ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ, ପ୍ୟାକ୍ସ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ,୧୮।୧୧: ବରଗଡ଼ ଜିଲାରେ ଗତ ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟ ସରକାର ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଚାଷୀମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି। ଫଳରେ ଗୋଟିଏ ପଟେ ଚାଷୀ ଆନ୍ଦୋଳନ ତେଜି ଉଠିଥିବାବେଳେ ଅନ୍ୟପଟେ ଧାନ କିଣାବିକା ମଧ୍ୟ ଠପ୍‌ ହୋଇପଡ଼ିଛି। ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରା ନ ଗଲେ ଧାନ ବିକିବେ ନାହିଁ ବୋଲି ଚାଷୀମାନେ ଅଡ଼ି ବସିଛନ୍ତି। ଏହି କ୍ରମରେ ସୋମବାର ସକାଳୁ ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ କଟାପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ଅଞ୍ଚଳର ଚାଷୀମାନେ ତାଲା ପକାଇ ଧାରଣାରେ ବସିଛନ୍ତି। ଟୋକନ ବ୍ୟବସ୍ଥା ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି। ଚାଷୀନେତା ସୁଦାମ ସାହୁ, ଅରୁଣ ସାହୁ, ପରବର୍ତ୍ତୀ ପ୍ରଧାନ, କମଳ ପ୍ରଧାନ ପ୍ରମୁଖ ଏହାର ନେତୃତ୍ୱ ନେଇଥିବାବେଳେ ସରପଞ୍ଚ ଯମୁନା ସାହୁ, ପ୍ୟାକ୍ସ ସଭାପତି ଆହ୍ଲାଦ ପ୍ରଧାନ ପ୍ରମୁଖ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୯ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୋନପୁର ପଞ୍ଚାୟତର ସରପଞ୍ଚ କେଶରସେନ ମୁଠାମାଝିଙ୍କୁ କିଛି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି।...

୨ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟସେବାରେ ମିଳିଛି ଅଭୂତପୂର୍ବ ସଫଳତା

ଭୁବନେଶ୍ବର, ୩ା୩(ବ୍ୟୁରୋ):ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ୨୦୨୩-୨୪ ବର୍ଷର ସ୍ବାସ୍ଥ୍ୟ ବଜେଟ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ୨ଦଶନ୍ଧି...

ଆଲର୍ଟରେ ରାଜ୍ୟର ୧୮ ମେରାଇନ ଥାନା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀଙ୍କୁ ନେଇ ଚିନ୍ତା ବଢିଛି। ରାଜ୍ୟ ସରକାର ଆନ୍ତଃ ଜିଲା ଯାତାୟାତ ଉପରେ କଟକଣା...

ଜମୁର୍ଡାରେ ଗୁଳିକାଣ୍ଡ : ଜଣଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୦ା୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଜଣଙ୍କର ଜୀବନ ଯାଇଛି। ମୃତକ...

ବ୍ଲକ୍‌ ରୋଡ୍‌ ଜବର ଦଖଲତହସିଲରେ ଅଭିଯୋଗ

ଝୁମ୍ପୁରା, ୨୩।୭ (ଡି.ଏନ.ଏ.)-ଝୁମ୍ପୁରା ବଜାର ଅଞ୍ଚଳର ୨୦ନଂ ଜାତୀୟ ରାଜପଥର ବ୍ଲକ ଛକ ଠାରୁ ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଉଖୁଣ୍ଡାକୁ ସଂଲଗ୍ନ...

ଟିକେଟ୍‌ ବିକ୍ରି କରି ଯୁବକ ଗିରଫ

ପଟ୍ଟାମୁଣ୍ଡାଇ,,୧୧।୧୨(ସ୍ବ.ପ୍ର.): ରେଲୱେ ଓ୍ବେବ୍‌ସାଇଟ ହାଇଜାକ୍‌ କରି ଟିକେଟ୍‌ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆର୍‌ପିଏଫ ପୋଲିସ ପଟ୍ଟାମୁଣ୍ଡାଇରେ ଗିରଫ କରିଛି। ସମ୍ପୃକ୍ତ ଯୁବକ...

କରୋନା ମାଡ଼: ମାସେ ହେଲା ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଋଣ ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ସ୍ମାରକପତ୍ର

ଛତ୍ରପୁର,୨୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନେଇ ଲାଗି ରହିଥିବା କଟକଣା ଯୋଗୁ ଗତ ଏକ ମାସ ହେଲା ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ମତ୍ସ୍ୟଜୀବୀ ଘରେ...

ବିବାହର ଘଣ୍ଟାଏ ପୂର୍ବରୁ କନ୍ୟା ଫେରାର: ଅନ୍ୟତ୍ର ବିବାହ କରି ଘରକୁ ଫେରିଲେ ବର

ଗୋପ,୯।୪(ଡି.ଏନ୍‌.ଏ.): ବିବାହ କରି ନୂଆ ସଂସାର ଗଢ଼ିବାକୁ ଆଶା ରଖିଥିଲେ ବର। ଏଥିପାଇଁ ସବୁପ୍ରକାର ନୀତି କାର୍ଯ୍ୟ ସାରି ବର ସଜେଇ ହୋଇ ମଣ୍ଡପକୁ ଆସିଥିଲେ।...

Advertisement
Archives

Model This Week