Posted inଖେଳ

ଧୋନୀଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ସ୍ତ୍ରୀ ସାକ୍ଷୀ

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଉଠିଥିଲା। ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ତାଙ୍କ ସ୍ତ୍ରୀ ସାକ୍ଷୀ। ଏହା କେବଳ ଗୁଜବ ବୋଲି ସେ ମତ ଦେଇଛନ୍ତି। ଏପରିକି ଆଇପିଏଲରେ ଧୋନୀ ନେତୃତ୍ୱ ନେଉଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ପକ୍ଷରୁ ମଧ୍ୟ ଏଭଳି ଗୁଜବକୁ ଖଣ୍ଡନ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର କୋହଲି ଏକ ମ୍ୟାଚର ଫଟୋ ଟୁଇଟ କରି ଲେଖିଛନ୍ତି,ଏହି ସ୍ବତନ୍ତ୍ର ଦିନକୁ ମୁଁ କେବେ ଭୁଲି ପାରିବି ନାହିଁ। ଧୋନୀ ମୋତେ ଫିଟନେସ ଟେଷ୍ଟ ପରି ଏହି ମ୍ୟାଚରେ ଦୌଡାଇଥିଲେ। କୋହଲି ଟୁଇଟ କରିଥିବା ମ୍ୟାଚ୍‌ଟି ୨୦୧୬ ମାର୍ଚ୍ଚ ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଇଥିଲା। ଅଷ୍ଟେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୦ ରନ କରିଥିଲା। ଏହାର ଜବାବରେ ଭାରତ ୧୯.୧ ଓଭରରେ ୪ ଉଇକେଟ ହରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥିଲା। କୋହଲି ୫୧ଟି ବଲରୁ ୯ଟି ଚୌକା ଏବଂ ଦୁଇଟି ଛକା ସହ ୮୨ରନ୍ରେ ଅପରାଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ପ୍ରେମିକାଙ୍କ ହାତ ଧରିବେ ଚହର

ନୂଆଦିଲ୍ଲୀ,୯।୩: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ଯୁବ ଭାରତୀୟ କ୍ରିକେଟର ରାହୁଲ ଚହର। ଗୋଆରେ ପ୍ରେମିକା ତଥା ଫ୍ୟାଶନ ଡିଜାଇନର୍‌ ଈଶାନିଙ୍କ ହାତ ଧରିବେ...

ଧୋନୀଙ୍କ ଅବସର ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ଏହି ୨ ଖେଳାଳି

୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ଦୂରେଇ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ କେବେ ପୁଣି କ୍ରିକେଟକୁ ଫେରିବେ କି ଅବସର...

ୟୁଏସ୍‌ ଓପନ୍‌:ବ୍ରାଡି- ଓସାକା ସେମିଫାଇନାଲ

ନ୍ୟୁୟର୍କ,୧୦।୯(ଏପି): ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ୯ମ ଦିବସରେ ମହିଳା ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଚତୁର୍ଥ ସିଡ୍‌ ଖେଳାଳି ଜାପାନର...

ଅନୁଷ୍କାଙ୍କୁ ପଡିଆରୁ ଇସାରାରେ ଏମିତି କହିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ଆସନ୍ତା ବର୍ଷ ଜାନୁଆରୀରେ ନିଜ ପ୍ରଥମ ସନ୍ତାନଙ୍କୁ...

ମୁମ୍ବାଇ ସିଟି ଏଫ୍‌ସି ସହ ରହିବେ ବିପିନ ସିଂ

ମୁମ୍ବାଇ, ୨୦ା୪ (ପି.ଟି.)- ଭାରତର ଅନ୍ତର୍ଜାତୀୟ ଫୁଟ୍‌ବଲ ଖେଳାଳି ବିପିନ ସିଂଙ୍କ ସହିତ ଚୁକ୍ତି ମିଆଦ ବୃଦ୍ଧି କରାଯାଇଥିବା ମୁମ୍ବାଇ ସିଟି ଏଫ୍‌ସି ତରଫରୁ ସୋମବାର...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାନିଆ ମିର୍ଜାଙ୍କ ସହ ପାର୍ଟି କରୁଥିଲେ ପାକିସ୍ତାନ ଖେଳାଳି

ଲଣ୍ଡନ, ୧୭।୬: ବିଶ୍ୱକପର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ରବିବାର ମାଞ୍ଚେଷ୍ଟରରେ ଖେଳାଯାଇଥିଲା। ଏଥିରେ ଭାରତ ୮୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ବିଶ୍ୱକପରେ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ଲଡର୍‌ସ,୧୧।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୧୨ଠାରୁ ଲର୍ଡସରେ ଖେଳାଯିବ। ଉଭୟ ଦଳ ବିଜୟ ସହ ୫ ମ୍ୟାଚ ବିଶିଷ୍ଟ...

ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌: ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ବ୍ରିସବେନ,୧୮।୨- ସ୍ପିନର ପୁନମ ଯାଦବଙ୍କ ୩ ଉଇକେଟ ସଫଳତା ବଳରେ ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ ପୂର୍ବରୁ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ...

Advertisement
Archives

Model This Week