ଧାନକିଣାରେ ମହିଳା ଏସ୍‌ଏଚ୍‌ଜି ସାମିଲ, ମାର୍କଫେଡ୍‌ ବିଦା

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୦ ସୁଦ୍ଧା ରାଜ୍ୟରେ ୯ ଲକ୍ଷ, ୭୯ ହଜାର ୯୫୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧ ଲକ୍ଷ ୧୨ ହଜାର ୪୭ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ବରଗଡ଼ ୮୫୫୦୯, ବାଲେଶ୍ୱର ୪୮୮୯୦, ଭଦ୍ରକ ୩୧୧୩୬୧, କଟକ ୪୦୬୯୩, କଳାହାଣ୍ଡି ୬୪୯୪୦, ଖୋର୍ଦ୍ଧା ୩୦୬୦୫, ସମ୍ବଲପୁର ୩୪୨୧୯, ସୁନ୍ଦରଗଡ଼ ୩୨୦୧୩, ସୁବର୍ଣ୍ଣପୁର ୪୪୩୯୦, କେନ୍ଦ୍ରାପଡ଼ାରେ ୨୪୯୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ପ୍ରଥମ ଥର ପାଇଁ ଧାନ କିଣିବାକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରାଯାଇଥିବା ବେଳେ ଚଳିତ ବର୍ଷ ମାର୍କଫେଡକୁ ଧାନ କିଣାରୁ ବାଦ୍‌ ଦିଆଯାଇଛି। ଧାନ କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଖରିଫ୍‌ ଋତୁରେ କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ ମଧ୍ୟ ସେମାନଙ୍କର ଧାନ ବିକ୍ରି କରିପାରିବେ। ମୁଣ୍ଡପିଛା ୩ କୁଇଣ୍ଟାଲ ଧାନ ଛାଡ଼ି ବଳକା ବିିକ୍ରି କରିବାକୁ ସରକାର ଅନୁମତି ଦେଇଛନ୍ତି। ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରୁ ଧାନ କ୍ରୟ ଆରମ୍ଭ ହେବ। ଅନ୍‌ଲାଇନ ଜରିଆରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯିବ। ୨୦୧୮-୧୯ରେ ଖରିଫ୍‌ ଧାନ ବିକ୍ରି ପାଇଁ ୧୨ ଲକ୍ଷ ୫୦ ହଜାର ଚାଷୀ ନାମ ପଞ୍ଜୀକୃତ କରିଥିଲେ। ଆସନ୍ତା ଖରିଫ୍‌ ଋତୁରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧,୮୧୫ଟଙ୍କା କୁଇଣ୍ଟାଲ ପିଛା ଧାର୍ଯ୍ୟ କରାଯାଇଛି। ଗତ ବର୍ଷ ୧ ଲକ୍ଷ ଭାଗଚାଷୀ ଧାନ ବିକ୍ରି କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଭାଗଚାଷୀମାନେ ସରପଞ୍ଚ କିମ୍ବା ଜମି ମାଲିକଙ୍କଠାରୁ ଅନୁମତି ପତ୍ର ଆଣି ଧାନ ବିକିବା ପାଇଁ ନିଜର ନାମ ପଞ୍ଜୀକୃତ କରିପାରିବେ। ତେବେ ଆଧାର ଲିଙ୍କ୍‌ କରାଯାଉଥିବାରୁ ଚଳିତବର୍ଷ ଚାଷୀ ପଞ୍ଜୀକରଣ ୨ ଲକ୍ଷ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ଧାନ ପଞ୍ଜୀକରଣ କିଭଳି ଚାଲିଛି ସେ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗର ୧୬ ଜଣ ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହି ଅଧିକାରୀମାନେ ୩୦ଟି ଜିଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟକୁ ତଦାରଖ କରିବେ। ଏମାନେ ଦୁଇଦିନ ଉଦ୍ଦିଷ୍ଟ ଜିଲାର ପ୍ରାଥମିକ ସମବାୟ ସମିତି, ଲ୍ୟାମ୍ପସ୍‌, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ହେଉଥିବା ଚାଷୀ ପଞ୍ଜୀକରଣ କାର୍ଯ୍ୟର ତଦାରଖ କରିବେ। ପଞ୍ଜୀକରଣ ସମୟରେ ଚାଷୀ ଦେଇଥିବା ଜମିଜମା ସଂକ୍ରାନ୍ତୀୟ ତଥ୍ୟ ଓ ପଟ୍ଟାଗୁଡିକର ଯାଞ୍ଚ କରିବେ। ପଞ୍ଜୀକୃତ ଚାଷୀଙ୍କର ତାଲିକା ପଞ୍ଚାୟତ, ସମବାୟ ସମିତି ଓ ଧାନ ସଂଗ୍ରହ କେନ୍ଦ୍ରଗୁଡିକରେ ପ୍ରଦର୍ଶନ କରାଯାଇଛି କି ନାହିଁ ସେସବୁର ତନଖି କରିବେ। ଚାଷୀମାନଙ୍କର ମଧ୍ୟ ଆପତ୍ତି ଅଭିଯୋଗ ଶୁଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ୧୫ ବର୍ଷ ଶାସନର ଘଟିଲା ପତନ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ସରକାର ଗଢ଼ିବ ଭାଜପା

