ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ

ଗାନ୍ଧୀନଗର, ୨୦ା୫: ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ। କୋଭିଡ୍‌-୧୯ ସଙ୍କଟ ସମୟରେ ରୋଗୀଙ୍କ ଜୀବନକୁ ଅଧିକ ବିପଦରେ ପକାଇ ଦେଇଛି ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏଭଳି ନିମ୍ନମାନର ମେଶିନ। ଏହି ଘଟଣାର ପର୍ଦ୍ଦାଫାଶ ହେବା ପରେ ଏବେ ବିଜୟ ରୂପାନୀ ସରକାରଙ୍କ ତଣ୍ଟିରେ କଣ୍ଟା ଲାଗିଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ହିଁ ରାଜକୋଟ୍‌ର ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏହି ଭେଣ୍ଟିଲେଟରକୁ ପ୍ରୋତ୍ସାହିତ କରିଥିଲେ। ଏହି ଗୁଜରାଟ ମଡେଲ ଭେଣ୍ଟିଲେଟରକୁ ଏପ୍ରିଲ ୪ରେ ଅହମଦାବାଦ ସିଭିଲ ହସ୍ପିଟାଲରେ ଉଦ୍‌ଘାଟନ କରାଯାଇଥିଲା। ରୂପାନୀଙ୍କ ବନ୍ଧୁ ଦେଇଥିବା ଭେଣ୍ଟିଲେଟର ନକଲି ଥିବା ଜଣାପଡ଼ିବା ପରେ ସମଗ୍ର ଦେଶରେ ହଇଚଇ ହୋଇଛି। ଏହା ଲୋକଲୋଚନକୁ ଆସିବା ପୂର୍ବରୁ ବିଭିନ୍ନ ହସ୍ପିଟାଲରେ ବ୍ୟବହୃତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏଭଳି ଜରୁରୀ ସ୍ବାସ୍ଥ୍ୟ ଉପକରଣ ଯେ ନକଲି ହୋଇପାରେ ତାହା କେହି ବିଶ୍ୱାସ କରିପାରିବେନି ବୋଲି ଜଣେ ଅଧିକାରୀ କହିଛନ୍ତି। ଏହା ଗୁଜରାଟର ଛବିକୁ କେବଳ ଖରାପ କରିନି, ବରଂ ସ୍ବାସ୍ଥ୍ୟ ସଙ୍କଟକୁ ପଦାରେ ପକାଇଛି ବୋଲି କେତେକ ଖବରକାଗଜ ପକ୍ଷରୁ ଦର୍ଶାଯାଇଛି।
‘ଅହମଦାବାଦ ମିରର’କୁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଏହା ଏକ ଗମ୍ଭୀର ବିଷୟ। ଭେଣ୍ଟିଲେଟର ପରିବର୍ତ୍ତେ ‘ଅମ୍ବୁ-ବ୍ୟାଗ୍‌’କୁ ହସ୍ପିଟାଲରେ ଖଞ୍ଜାଯିବା ଲାଗି ନିର୍ଦ୍ଦେଶ ଦିଆଯିବା କେବଳ ଏକ ଅପରାଧ ନୁହେଁ, ଏହା ଜଣାଇ ଦେଉଛି ରୂପାନୀଙ୍କ ଶାସନ କାଳରେ ଗୁଜରାଟ ସରକାର କିଭଳି ଭାବେ ଚାଲିଛି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଭଳି ଭାବେ ତାଙ୍କ ବନ୍ଧୁଙ୍କ କମ୍ପାନୀ ଦ୍ୱାରା ନିର୍ମିତ ଭେଣ୍ଟିଲେଟରକୁ ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦେଇଛନ୍ତି, ତାହା ଚାରିଆଡ଼େ ଆଲୋଚନାର ବିଷୟ ପାଲଟିଛି ଓ ଏହା ଗୁଜରାଟକୁ ଛବିକୁ ମଳିନ କରିଦେଇଛି। ଏପ୍ରିଲ୍‌ ୪ରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏକ ବିବୃତି ଦେଇ କହିଥିଲେ ଯେ, କୋଭିଡ୍‌-୧୯ ଦ୍ୱାରା ସମଗ୍ର ବିଶ୍ୱ ଆକ୍ତାମାକ୍ତା ହୋଇପଡ଼ିଛି। ଭେଣ୍ଟିଲେଟରର ଘୋର ଅଭାବ ଦେଖାଦେଇଛି। ଏଭଳି ସମୟରେ ଶସ୍ତାରେ ଭେଣ୍ଟିଲେଟର ଯୋଗାଇଦେଇ ବିଶ୍ୱସ୍ତରରେ ଗୁଜରାଟ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ତେବେ ଦୁର୍ନୀତି ପଦାରେ ପଡ଼ିବା ପରେ ମିରର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଜଣେ ପ୍ରଶାସକ ଉକ୍ତ ଖବରକାଗଜକୁ ପ୍ରଭାବିତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମିରରର ସାମ୍ବାଦିକ ଏ ନେଇ ସମ୍ପୃକ୍ତ ପ୍ରଶାସକଙ୍କ ସହ ଯୁକ୍ତି କରିବା ପରେ ସେ ଟେଲିଫୋନ୍‌ ସଂଯୋଗକୁ ବିଚ୍ଛିନ୍ନ କରିଦେଇଥିଲେ। ଉକ୍ତ ଖବରକାଗଜ ପକ୍ଷରୁ ଖୋଳତାଡ଼ କରାଯିବା ପରେ ଅନେକ ତ୍ରୁଟି ପଦାକୁ ଆସିଛି। ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜକୋଟଭିତ୍ତିକ ଘରୋଇ କମ୍ପାନୀ ଜ୍ୟୋତି ସିଏନ୍‌ସି ପ୍ରଥମେ ‘ଧମନ-୧’ ନାମକ ଭେଣ୍ଟିଲେଟର ମାତ୍ର ୧୦ ଦିନ ଭିତରେ ତିଆରି କରିବାରେ ସକ୍ଷମ ହୋଇଥିଲା। ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ କମ୍‌ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଅଂଶସ୍ବରୂପ ଏଭଳି ଭେଣ୍ଟିଲେଟର ତିଆରି କରାଯିବାକୁ ବୃହତ୍‌ ସଫଳତା ଭାବେ ପରିଗଣିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରୂପାନୀ କହିଥିଲେ ଯେ, ରାଜକୋଟଭିତ୍ତିକ ସ୍ଥାନୀୟ ଶିଳ୍ପପତି ପରାକ୍ରମସିହ୍ନ ଜାଡେଜା ଏବଂ ଜ୍ୟୋତି ସିଏନ୍‌ସି କମ୍ପାନୀର ସଦସ୍ୟମାନେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ମେକ୍‌ ଇନ୍‌ ଗୁଜରାଟ’ କ୍ୟାମ୍ପେନ୍‌କୁ ସଫଳ କରିବାରେ ସହାୟକ ହୋଇଥିଲେ। କିନ୍ତୁ କୋଭିଡ୍‌-୧୯ ଚିକିତ୍ସା କ୍ଷେତ୍ରରେ ‘ଧମନ-୧’ ବିଫଳ ହେବା ନେଇ ଗୁଜରାଟ ସିଭିଲ ହସ୍ପିଟାଲର ଡାକ୍ତର ଜଣାଇବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା। ଅନ୍ୟପକ୍ଷରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଜ୍ୟୋତି ସିଏନ୍‌ସିର ସିଏମ୍‌ଡି ଜାଡେଜା କହିଛନ୍ତି, ‘ଧମନ-୧’ ଭେଣ୍ଟିଲେଟର ଏକ ସ୍ବୟଂସମ୍ପୂର୍ଣ୍ଣ ମେଶିନ ନୁହେଁ। ଏ ବିଷୟରେ ସରକାରଙ୍କୁ ଯଥେଷ୍ଟ ଆଗରୁ ଜଣାଇ ଦିଆଯାଇଥିଲା। କମ୍ପାନୀ ପକ୍ଷରୁ ‘ଧମନ-୩’ ନାମରେ ଏକ ସ୍ବୟଂସମ୍ପୂର୍ଣ୍ଣ ଭେଣ୍ଟିଲେଟର ବିକଶିତ କରାଯାଉଛି। କିନ୍ତୁ ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା କରିବା ଲାଗି ‘ଧମନ-୧’ ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri