ଧର୍ମେନ୍ଦ୍ରଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଏରାମ ଠାକୁର ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ବିକାଶ ପାଇଁ ତୈଳ ଏବଂ ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍‌ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ରାଜ୍ୟର ବିକାଶ ପାଇଁ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଉଭୟ ଆଲୋଚନା ହୋଇଥିବା ଟୁଇଟ୍‌ କରି ଧର୍ମେନ୍ଦ୍ର ଜଣାଇଛନ୍ତି। ଏହି ଆଲୋଚନା କାଳରେ ଉଭୟ ମନ୍ତ୍ରୀ ହିମାଚଳ ପ୍ରଦେଶର ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଛି। ଏହି ପ୍ରକଳ୍ପଗୁଡିକ ଥରେ ସମ୍ପୂର୍ଣ୍ଣ ହୋଇଗଲେ ରାଜ୍ୟର ସମସ୍ତ ଘର, ଶିଳ୍ପ ଏବଂ ବାଣିଜି୍ୟକ କେନ୍ଦ୍ରଗୁଡିକୁ ସ୍ବଚ୍ଛ ପ୍ରାକୃତିକ ଇନ୍ଧନ ଯୋଗାଯାଇପାରିବ। ଏହି ପ୍ରକଳ୍ପ ସ୍ବଚ୍ଛ ଇନ୍ଧନ ବିକାଶରେ ଅଗ୍ରସର ହେବ ତଥା ହିମାଚଳ ପ୍ରଦେଶକୁ କମ୍‌ ଅଙ୍ଗାରକାମ୍ଳଯୁକ୍ତ ଅର୍ଥ ବ୍ୟବସ୍ଥା ବନାଇବାକୁ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

ଅକାମୀ ହୋଇପଡିଛି ୨୬ ଲକ୍ଷର ପ୍ରୋଜେକ୍ଟ: ଚାଷୀ ହନ୍ତସନ୍ତ

କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri