ଧାନତଳି ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧୩।୭(ଡି.ଏନ.ଏ.) -ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ଗ୍ରାମ ମୁଣ୍ଡକୁ ଆସି ବିଭିନ୍ନ ଲୋକଙ୍କ ଧାନ ତଳି ନଷ୍ଟ କରିଛନ୍ତ, ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ। ବନ ବିଭାଗ କର୍ମଚାରୀ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ।
ଗୁରୁବାର ବିଳମ୍ବିତ ରାତିରେ ୧୨ଟି ହାତୀ ଗୁଣ୍ଡିରିବାଡ଼ି ଜଙ୍ଗଲରୁ ବାହାରି ଗ୍ରାମ ନିକଟରେ ଥିବା ଗୁଣ୍ଡିରିବାଡ଼ିର ତୀର୍ଥ ପ୍ରଧାନ, ଦିଲୀପ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ, ଅନ୍ତର୍ଯ୍ୟାମୀ ରଣା, ବିରଞ୍ଚତ୍ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଉପେନ୍ଦ୍ର ଭଞ୍ଜ ପ୍ରଧାନ, ଗିରିଧାରୀ ରାଉତ, ବାଇନାଥ ଦିହୁଡ଼ି, ଭିକାରୀ ସେନାପତି, ଅଭି ସେନାପତି, ପ୍ରଭାସିନୀ ସେନାପତି, ବିଜୟ ସେନାପତି, କାଳୁ ପ୍ରଧାନ, ସରୋଜ କୁମାର ପ୍ରଧାନ, ରମେଶ ଦୀକ୍ଷିତ, ହରି ପରିଚ୍ଛା, ଖଣ୍ଡିକୋଟିର ମୋଚି ପ୍ରଧାନ ପ୍ରମୁଖଙ୍କ ଜମିର ଧାନ ତଳି ନଷ୍ଟ କରିଛନ୍ତି। ଧାନ ତଳି ବଡ଼ ହୋଇଯାଇଥିବା ଯୋଗୁ ଚାଷୀମାନେ ଜମି ପାଗହେଲେ ତଳି ରୋଇବା ଆରମ୍ଭ କରିଥାନ୍ତେ। ଏହାପୂର୍ବରୁ ହାତୀ ଆସି ତଳି ନଷ୍ଟ କରିଛନ୍ତି। ତଳି କେଉଁଠୁ ଆଣିବେ ସେ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। ହାତୀମାନେ ପୁଣି ଆସି ତଳି ଖାଇବା ସମ୍ଭାବନା ଥିବାରୁ ଗ୍ରାମବାସୀ ବଳକା ତଳି ବଞ୍ଚାଇବା ପାଇଁ ଶନିବାର ରାତିରୁ ପାଳି କରି ଜଗିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପେକ୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି। ଅପରପକ୍ଷେ ଏ ନେଇ ଏସିଏଫ୍‌ ସୁଦର୍ଶନ ବାଦୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଆଇନ ଅନୁଯାୟୀ ଯାହା ସରକାରୀ ସୁବିଧା ଅଛି ଚାଷୀଙ୍କୁ ଯୋଗାଇ ଦିଆଯିବ। ହାତୀ ଆସିଥିବା ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଫସଲ ସୁରକ୍ଷା ସହ ହାତୀ ସୁରକ୍ଷିତ କିଭଳି ହୋଇପାରିବ ସେଥିପ୍ରତି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ଚୋରି ପରେ ଆକାଉଣ୍ଟରୁ ଚାଲିଗଲା ୧.୨୫ ଲକ୍ଷ

ବ୍ରହ୍ମପୁର ଅଫିସ,୨୮।୧୦: ଗଞ୍ଜାମ ଜିଲାରେ ସାଇବର ଠକ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରି ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାରେ ଲାଗିଛନ୍ତି।...

କ୍ୱାରାଣ୍ଟାଇନ କେନ୍ଦ୍ର ପମ୍ପ ଅଚଳ: ପାଣି ପାଇଁ ଧାରଣା

ଭଞ୍ଜନଗର,୨୯।୪(ଡି.ଏନ୍‌.ଏ.)- ଭଞ୍ଜନଗର ଏନ୍‌ଏସି ପକ୍ଷରୁ ଟାଉନ ହଲ୍‌ରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ର ପାଣିପମ୍ପ ସୋମବାର ରାତିରେ ଅଚଳ ହୋଇପଡ଼ିଥିଲା। ମଙ୍ଗଳବାର ସକାଳେ ଲୋକେ ପାଣି ପାଇପାରିନଥିଲେ।...

ଘରେ ପଶି ମହିଳାଙ୍କୁ ବଳାତ୍କାର: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ରବିବାର ଏନ୍‌ଏସି ଅଧ୍ୟକ୍ଷା ପାର୍ଥିନୀ ଝୁଲି ପାତ୍ର ଏବଂ ୬...

ଗଞ୍ଜାମରେ ୧୫,୮୧୬ ଜଣଙ୍କ ହୋମ୍‌ କ୍ୱାରେଣ୍ଟାଇନ୍‌ ଅବଧି ସରିଲା, ଘରେ ରହିବାକୁ ଦିଆଯାଇଛି ପରାମର୍ଶ: ଜିଲାପାଳ

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.)- କରୋନା ଭାଇରସକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାରେ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଶୁକ୍ରବାର...

ବାଇକ୍‌ ଡିକିରୁ ୧ ଲକ୍ଷ ଲୁଟ୍‌, ମିଳିଛି ସିସିଟିଭି ଫୁଟେଜ୍‌; ମିଳୁନି ସୁରାକ

ବ୍ରହ୍ମପୁର ଅଫିସ,୧୩।୩: ଜଣେ ଲୋକଙ୍କ ବାଇକ୍‌ ଡିକିରୁ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ...

ପୋଲିସର ଜୁଆଖେଳ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍‌ପି

ବୁଗୁଡା,୧୦ା୧୦(ଡି.ଏନ.ଏ.)- ପରମ୍ପରା ନଁାରେ ପାର୍ବଣରେ ଚାଲିଛି ଜୁଆଖେଳ। ସର୍ବସ୍ବ ହରାଉଛନ୍ତି ଜୁଆଡି। ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ଲକ୍ଷାଧିକ...

ଚାକିରି ଦେବା ନାଁରେ ଠକେଇ, ସମ୍ପର୍କୀୟ ଭାଇଙ୍କ ନାଁରେ ଏତଲା ଦେଲେ ଭଉଣୀ

ବ୍ରହ୍ମପୁର ଅଫିସ,୩୦ା୧୦: ବ୍ରହ୍ମପୁର ବଡବଜାର ଥାନା ଅଧୀନ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳର ପିଙ୍କି ଲେଙ୍କାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦିଲୀପ କୁମାର ଲେଙ୍କା ଏକ ଫାଇନାନ୍ସ...

Advertisement
Archives

Model This Week