ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ଫଟୋ ଓ ଖବରକୁ ନେଇ ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ସୋରଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ଆୟୋଜିତ ହୋଇଥିଲା ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଏଥିରେ ଗଛର କାହାଣୀ ସ୍ଥାନ ପାଇଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ବିଭିନ୍ନ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଫଟୋ ଓ ଖବର ଉପରେ ଉତ୍ତର ରଖିଥିଲେ। ପିଲାଙ୍କ ଉତ୍ତରରେ ଶୁଣିବାକୁ ମିଳିଥିଲା କେଉଁଠି ଠେଙ୍ଗା ଜଙ୍ଗଲ ଜଗୁଛି ତ ଆଉ କେଉଁଠି ବ୍ୟକ୍ତିଗତ ଭାବେ ଜଙ୍ଗଲ ସୃଷ୍ଟି କରାଯାଇଛି । ସେହିଭଳି କିଏ ଫୁଲଗଛରୁ ଜୀବିକା ଅର୍ଜନ କରି କୋଟିପତି ହୋଇଛି ତ ଆଉ କିଏ ଗଛ ଲଗାଇ ତା’ର ଲାଳନପାଳନ କରି ନିଜର ଜୀବନକୁ ଉତ୍ସର୍ଗ କରି ଦେଇଛି। କେଉଁଠି ମହିଳାଙ୍କ ଦ୍ୱାରା ଜଙ୍ଗଲ ସୁରକ୍ଷା ହୋଇଛି ତ ଆଉ କେଉଁଠାରେ ଗ୍ରାମବାସୀ ଜଙ୍ଗଲର ପୁନରୁଦ୍ଧାର କରି ପ୍ରେରଣାର ଉତ୍ସ ପାଲଟିଛନ୍ତି। ପୁଣି ସ୍କୁଲର ଛାତ୍ରୀଛାତ୍ର ଶିକ୍ଷକଙ୍କ ସହ ମିଶି ନୂଆ ଜଙ୍ଗଲ ସୃଷ୍ଟି କରିଛନ୍ତି। ପୁଣି ବରଗଛ, ଅଶ୍ୱତ୍ଥଗଛର ମହାନତା ମଧ୍ୟ ଶୁଣିବାକୁ ମିଳିଥିଲା। ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷକ ଯୋଗୀନାଥ ବେହେରା, ସିଆରସିସି ସୂର୍ଯ୍ୟକାନ୍ତ ସେଠୀ, ଶିକ୍ଷକ ଅଶୋକ ମାନସିଂହ ପ୍ରମୁଖ ଯୋଗ ଦେଇ ଗଛର ଉପକାରିତା ବିଷୟରେ କହିଥିଲେ। ସୋରଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କରଞ୍ଜ, ଆମ୍ବ, ଅଁଳା, ଅଶୋକ, ଜାମୁକୋଳି, ବଉଳ ଆଦି ୭୫ ଟି ଚାରା ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ରୋପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗଞ୍ଜାମ ଜିଲା ତାରାତାରିଣୀ ପୀଠର ଉନ୍ନତୀକରଣ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ସେହିପରି ନିର୍ଦ୍ଧାରିତ ସମୟରେ ଏହାର...

କରୋନା ରୋଗୀଙ୍କ ଚିକିତ୍ସାରେ ଅର୍ଥ ବାଧକ ହେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଅର୍ଥ ଅଭାବରୁ କୌଣସି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବ ନାହିଁ...

ରାଜ୍ୟ ସରକାରଙ୍କ ଭୁଲ ଯୋଗୁ ପରିବାଦର ଏବେ ଆକାଶଛୁଆଁ: ନିରଞ୍ଜନ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଦରଦାମ ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡି...

ସଙ୍କଟରେ ଶହେ ବର୍ଷର କୌଳିକ ବୃତ୍ତି

କେନ୍ଦୁଝର, ୪।୯(ସ୍ବ.ପ୍ର.) – କେନ୍ଦୁଝର ସହରର ଆଟୋପୁର ସାହିର ପିଟା ବାସନ ଜିଲା ଓ ଜିଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ପ୍ରୋତ୍ସାହନ ଅଭାବରୁ ଏହି...

ଅଶ୍ଳୀଳ ଫଟୋ ଶେୟାର କରି ଧରାପଡ଼ିଲେ ଯୁବକ

ବାସୁଦେବପୁର,୧୨।୭: ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର...

ଚେନ୍‌ ଟାଣି ଟ୍ରେନରୁ ଖସି ପଳାଇଲେ ଗଞ୍ଜାମର ୪୦୦ ପ୍ରବାସୀ

ଛତ୍ରପୁର,୨୪ା୫,(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ବାଲିବଗଡ ରେଲୱେ ଫାଟକ ନିକଟରେ ରବିବାର ଅପରାହ୍ନରେ ଚେନ୍‌ ପୁଲିଂ କରି ଗଞ୍ଜାମର ୪୦୦ ପ୍ରବାସୀ ଖସି ପଳାଇଛନ୍ତି। ଖବରପାଇ...

ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...

ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର

ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...

Advertisement
Archives

Model This Week