କୋଲକାତା,୪ା୫(ପି.ଟି.):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ…

ଆସାମରେ ହ୍ୟାଟ୍ରିକ୍‌ କଲା ଭାଜପା: କଂଗ୍ରେସ ଆଶା ଧୂଳିସାତ୍‌

ଗୁଆହାଟୀ,୪ା୫:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ…

ରସଗୋଲା କାହାର, ଓଡ଼ିଶାର ନା ପଶ୍ଚିମବଙ୍ଗର: ଭାଜପାର ମହାବିଜୟ ପରେ ଖୋଲାଖୋଲି ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏମିତି ଜବାବ

କୋଲକାତା,୪।୫: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ନିର୍ବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି ଏବଂ ୧୫ ବର୍ଷ ଧରି ଶାସନ କରୁଥିବା…

ଧୋତି-କୁର୍ତ୍ତା ପିନ୍ଧି ଧମାକାଦାର ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଭାଜପାର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ସମାବେଶକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ।…

୫ ପ୍ରତିଶ୍ରୁତି ପୂରଣ କରିବାକୁ ପଶ୍ଚିମବଙ୍ଗ ଲୋକଙ୍କୁ କଥା ଦେଲେ ପ୍ରଧାନମନ୍ତ୍ରୀ: କହିଲେ ପ୍ରଥମ ବୈଠକରେ ହିଁ କରାଯିବ ଲାଗୁ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୯୩ ଆସନରୁ ୨୦୪ ଆସନ ଜିତି ଏକ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଏକ ବିଜୟ…

ମେସିଙ୍କ ଯୋଗୁ ହାରିଗଲେ ମମତା ଦିଦି! ପରାଜୟ ପରେ ଟିଏମସିକୁ ଟ୍ରୋଲିଂ, ଜାଣନ୍ତୁ କାହିଁକି…

କୋଲକାତା,୪।୫: କିଛି ମାସ ପୂର୍ବରୁ, ଫୁଟବଲ ଆଇକନ ଲିଓନେଲ ମେସି ଭାରତ ଗସ୍ତ କରିଥିଲେ। ସାରା ଦେଶରେ ତାଙ୍କର ଗସ୍ତ ସୁରୁଖୁରୁରେ ଚାଲିଥିବାବେଳେ, କୋଲକାତାରେ ବ୍ୟାପକ ଉତ୍ତେଜନା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟନ୍‌: ସ୍ବାଧୀନତା ପରେ ପ୍ରଥମଥର ପାଇଁ…

ଥିରୁଭାନନ୍ତପୁରମ୍‌,୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି, ଯଦିଓ ବର୍ତ୍ତମାନ ଅନେକ ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଚାଲିଛି। ଧାରା ଅନୁସାରେ, ବାମପନ୍ଥୀମାନେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ…

ବହୁ ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇ ମନାଇଲେ ବିଜୟ ଉତ୍ସବ: ପରସ୍ପରକୁ ମିଠା ଖୁଆଇ…

ହାଟଡିହୀ,୪l୫(ଶୁଭକାନ୍ତ ନାୟକ): ପଶ୍ଚିମବଙ୍ଗରେ ଭାଜପାର ବାଜିମାତକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ସୋମବାର ସନ୍ଧ୍ୟାରେ ଭାଜପା ବିଜୟ ଉତ୍ସବ ପାଳନ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri