ଲଟ, ଘରୁ ମିଳିଲା ୧ କେଜିରୁ ଅଧିକ ସୁନା

ବାଲେଶ୍ୱର ଅଫିସ/ଭୁବନେଶ୍ୱର୧୮।୬(ବ୍ୟୁରୋ): ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...

କରୋନା ରୋଗୀଙ୍କ ସହ କଣ୍ଟାକ୍ଟ କ’ଣ, କାହାକୁ ରହିଛି ସଂକ୍ରମିତ ହେବାର ଆଶଙ୍କା

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ସହ କଣ୍ଟାକ୍ଟ ବା ସମ୍ପର୍କ ନେଇ ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।...

୨୫୭୦.୫୪ କୋଟିର ୯ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ୨୫୭୦.୫୪ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ...

ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ରାତି ୮ଟା ରେ ସଟ୍ ଡାଉନ୍ ହଟିବ। ସଟ୍ ଡାଉନ୍...

ରାଜ୍ୟର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳ: ସୁସ୍ଥହୋଇ ଘରକୁ ଫେରିଲେ ଫିରୋଜ

କଟକ ଅଫିସ,୨୫ା୨: ରାଜ୍ୟର ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବା ଜଣେ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନୀକୁ ନେଇ ଜଣେ ଜୀବିତଙ୍କ ଶରୀରରେ ପ୍ରତିରୋପଣ...

Advertisement
Archives

Model This Week