ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ, ୩୫ ଛେଳି ମୃତ

ଧରାକୋଟ,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଅଜଣା ଜନ୍ତୁ ଆକ୍ରମଣରେ ଗ୍ରାମର ଗଙ୍ଗା ଗୌଡ଼ ଓ ଅଶୋକ ଗୌଡ଼ଙ୍କ ୩୫ ଛେଳିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନାନୁଯାୟୀ, ଦୁଇ ଭାଇ ଗଙ୍ଗା ଓ ଅଶୋକ ଗ୍ରାମ ଉପକଣ୍ଠ ପାହାଡ଼ ପାର୍ଶ୍ୱସ୍ଥିତ ଗୁଡ଼ିଖାତ ନିକଟରେ ଗୁହାଳ କରି ଛେଳି ରଖି ଆସୁଥିଲେ। ସବୁଦିନ ଭଳି ଶୁକ୍ରବାର ଛେଳି ଚରାଇ ସେମାନେ ଗୁହାଳରେ ଛେଳି ରଖି ଘରକୁ ଫେରିଥିଲେ। ହେଲେ ସନ୍ଧ୍ୟାରେ ଛେଳିମାନଙ୍କ ଚିତ୍କାର ଶୁଣି ଉଭୟ ଭାଇ ଗୁହାଳକୁ ଯାଇଥିଲେ। ସେଠାରେ ସେମାନେ ଛେଳିମାନେ ଖଣ୍ଡିଆ ଖାବରା ହୋଇ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଛେଳିମାନଙ୍କ ବେକ, ପେଟ, ପିଠିରେ ଗଭୀର କ୍ଷତ ହେବା ସହ କେତେକଙ୍କ ଅନ୍ତବୁଜୁଳି ବାହାରି ପଡ଼ିଥିଲା। ଏ ନେଇ ଧରାକୋଟ ସହକାରୀ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦିଆଯାଇଥିଲା। ସେ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରିଥିଲେ। ଶନିବାର ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ବନମାଳୀ ସାହୁ, ତଉଗାଁ ରାଜସ୍ବ ନୀରୀକ୍ଷକ ଶ୍ରୀକାନ୍ତ ରଥ, ଭିଏଏସ୍‌ ମାନସ ରଞ୍ଜନ ପୋଲାଇ ପ୍ରମୁଖ ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି। ରାଜସ୍ବ ବିଭାଗ ସହାୟତାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ସେହିଭଳି ରିକୋର୍ଟ ପାଇବା ପରେ ପ୍ରଶାସନ ତରଫରୁ କ୍ଷୟକ୍ଷତି ମିଳିବ ବୋଲି ତହସିଲଦାର ଗଦାଧର ପାତ୍ର କହିଛନ୍ତି। ତେବେ ଛେଳିମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଦୁଇଭାଇ ଗରୀବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷର ପ୍ରେମ ସମ୍ପର୍କ ସତ୍ତ୍ୱେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ, ମହିଳା ଥାନାର ଦ୍ୱାରସ୍ଥ ହେଲେ ରାଣୀ

ଭୁବନେଶ୍ୱର,୧୨।୪: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି ।...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

କାକଟପୁରରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ: ଚିନ୍ତାରେ ନେତା, କର୍ମୀ

ଭୁବନେଶ୍ୱର,୪।୧୨: ପୁରୀ ଜିଲା କାକଟପୁର ବିଧାନସଭା ଆସନ ପାଇଁ କୌଣସି ରାଜନୈତିକ ଦଳ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ବିଜେଡି ଚତୁର୍ଥ...

ସୁନା ଦର ଛୁଇଁଲା ୭୪ ହଜାର

ଭୁବନେଶ୍ୱର,୧୨।୪: ବଢିଚାଲିଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨...

”ହିଂଜିଳିରୁ ଲଢ଼ିବାକୁ ଇଛାଥିଲା, ମିଳିଲାନି ଟିକେଟ୍”: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୧୨।୪: ଚିଲିକା ବିଧାୟକ ତଥା ଭାଜପା ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ଦେଇଛନ୍ତି ବିସ୍ପୋରକ ବୟାନ। ‘ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଆସନରୁ ସେ ଲଢ଼ିବାକୁ...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

୧୫ ସୁଦ୍ଧା ଟିକେଟ୍‌: ଶରତ

ଭୁବନେଶ୍ୱର,୧୨ା୪: ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ୨ ପର୍ଯ୍ୟାୟ ଟିକେଟ୍‌ ଆସିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶୁକ୍ରବାର ସେ ଦିଲ୍ଲୀ...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri