ଧାନ କିଣାରେ ମଧ୍ୟସ୍ଥ ଉଚ୍ଛେଦ

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ପଶ୍ଚିମ ଓଡ଼ିଶାର ୭ଟି ଜିଲାର ୮୫୧ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟର(ପିପିସି) ମଧ୍ୟରୁ ୩୪୭ଟି କେନ୍ଦ୍ରରୁ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇସାରିଛି। ଏହିପରି ଭାବେ ଚଳିତ ମାସ ୧୯(ମଙ୍ଗଳବାର) ସୁଦ୍ଧା ଚାଷୀଙ୍କୁ ୨୬,୫୪୩ ଟୋକନ୍‌ ଦିଆଯାଇସାରିଛି। ୧୫,୫୪,୦୧୭ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟୋକନ୍‌ ଦିଆଯାଇଛି। ସେଥିମଧ୍ୟରୁ କେବଳ ୨୪ ଜଣ ଚାଷୀଙ୍କଠାରୁ ୧୨୭୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ଜଣାପଡିଛି। ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ ଏବଂ ଶଙ୍କର ଓରାମଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ରାଜ୍ୟରେ ଧାନକିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ’ର ଉତ୍ତର ରଖି ରଣେନ୍ଦ୍ର ଏହା କହିଛନ୍ତି।

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ମଙ୍ଗଳବାର ସୁଦ୍ଧା ବରଗଡ ଜିଲାରେ ୨୨୫ କୁଇଣ୍ଟାଲ, କଳାହାଣ୍ଡି ୧୪୩ କୁଇଣ୍ଟାଲ, କୋରାପୁଟ ୧୦୦ କୁଇଣ୍ଟାଲ, ସମ୍ବଲପୁର ୨୯ କୁଇଣ୍ଟାଲ, ସୁବର୍ଣ୍ଣପୁର ୫୦୩ କୁଇଣ୍ଟାଲ, ନୂଆପଡା ୨୩୧ କୁଇଣ୍ଟାଲ ଏବଂ ବଲାଙ୍ଗୀରରେ ୪୦ କୁଇଣ୍ଟାଲ ଧାନ କିଣାଯାଇସାରିଛି। ସେହିପରି ବରଗଡରେ ୧୬,୩୯୫, କଳାହାଣ୍ଡି ୧୦୮୯, କୋରାପୁଟ ୧୧, ସମ୍ବଲପୁର ୬୬୬୫, ସୁବର୍ଣ୍ଣପୁର ୪୨୩, ନୂଆପଡା ୪୦୫ ଏବଂ ବଲାଙ୍ଗୀରରେ ୧୫୫୫ଟି ଟୋକନ୍‌ ପ୍ରଦାନ କରାଯାଇଛି। ବିରୋଧୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଉତ୍ତର ରଖି ମନ୍ତ୍ରୀ ରଣେନ୍ଦ୍ର କହିଛନ୍ତି ଯେ, ପ୍ୟାକ୍ସ ବ୍ୟବସ୍ଥାକୁ ଉନ୍ନତ କରାଯାଇ ଡିଜିଟାଲକରଣ କରାଯାଇଛି। ବ୍ୟବସ୍ଥାରେ ମଧ୍ୟସ୍ଥ କାରବାର ସମ୍ପୂର୍ଣ୍ଣ ଉଚ୍ଛେଦ ହେବ। କୌଣସି ମିଲର, ଟ୍ରେଡରଙ୍କୁ ଅନିୟମିତତା କରି ଆର୍ଥିକ ଫାଇଦା ପାଇଁ ସୁଯୋଗ ଦିଆଯିବନାହିଁ। ଟୋକନ୍‌ ବ୍ୟବସ୍ଥା ନିକଟରେ ଆରମ୍ଭ ହୋଇଛି। ତେଣୁ ବିରୋଧୀ ଅନୂ୍ୟନ ୩ ମାସ ଅପେକ୍ଷା କରନ୍ତୁ, ପୂର୍ବାପେକ୍ଷା ସ୍ବଚ୍ଛତା ଆସୁଛି ନା ନାହିଁ, ବଳେ ଜାଣିପାରିବେ। କେତେକ ସଦସ୍ୟ ବ୍ୟବସ୍ଥା ମଧ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତି ନେଇ ପ୍ରଶ୍ନ କରିଛନ୍ତି। ମହିଳାମାନେ ଧାନକ୍ରୟ ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣ କରିବା ଦ୍ୱାରା ସେମାନଙ୍କୁ ଅଧିକ ସଶକ୍ତୀକରଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ତେଣୁ ବିରୋଧୀ ସଦସ୍ୟମାନେ ନିଜର ଦୃଷ୍ଟିଭଙ୍ଗୀ ବଦଳାନ୍ତୁ। ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଛନ୍ତି, ତାହାକୁ ବିଭାଗ ପକ୍ଷରୁ ଗ୍ରହଣ କରାଯିବ। ଇଣ୍ଟରନେଟ୍‌ ନ ଥିବା ସ୍ଥାନରେ ଅଫ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ସମସ୍ତ କ୍ରୟ ଏବଂ ଅର୍ଥ ପୈଠ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଖରିଫ ଋତୁରେ ୧୨.୩୫ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ ସେମାନଙ୍କ ପ୍ୟାକ୍ସ/ଲ୍ୟାମ୍ପ୍ସ ଜରିଆରେ ନାମ ପଞ୍ଜୀକରଣ କରିଛନ୍ତି। ବରଗଡ, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡା ଓ ବଲାଙ୍ଗୀର ଜିଲାରେ ଏଯାବତ୍‌ ୨୦,୭୩୮ ଚାଷୀଙ୍କୁ ମୋଟ ୧୫ ଲକ୍ଷ ୬ ହଜାର ୩୭୫ କୁଇଣ୍ଟାଲ ଧାନ ସହ ନିର୍ଦ୍ଧାରିତ ତାରିଖରେ ଉପସ୍ଥିତ ରହିବା ପାଇଁ ଏସ୍‌ଏମ୍‌ଏସ୍‌ ବାର୍ତ୍ତା ପ୍ରେରଣ କରାଯାଇଛି। ଚଳିତ ବର୍ଷ ୪୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି। ତେଣୁ ଧାନ ହିସାବରେ ଏହା ୬୦ ଲକ୍ଷ ମେଟ୍ରିକ ଟନ୍‌ ହେବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ଧାନ ଓ ଗ୍ରେଡ୍‌ – ଏ ଧାନ ପାଇଁ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ଯଥାକ୍ରମେ ୧୮୧୫ ଟଙ୍କା ଏବଂ ୧୮୩୫ ଟଙ୍କା ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ଜବାବ ଦାଖଲ ପାଇଁ ମହଲତ ନେଲେ ବିଧାୟକ

କଟକ ଅଫିସ,୧୪ା୯: ବାରବାଟୀ-କଟକ ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମ ଶୁକ୍ରବାର ଜବାବ ଦାଖଲ ପାଇଁ ଅଦାଲତଙ୍କଠାରୁ ମହଲତ ନେଇଛନ୍ତି।...

ବାତ୍ୟାରେ ବିଦ୍ୟୁତ୍‌ ଯୋଗାଣ ବାଧକ ହେଲେ ତୁରନ୍ତ କାମ ହେବ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ସାମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’କୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରି ସାରିଛି। ଫଳରେ ରାଜ୍ୟ ସରକାର ବାତ୍ୟା ମୁକାବିଳା ନେଇ ପ୍ରସ୍ତୁିତ...

ନାରୀ ନିର୍ଯାତନା, ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପ୍ରତିବାଦ: କଂଗ୍ରେସର ଗଣଧାରଣା, ପ୍ରତିବାଦ ସଭା

ଭବାନୀପାଟଣା,୨୪।୭(ଡି.ଏନ.ଏ.): ରାଜ୍ୟରେ ନାବାଳିକା ବଳାତ୍କାର, ନାରୀ ନିର୍ଯାତନା ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡ଼ିଛି। ଏହାର ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଡାକରା...

ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ...

ଧରିତ୍ରୀ ପ୍ରଭାବ: ଖଜୁରି ଗଛ ପାଲଟିଛି ଆଶ୍ରୟସ୍ଥଳ; ଖବର ପ୍ରକାଶ ପରେ ରାମ କବାସୀଙ୍କୁ ମିଳିବ ପକ୍କା ଘର

ପାଣ୍ଡ୍ରିପାଣି,୧୮ା୧୨: ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ତଳସାହିରେ ରାମ କବାସୀ (୭୦) ଦୀର୍ଘ ୬ ବର୍ଷ ହେଲା ନିଜ ଘରଦ୍ୱାର ନ ଥିବାରୁ...

ବଢ଼ୁଛି ନକଲି ହାତୀଦାନ୍ତ ବେପାର

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟରେ ହାତୀ-ମଣିଷ ଦ୍ୱନ୍ଦ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛ। ହାତୀ ଯୋଗୁ ମଣିଷ ଜୀବନ ନଷ୍ଟ ହେଲେ କ୍ଷତିପୂରଣ ସରକାର ଦେଉଛନ୍ତି। ହେଲେ...

ଡାକ୍ତରଙ୍କ ଘରୁ ନଗଦ ୧.୧ କୋଟି ଜବତ

ନିମାପଡ଼ା(ଡି.ଏନ୍‌.ଏ.)/ଭୁବନେଶ୍ୱର, ୧୭।୨(ବ୍ୟୁରୋ):ପ୍ରସବ ପୂର୍ବରୁ ନେଇଥିଲେ ୫ହଜାର। ପରେ ଆଉ ୩ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଗଲେ ଡାକ୍ତର। ସେ ହେଲେ...

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ। କଟକ ସତୀଚୈରା ଶ୍ମଶାନରେ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ...

Advertisement
Archives

Model This Week