Posted inଭଦ୍ରକ

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ୩ କର୍ମଚାରୀଙ୍କୁ ବହିଷ୍କାର

ଭଦ୍ରକ ଅଫିସ, ୨୨।୧୨- ଭଦ୍ରକ ଜିଲାରେ ନକଲି ସାର୍ଟିଫିକେଟ ଦେଇ କୋଟି କୋଟି ଟଙ୍କା ଷ୍ଟାଇପେଣ୍ଡ ଲୁଟ୍‌ ଘଟଣାରେ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ୩ କର୍ମଚାରୀଙ୍କୁ ଶୁକ୍ରବାର ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଏହି ୩ କର୍ମଚାରୀ ଆଉଟ୍‌ସୋର୍ସିଂ ଏଜେନ୍ସି ମାଧ୍ୟମରେ କାମ କରୁଥିଲେ। ଏଣୁ ସମ୍ପୃକ୍ତ ଏଜେନ୍ସିକୁ ୩ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଷ୍ଟାଇପେଣ୍ଡ କୋର୍ଡିନେଟର ଭାରତୀ ମହାପାତ୍ର, ଡାଟାଏଣ୍ଟ୍ରି ଅପରେଟର ବିକାଶ କୁମାର ହୋତା ଓ ଭଜନ ବିନ୍ଧାଣୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏକ ଇଞ୍ଜିନିୟରିଂ କଲେଜକୁ ମଧ୍ୟ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏହାଛଡ଼ା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭିଜିଲାନ୍ସକୁ ଅନୁରୋଧ କରାଯାଇଛି।
ଷ୍ଟାଇପେଣ୍ଡ ଟଙ୍କା ପାଉଥିବା ଛାତ୍ରୀଛାତ୍ରଙ୍କ ପାଖରେ ବ୍ୟାଙ୍କ ପାସ୍‌ବୁକ ନ ରହିବା, ମିଥ୍ୟା ଜାତିଗତ ସାର୍ଟିଫିକେଟ୍‌ ପ୍ରଦାନ, ଉତ୍ତୀର୍ଣ୍ଣ ବୟସ୍କଙ୍କୁ ଛାତ୍ର ଭାବେ ଗ୍ରହଣ କରିବା, ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କଠାରୁ ଖାଦ୍ୟପେୟ ବାବଦରେ ଅର୍ଥ ନେବା, ଏହି ଛାତ୍ରୀଛାତ୍ରଙ୍କଠାରୁ ଚେକ୍‌ବୁକ୍‌ରେ ଅଗ୍ରିମ ଦସ୍ତଖତ ନେବା ଆଦି ବହୁ ଜାଲିଆତି ସମ୍ପର୍କରେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ଭଦ୍ରକରେ ଧାନକ୍ରୟ ଆରମ୍ଭ: ପ୍ରଚାର ଗାଡ଼ି ଉଦ୍‌ଘାଟନ କଲେ ବିଧାୟକ

ଭଦ୍ରକ ଅଫିସ,୧୬।୧୨: ଆସନ୍ତା ୨୦ ତାରିଖରୁ ଜିଲାରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଜିଲାରେ ସଚେତନତା ପାଇଁ ୭ଟି ପ୍ରଚାର ଗାଡ଼ିକୁ ସୋମବାର ବିଧାୟକ...

ଆଇରନ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ: କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଭଦ୍ରକ ଅଫିସ,୨୨।୪: ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ବନ୍ତ ବଜାର ଜଳସେଚନ ଅଫିସ ନିକଟରେ ଆଇରନ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

ଜୁଆ ଆଡ୍ଡାରେ ଚଢ଼ାଉ: ୩ ଗିରଫ

ଧାମନଗର,୧୮।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ସରିଫ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ଧାମନଗର ପୋଲିସ ସୋମବାର ରାତିରେ ଚଢ଼ାଉ କରି ୩ ଜୁଆଡ଼ୀଙ୍କୁ ଗିରଫ...

ଜଳିଗଲା ୨ ବଖରା : ୭ ଗାଈ ଜୀବନ୍ତ ଦଗ୍ଧ

ପଦ୍ମପୁର,୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଗୋପବନ୍ଧୁନଗର ପଞ୍ଚାୟତର ଗଦି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାମଚନ୍ଦ୍ର ରାଉତ ଓ...

ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର

ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍‌ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ...

ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ

ଭଦ୍ରକ ଅଫିସ,୨୪।୨: ଭଦ୍ରକ ରେଳ ଷ୍ଟେଶନ ନିକଟ ୧୧୯ ନମ୍ବର ଗେଟ୍‌ ନିକଟ ବିଦ୍ୟୁତ ଅଫିସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ରେଳ କର୍ମଚାରୀଙ୍କୁ...

ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାସୁଦେବପୁର, ୨୯।୩ (ଡି.ଏନ୍‌.ଏ.) ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ଗୁଆଗଁା ଛକଠାରେ ସୋମବାର ଏକ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ...

ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର: ମହିଳା ଦଲାଲ ଅଟକ

ଭଦ୍ରକ ଅଫିସ ,୧୫।୩: ରାଜ୍ୟ ବାହାରକୁ କାମ କରିବାକୁ ଯିବା ପୂର୍ବରୁ ଆଦିବାସୀ ନାବାଳିକା ଓ ନାବାଳକ ଦାଦନ ଶ୍ରମିକଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର...

Advertisement
Archives

Model This Week