Posted inଫୁରସତ

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ?
କେବେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ପୋଷ୍ଟ ଅଫିସ୍‌ ଯାଉ। ତାଙ୍କ ଦେହାନ୍ତ ପରେ ମୋତେ ଯେତେବେଳେ ନିଯୁକ୍ତି ମିଳିଥିଲା ସେତେବେଳେ ବାପାଙ୍କ କଥା ମନେ ପଡିଥିଲା। ମୋର ବି ଆଉ ଇଚ୍ଛା ନ ଥିଲା ଯେ, ଡାକଘରେ କାମ କରିବି।
ଉଚ୍ଚଶିକ୍ଷା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଇ ନ ପାରିବା ଘଟଣାକୁ ନେଇ କେବେ ମନରେ ଦୁଃଖ ଆସିିନି ?
ପ୍ରଥମେ ବହୁତ ଦୁଃଖ ଲାଗୁଥିଲା। ହେଲେ ମୋର ସ୍ବପ୍ନକୁ ନେଇ ଧୀରେ ଧୀରେ କାର୍ଯ୍ୟକ୍ରମ ଆଗକୁ ବଢ଼ୁଥିଲା। ଯେତେବେଳେ ସେହି ଆର୍ଥତ୍କ ଅନଗ୍ରସର ପିଲାମାନେ ବହୁତ ଉପରକୁ ଗଲେ ତାହା ମୋତେ ସବୁ ଦୁଃଖ ଭୁଲାଇଦେଲା। କେମ୍ବ୍ରିଜ ନ ଯିବା ଠିକ୍‌ ଥିଲା ମୁଁ ଭାବେ। ହେଲେ କିଛିଦିନ ତଳେ ଆମେ ଦୁଇଭାଇ କେମ୍ବ୍ରିଜକୁ ବକ୍ତୃତା ଦେବା ପାଇଁ ଯାଇଥିଲୁ। ବହୁତ ଖୁସି ଲାଗିଲା ଯେ, ଯେଉଁଠି ମୁଁ ପଢ଼ି ପାରି ନ ଥିଲି ସେଠି ଦୁଇ ଭାଇଙ୍କୁ ସମ୍ମାନ ମିଳିଲା।
ଆପଣଙ୍କ ଭାଇ ଓ ବନ୍ଧୁ ଉପରେ ବାରମ୍ବାର ଆକ୍ରମଣ ହୋଇଛି। ସେ ସମ୍ପର୍କରେ କ’ଣ କହିବେ?
ବର୍ଷ ହେବ ମୋ ଉପରେ ଆକ୍ରମଣ ହେଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମୋ ଭାଇ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଯଦି ସମାଜରେ କିଛି ପରିବର୍ତ୍ତନ କରିବାକୁ ଚାହିଁବ ଓ କିଛି ଭଲ କାମ କରିବାକୁ ଚାହିଁବ, ତେବେ ଶତ୍ରୁ ନିଶ୍ଚିତ ଘେରିବେ। ଆପଣଙ୍କୁ ବଦନାମ ମଧ୍ୟ କରିବେ। କିନ୍ତୁ ଏହି ସମୟରେ କାମ କରିବାର ଜିଦ୍‌ ରହିଲେ ନିଶ୍ଚୟ ଆଗେଇପାରିବ। ବିହାର ସରକାରଙ୍କୁ ଧନ୍ୟବାଦ ଦେବି ଯେ, ଯେବେଠାରୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ହୋଇଛି, ସେବେଠାରୁ ଆମ ସୁରକ୍ଷା ପାଇଁ ୪ଜଣ କମାଣ୍ଡୋ ଯୋଗାଇ ଦେଇଛନ୍ତି।
‘ସୁପର-୩୦’ କାର୍ଯ୍ୟକ୍ରମରୁ ‘ସୁପର-୩୦’ ଫିଲ୍ମ ଯାତ୍ରା କିପରି ଥିଲା ?
ବହୁତ ସଂଘର୍ଷମୟ ଥିଲା। କିନ୍ତୁ କେବେ ହାର ମାନି ନ ଥିଲି। ଯେତେବେଳେ ‘ସୁପର-୩୦’ର ପିଲାମାନେ ବହୁତ ଉପରକୁ ଗଲେ, ବଡ଼ ବଡ଼ ଦେଶରେ ଭଲ ଭଲ ପଦବୀରେ ଅବସ୍ଥାପିତ ହେଲେ, ବହୁତ ଚର୍ଚ୍ଚା ହେଲା। ଏସବୁ ଦେଖି ଲୋକଙ୍କର ଚିନ୍ତାଧାରା ବଦଳିଥିଲା। ମୋ ଶିକ୍ଷାନୁଷ୍ଠାନ ‘ସୁପର-୩୦’ ଉପରେ ଫିଲ୍ମ ହେବା ଜରୁରୀ ବୋଲି କହିଲେ। ୨୦୧୪ରୁ ଏହି ଫିଲ୍ମ ଉପରେ କାମ ଆରମ୍ଭ ହୋଇଥିଲା।
