ଧାନ ଏମ୍‌ଏସ୍‌ପି ବଢ଼ିଲାନି: ଗହମ ୮୫, ଡାଲି ୩୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୨୪ା୧୦: କେନ୍ଦ୍ର ସରକାର ୨୦୧୯-୨୦ ଅମଳ ବର୍ଷ ଲାଗି ଗହମ, ଡାଲି ଓ ଅନ୍ୟାନ୍ୟ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଥିଲାବେଳେ ଧାନ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କୃଷକମାନଙ୍କ ଆୟ ବୃଦ୍ଧି ଲାଗି ସରକାର ରବି ଫସଲର ଏମ୍‌ଏସ୍‌ପି ବଢ଼ାଇଥିଲାବେଳେ ଧାନଚାଷୀ ନିରାଶ ହୋଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବୈଠକ ବସି ଗହମ କୁଇଣ୍ଟାଲ ପିଛା ସହାୟକ ମୂଲ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଗହମ ଏମ୍‌ଏସ୍‌ପି ୧୯୨୫ ଟଙ୍କା ହୋଇଛି। ସେହିପରି ଡାଲି ଏମ୍‌ଏସ୍‌ପି ୩୨୫ ଟଙ୍କା ବଢ଼ିଛି। ଏହିସବୁ ଫସଲର ସହାୟକ ମୂଲ୍ୟ ବୃଦ୍ଧି ଲାଗି ସରକାରଙ୍କ କୃଷି ଉତ୍ପାଦନ ମୂଲ୍ୟ ଉପଦେଷ୍ଟା କମିଟି (ସିଏସିପି) ସୁପାରିସ କରିଥିଲା।
ମୁଖ୍ୟ ରବି ଫସଲ ଗହମ ଏମ୍‌ଏସ୍‌ପି ଗତବର୍ଷ ୧୮୪୦ ଟଙ୍କା ଥିଲାବେଳେ ଏଥର ୧୯୨୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ବାର୍ଲି ଏମ୍‌ଏସ୍‌ପି ୮୫ ଟଙ୍କା ବୃଦ୍ଧି ପାଇ କୁଇଣ୍ଟାଲ ପ୍ରତି ଦାମ୍‌ ୧୫୨୫ ଟଙ୍କା ହୋଇଛି। ଡାଲି ଉତ୍ପାଦନ ବୃଦ୍ଧି ଲାଗି ଚାଷୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ମସୁର ଡାଲିର ଏମ୍‌ଏସ୍‌ପି ସର୍ବାଧିକ ୩୨୫ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ସରକାର ଚଳିତ ବର୍ଷ କୁଇଣ୍ଟାଲ ୪୮୦୦ ଟଙ୍କାରେ ମସୁର କିଣିବେ। ଗତବର୍ଷ ଏହା ୪୪୭୫ ଟଙ୍କା ଥିଲା। ସେହିପରି ମୁଗ ଡାଲି ଏମ୍‌ଏସ୍‌ପି ୨୫୫ ଟଙ୍କା ବୃଦ୍ଧି ପାଇ ୪୮୭୫ ଟଙ୍କା ହୋଇଛି। ତୈଳବୀଜ ମଧ୍ୟରେ ସୋରିଷର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୫ ଟଙ୍କା ବୃଦ୍ଧି ପାଇ ୪୪୨୫ ଟଙ୍କା ହୋଇଥିଲାବେଳେ ସୂର୍ଯ୍ୟମୁଖୀ ଏମ୍‌ଏସ୍‌ପି ୨୭୦ ଟଙ୍କା ବଢ଼ି ୫୨୧୫ଟଙ୍କା ହୋଇଛି। ଏମ୍‌ଏସ୍‌ପି ବୃଦ୍ଧି ଦ୍ୱାରା ଚାଷୀଙ୍କୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ମିଳିବ। ଏନେଇ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦା ସବୁଠୁ ଉତ୍ତପ୍ତ, ୪୪ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଅସହ୍ୟ ହେଲାଣି ଖରା। ମଙ୍ଗଳବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ଜଣାପଡ଼ିଛି। ସେଥିରୁ ବାରିପଦା ସବୁଠାରୁ ଉତ୍ତପ୍ତ ସହର...

ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଓପିଟିସିଏଲ୍‌ର ବେଖାତିର: ଅବସରପ୍ରାପ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିରେ ଅନିୟମିତତା

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବଚ୍ଛ ଶାସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରୟାସ କରୁଛନ୍ତି। ୫-ଟି (ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟେକ୍ନୋଲୋଜି, ଟାଇମ୍‌ ଆଣ୍ଡ ଟ୍ରାନ୍ସଫରମେଶନ)କୁ କଡ଼ାକଡ଼ି...

ହୁସେନ ରବି ଗାନ୍ଧୀଙ୍କ ପରଲୋକ

କଟକ ଅଫିସ,୨୮ା୧: ବିଶିଷ୍ଟ ସାହିତି୍ୟକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ...

ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୫ା୮(ବ୍ୟୁରୋ): ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ମାନ୍ୟତା ପାଇଛନ୍ତି। ‘ଇଣ୍ଡିଆ ଟୁଡେ’ ପତ୍ରିକା ପକ୍ଷରୁ...

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୨୧।୫: ରାଜ୍ୟରେ ଗୁରୁବାର ସକାଳେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ୮୫ ବର୍ଷୀୟ ହୋଇଥିବା ବେଳେ ସେ ସୁରଟ ଫେରନ୍ତା...

ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ...

ଜବରଦଖଲରେ ଶ୍ମଶାନ ଜମି

ଖୋର୍ଦ୍ଧା ଅଫିସ, ୧୦।୬ : ପ୍ରଶାସନର ସହଯୋଗ ନ ଥିବାରୁ ଅଧିକାଂଶ ଶ୍ମଶାନ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏଥିରୁ କିଛି ଜମିରେ ଘର ନିର୍ମାଣ ହୋଇ...

କଟକ: ୧୮ରେ ୧୨ ଘଣ୍ଟିଆ ବନ୍ଦ

କଟକ ଅଫିସ,୧୬ା୯ : ହିନ୍ଦୁସେନା ଓ କଟକ ସଦର ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୧୮ରେ କଟକ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ରବିବାର...

Advertisement
Archives

Model This Week