ଧିମେଇବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବକୁ କମାଇବା ଲାଗି ସରକାର ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦେଶର ଆର୍ଥିକ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଛି। ଦେଶର ଆର୍ଥତ୍କ ଅଭିବୃଦ୍ଧିର ଗତି ଧିମେଇବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କରୋନା ପ୍ରଭାବରେ ହୋଇଥିବା ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିବାକୁ ଥିବା ବେଳେ ଦେଶର ଜିଡିପି ହାର ଆର୍ଥତ୍କ ବର୍ଷ ୨୦୨୧ରେ ୨.୬%କୁ ଖସିବା ନେଇ ଏସ୍‌ବିଆଇ ଗ୍ରୁପର ଚିଫ୍‌ ଇକୋନୋମିକ ଆଡଭାଇଜର ସୌମ୍ୟକାନ୍ତି ଘୋଷ ପୂର୍ବାନୁମାନ କରିଛନ୍ତି। ଏହା ସତ ହେଲେ ଦେଶର ଅର୍ଥ ବ୍ୟବସ୍ଥାର ବିକାଶ ହାର ପ୍ରାୟ ୩ ଦଶନ୍ଧି ତଳକୁ ଖସିଯିବ ବୋଲି କୁହାଯାଇଛି। ସେହିଭଳି ରେଟିଂ ଏଜେନ୍ସି କ୍ରିସିଲ ଭାରତର ବିକାଶ ହାର ଅନୁମାନକୁ ୫.୨% ପରିବର୍ତ୍ତେ ୩.୫%କୁ ଖସାଇ ଦେଇଛି। ଲକ୍‌ଡାଉନ ପାଇଁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୮ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି ଏକ ଆକଳନରେ କୁହାଯାଇଛି। ୧.୭୭ ଲକ୍ଷ କୋଟିର ଆୟ କ୍ଷତି ଏବଂ ପୁଞ୍ଜିଗତ ଆୟକ୍ଷେତ୍ରରେ ୧.୭ ଲକ୍ଷ କୋଟି ଟଙ୍କାର କ୍ଷତି ଭାରତ ସହିବ ବୋଲି ଘୋଷ କହିଛନ୍ତି। ୨୧ ଦିନର ଲକ୍‌ଡାଉନ ଲାଗି ଜିଡିପି ୧.୭% କ୍ଷତି ସହିବ। ସେହିଭଳି ଭଳି ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଅଭିବୃଦ୍ଧିକୁ ୫%ରୁ ୪.୫%କୁ ଖସାଇଛି। ଚତୁର୍ଥ ତ୍ରୈମାସ ବିକାଶ ହାର ୨.୫% ରହିବ ବୋଲି ଏସ୍‌ବିଆଇ ନୋଟ ପକ୍ଷରୁ କୁହାଯାଇଛି। ସେହିଭଳି ରେଟିଂ ଏଜେନ୍ସି ମୁଡିସ ୨୦୨୦ କ୍ୟାଲେଣ୍ଡର ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ୨.୫%କୁ ଖସାଇ ଦେଇଛି। ଏହି ହାର ୫.୩% ରହିବ ବୋଲି ପୂର୍ବରୁ ମୁଡିସ ଏହାର ଅନୁମାନରେ କହିଥିଲା। କରୋନା ବ୍ୟାପିବା ଯୋଗୁ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଧକ୍କା ଲାଗିବ ବୋଲି ଏହା ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଇଲା ରେଲଓ୍ବେ

ଭୁବନେଶ୍ୱର,୧୮-୪: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ପୁଣି ଏକ ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କରାଯାଇଛି। ଜୁନ ମାସ ମାସ ଶେଷ ପର୍ଯ୍ୟନ୍ତ...

ଜିଡିପି ପୂର୍ବାନୁମାନ ୪.୯%କୁ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୭-୧୨:ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ପୂର୍ବାନୁମାନକୁ ୪.୯%କୁ ଖସାଇଛି। ଚାହିଦାରେ ହ୍ରାସ ଯୋଗୁ ଅଭିବୃଦ୍ଧି ଖସିବାର ପ୍ରମୁଖ କାରଣ...

ହୋଣ୍ଡାର ସ୍ପେଶାଲ ଏଡିଶନ ଆମେଜ୍‌

ଭୁବନେଶ୍ୱର: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ସ୍ପେଶାଲ ଏଡିଶନ ଆମେଜ୍‌ ମଡେଲ ବଜାରକୁ ଆସିଛି। ପାର୍ବଣ ଉପଲକ୍ଷେ ଏହି ଫ୍ୟାମିଲ ସେଡାନକୁ କମ୍ପାନୀ...

ସହରାଞ୍ଚଳରେ କରୋନା ପ୍ରଭାବ: ତିନି ଚତୁର୍ଥାଶଂଙ୍କ ଉପରେ ଆର୍ଥତ୍କ ମାଡ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦେଶର ତିନି ଚତୁର୍ଥାଂଶ ସହରାବାସୀଙ୍କୁ ଆର୍ଥତ୍କ ଭାବେ ପ୍ରଭାବିତ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକଙ୍କ ଆର୍ଥତ୍କ ସ୍ଥିତି ଗତ ବର୍ଷ...

ବାଲିଯାତ୍ରାରେ ଡିଅନ୍‌ ଗ୍ରୁପ୍‌ର ଆକର୍ଷଣୀୟ ମଣ୍ଡପ

କଟକ,୧୦।୧୧: ରାଜ୍ୟର ପ୍ରମୁଖ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଡିଅନ୍‌ ଗ୍ରୁପ୍‌ ପକ୍ଷରୁ ୨ଟି ଆକର୍ଷଣୀୟ ଷ୍ଟଲ୍‌ (ମଣ୍ଡପ) କଟକ ବାଲିଯାତ୍ରା ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ରାଜ୍ୟ ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ହାର ୪୭%

କଟକ,୩ା୩: ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଅଭିବୃଦ୍ଧି ହାର ସର୍ବାଧିକ ରହିଛି। ଚଳିତ ବର୍ଷ ଫେବୃୟାରୀରେ ରାଜ୍ୟର ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୪୧୦୧.୦୯ କୋଟି...

ରାଜ୍ୟର ୧୩ ସହରରେ ଏୟାରଟେଲ୍‌ ୫ଜି ପ୍ଲସ

ଭୁବନେଶ୍ୱର, ୨୦।୨: ଭାରତୀ ଏୟାରଟେଲ ପକ୍ଷରୁ ଓଡ଼ିଶାର ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଏବଂ ବରଗଡ ଭଳି ସହରରେ ୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୧.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ସେପ୍ଟେମ୍ବରରେ ୧୧୮.୧ ପଏଣ୍ଟ ଥିଲା। ଏହା ଅକ୍ଟୋବରରେ ୧୧୯.୫ ପଏଣ୍ଟକୁ ବଢିଛି। ତାଳଚେର,...

Advertisement
Archives

Model This Week