‘ସୁପର-୩୦’ ଫିଲ୍ମ ରିଲିଜ୍‌ ପୂର୍ବରୁ ବହୁ ବିବାଦ ଦେଖାଦେଇଥିଲା?
ଫିଲ୍ମ ରିଲିଜ ହେଲେ ଭଲ ଚାଲିବନି କୁହାଯାଉଥିଲା। ରିଲିଜ ପରେ ବର୍ତ୍ତମାନ ସବୁଠି ଏହି ଫିଲ୍ମ ଭଲ ଭାବେ ଚାଲିଛି। କଷ୍ଟ କଲେ ସଫଳତା ମିଳିବ ବୋଲି ପିଲାମାନେ ଏହି ଫିଲ୍ମ ଦେଖି ଚିନ୍ତା କରିପାରୁଛନ୍ତି। ତେଣୁ ମୋ ମତରେ ଫିଲ୍ମଟି ବାର୍ତ୍ତା ଦେବାରେ ସଫଳ ହୋଇଛି।
ଗୋଟେ ଛୋଟ ପରିବାରରୁ ଆସିଥିବା ଆନନ୍ଦ କୁମାର ଏବେ ସାରା ବିଶ୍ୱରେ ଲୋକପ୍ରିୟ ଗଣିତଜ୍ଞ। ଏହା ଏବେ ଆନନ୍ଦ କୁମାରଙ୍କ ଭିତରେ ଅହଂଭାବ ସୃଷ୍ଟି କରିଛି କି?
ସେଇଟା କହିବା କଷ୍ଟକର ହେବ। ଆଗରୁ କେମିତି ଥିଲି ଓ ଏବେ ମୋ ଭିତରରେ ପରିବର୍ତ୍ତନ ଆସିଛି କି ନାହିଁ, ତାହା ଅନ୍ୟମାନେ କହିବେ। ସମୟ ମଧ୍ୟ କହିବ ମୁଁ ବଦଳିଛି କି ନାହିଁ।
ଆଇଆଇଟି, ଜେଇଇ ପାଇଁ କୋଚିଂ ନେବା ଜରୁରୀ ବୋଲି ଭାବୁଛନ୍ତି କି ?
ଆଦୌ ନୁହେଁ। ଯଦି ପରିଶ୍ରମ କରିପାରୁଛ ଏବଂ ଯେକୌଣସି ଶିକ୍ଷାର ଗଭୀରତାକୁ ବୁଝିପାରୁଛ ତେବେ କୋଚିଂର ଆବଶ୍ୟକତା ନାହିଁ।
‘ସୁପର-୩୦’ କାର୍ଯ୍ୟକ୍ରମରେ ୩୦ ପିଲା ରହିବେ ନା ଆଗକୁ ଆଉ ବଢ଼ାଇବା ପାଇଁ ଯୋଜନା କରିଛନ୍ତି ?
ଆଗକୁ ଗୋଟେ ବଡ଼ ପ୍ରୋଜେକ୍ଟ କରିବାର ଯୋଜନା ଅଛି। କେବଳ ପାଟନାରେ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ କରିବା ପାଇଁ ଚେଷ୍ଟା କରିବି।
ଓଡ଼ିଶାରେ କିଛି କରିବାର ଯୋଜନା ଅଛି କି ?
ଓଡ଼ିଶାରେ ମଧ୍ୟ ‘ସୁପର-୩୦’ର ଏକ ବ୍ରାଞ୍ଚ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆସନ୍ତା ବର୍ଷଠାରୁ ଓଡିଶାରେ ‘ସୁପର-୩୦’ର ପ୍ରବେଶିକା ପରୀକ୍ଷା କରାଯାଇ ଛାତ୍ରୀଛାତ୍ରଙ୍କୁ ଚୟନ କରାଯିବ। ସେମାନେ କିଭଳି ଚ୍ୟାଲେଞ୍ଜକୁ ସାମ୍ନା କରି ସଫଳତା ହାସଲ କରିବେ ତାହାର ଟ୍ରେନିଂ ଦିଆଯିବ।
ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର କ’ଣ ଦେବେ ?
ଧୈର୍ଯ୍ୟ ରଖିବା ଜରୁରୀ। ସକାରାତ୍ମକ ମନୋଭାବ ସହ ନିଷ୍ଠାପର କାମ କରିବା ଉଚିତ। ଯେତେ କଠିନରୁ କଠିନ ପରିସ୍ଥିତି ଆସିବ, ତାକୁ ଧୈର୍ଯ୍ୟର ସହ ସାମ୍ନା କରିବେ। ଧୈର୍ଯ୍ୟର ସହ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ହାସଲ କରିପାରିବେ।
– ସାକ୍ଷାତ: ଅସମାପିକା ସାହୁ
ଫଟୋ-ବିକାଶ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା...

