ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌: ସୋମବାର ୪ଟାରୁ ଆଇଆର୍‌ସିଟିସିରେ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ ଧୀରେ ସ୍ବାଭାବିକ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ପାସେଞ୍ଜର ଟ୍ରେନ୍‌ ଚଳାଚଳକୁ ଅନୁମତି ମିଳିଛି। ଏହି ଟ୍ରେନ୍‌ଗୁଡିକ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଯାତ୍ରାକରିବ। ନୂଆଦିଲ୍ଲୀଠାରୁ ଟ୍ରେନ୍‌ଗୁଡିକ ଦିବ୍ରୁଗଡ଼, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ଥିରୁଭାନନ୍ତପୁରମ, ମାଡଗାଓଁ, ମୁମ୍ବାଇ, ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁତାଓ୍ବି ମଧ୍ୟରେ ଚଳାଚଳ କରିବ।
ଟ୍ରେନ୍‌ଗୁଡିକରେ ଯାତ୍ରା ଲାଗି ସୋମବାର ୪ଟା ପରଠାରୁ ବୁକିଂ ଆରମ୍ଭ ହେବ। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଓ୍ବେବ୍‌ସାଇଟରୁ ଲୋକମାନେ ଏ ନେଇ ଟିକେଟ ବୁକିଂ କରିପାରିବେ। ଏହି ସମୟରେ ଷ୍ଟେଶନଗୁଡିକରେ ଥିବା ଟିକେଟ କାଉଣ୍ଟର ବନ୍ଦ ରହିଥିବାରୁ ପ୍ଲାଟ୍‌ଫର୍ମ ଟିକେଟ ଉପଲବ୍ଧ ହେବ ନାହିଁ। ବୈଧ ବା କନ୍‌ଫର୍ମ ଟିକେଟ ଥିବା ଲୋକମାନେ କେବଳ ପ୍ଲାଟ୍‌ଫର୍ମରେ ପ୍ରବେଶ କରିପାରିବେ। ଯାତ୍ରୀମାନେ ମାସ୍କ ଲଗାଇବା ବାଧ୍ୟତାମୂଳକ ହେବ। ଯାତ୍ରା କରିବାକୁ ଥିବା ଲୋକଙ୍କ ସ୍କ୍ରିନିଂ ମଧ୍ୟ କଡ଼ାକଡ଼ି ହେବ। ଯେଉଁ ଲୋକଙ୍କଠାରେ କୌଣସି ଲକ୍ଷଣ ଜଣା ପଡିବ ନାହିଁ ସେମାନଙ୍କୁ ହିଁ ଟ୍ରେନ୍‌ ଯାତ୍ରାର ସୁଯୋଗ ମିଳିବ। ଟ୍ରେନ ଚଳାଚଳ ନେଇ ସୂଚୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ ବୋଲି ସୂଚନା ରହିଛି।
ପରବର୍ତ୍ତୀ ପର୍ଯ୍ୟାୟରେ ରେଳପଥ ପକ୍ଷରୁ ନୂଆ ରୁଟ୍‌ଗୁଡ଼ିକରେ ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯିବ। କୋଚ୍‌ ଉପଲବ୍ଧତା ବିଚାର କରି ଏଭଳି ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ଅଧୀନ ରେଲଓ୍ବେର ୨୦ ହଜାର କୋଚ୍‌କୁ କେୟାର ସେଣ୍ଟର ଭାବେ ସଂରକ୍ଷଣ କରାଯାଇଛି। ଫସି ରହିଥିବା ଶ୍ରମିକଙ୍କ ଲାଗି ପ୍ରତିଦିନ ପ୍ରାୟ ୩୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ପର୍ଯ୍ୟାପ୍ତ ସଂଖ୍ୟକ କୋଚ୍‌ ବ୍ୟବସ୍ଥା କରାଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜଧାନୀରେ ଆଉ ୭ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଘୋଷଣା

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ଏହା ଦିନକୁ ଦିନ ଚିନ୍ତା ବଢାଉଥିବା ବେଳେ ଦୈନିକ ପଜିଟିଭ୍‌ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର...

୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି

ନୂଆଦିଲ୍ଲୀ,୧୦।୬: ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେଜି ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଗତ ବର୍ଷ କମ୍ପାନୀ ଚାପରେ ରହିଥିବା କହିଥିଲା। ଫଳରେ...

୨ ସପ୍ତାହ ସମୟ ମାଗିଲେ ଏଏସ୍‌ଆଇ, ରାଜ୍ୟ ସରକାର

କଟକ ଅଫିସ,୨୨ା୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏହି ମାମଲାରେ ବିସ୍ତୃତ ତଥ୍ୟ ରଖିବା...

ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶୁଭମୁକ୍ତି

ଭୁବନେଶ୍ୱର,୩।୯(ଶର୍ମିଷ୍ଠା ପାଣିଗ୍ରାହୀ)ବିଶିଷ୍ଟ ଅଭିନେତା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଶନିବାର ଶୁଭମୁକ୍ତି ହୋଇଛି। ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ...

ବୁଧବାର ମହାପ୍ରଭୁଙ୍କ ବନକଲାଗି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୧୮।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ...

୧୭ରୁ ଥଣ୍ଡା ବଢ଼ିବ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଥଣ୍ଡାର ପ୍ରକୋପ ସାମାନ୍ୟ କମ୍‌ ରହିଛି। କିନ୍ତୁ ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ରାଜ୍ୟର ଅଧିକାଂଶ ଅଞ୍ଚଳ।...

ବଜ୍ରପାତରେ ଜଣେ ମୃତ

ଚମ୍ପୁଆ, ୯।୧୦(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଠାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥ ଚନ୍ଦ୍ର ମହାନ୍ତ। ଖବର...

ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ସାରା ରାଜ୍ୟର ବିଭିନ୍ନ ବନଖଣ୍ଡରେ ଶୁକ୍ରବାରଠାରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ ୨୫ ଟିମ୍‌ ଗଠିତ ହୋଇଛି। ଟିମ୍‌ରେ ବନବିଭାଗ...

Advertisement
Archives

Model This Week