ଏମିତି ଟାଟୁ କରି ଚର୍ଚ୍ଚାରେ ଏହି ଯୁବତୀ, ହାତରେ ଲେଖିଛନ୍ତି…

ସାଧାରଣତଃ ଯୁବପିଢ଼ିଙ୍କୁ ବର୍ତ୍ତମାନ ଟାଟୁ ମାନିଆ ଘାରିଛି। ସବୁଦିନେ କିଛି ନା କିଛି ଅଜବ ଟାଟୁକୁ ନେଇ ଚର୍ଚ୍ଚା ହୋଇଥାଏ। କେଉଁଠି ଟାଟୁର ସ୍ଥାନକୁ ନେଇ...

ମାଙ୍କଡ଼ଙ୍କ ପାଇଁ ବୀମା କମ୍ପାନୀ ନାକେଦମ

ବୀମା କମ୍ପାନୀମାନେ ମାଙ୍କଡ଼ଙ୍କ ପାଇଁ ନାକେଦମ ହୋଇ ପଡ଼ିଲେଣି। ଏକଥା ଶୁଣିଲେ ହୁଏତ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇପାରେ। ଅବଶ୍ୟ ଏହା ଏଠିକାର...

ପିକ୍‌ନିକ୍‌ ସ୍ପଟ୍‌: ଖଡ଼ିକାଝଡ଼ି ଜଳପ୍ରପାତ

ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ...

ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ମା’, ଫଳାଫଳ ଆସିଲା ଏମିତି

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେ...

ଜିନିଷ କିଣିବାର ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଜଣାପଡ଼ିଲେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍‌: ଏଭଳି ଅଫର ଦେଇ ଦୋକାନ ସିଲ୍‌

ବ୍ୟବସାୟୀମାନେ ନିଜର ଲାଭ ପାଇଁ କିଛି ବି କରିପାରନ୍ତି। କରୋନା ସମୟରେ କେରଳର ଜଣେ ଦୋକାନୀ ନିଜ ବ୍ୟବସାୟ ପାଇଁ ଏକ ଅଦ୍ଭୁତ ଅଭିନବ ଅଫର୍‌...

୫ ବର୍ଷଧରି ଯୁବତୀଙ୍କୁ ରଖାଯାଇଛି ପଞ୍ଜୁରୀରେ, କାରଣ ଜାଣିଲେ…

୫ ବର୍ଷ ଧରି ଫିଲିପାଇନ୍ସର ଜଣେ ମହିଳାଙ୍କୁ ଏକ ପଞ୍ଜୁରୀରେ ରଖାଯାଇଛି। ଯଦିଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ଏହା ତାଙ୍କ ସୁରକ୍ଷା...

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌, ଯେଉଁଠି ଅଟକିଯାଏ ନିଃଶ୍ୱାସ

ଆପଣ ଅନେକ ରୋମାଞ୍ଚକର ରାସ୍ତାରେ ଯିବାଆସିବା କରିଥିବେ। କିନ୍ତୁ କେବେ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌ରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି...

Advertisement
Archives

Model This Week