‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ଓ ଫରହାନ ଅଖତରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଜରିଆରେ ଦୀର୍ଘ ଦିନ ପରେ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌କୁ ଫେରିବା ସହ ଦମ୍‌ଦାର ଏଣ୍ଟ୍ରି କରିଛନ୍ତି। ଏଥିରେ ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର, ଜାୟରା ଓ୍ବାସିମ ଓ ରୋହିତ ଶରାଫଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ଟ୍ରେଲର ୩ମିନିଟ୍‌ର ହୋଇଥିବା ବେଳେ ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଫିଲ୍ଟଟି ସତ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଟ୍ରେଲରର ଆରମ୍ଭ ପ୍ରିୟଙ୍କା ଓ ଫରହାନଙ୍କ ଲଭ୍‌ଷ୍ଟୋରୀରୁ ହୋଇଛି। ଯେତେବେଳେ ଝିଅ ଆୟଶାର ଦେହ ଖରାପ୍‌ ବିଷୟରେ ସେମାନଙ୍କୁ ଜଣାପଡ଼େ ସେତେବେଳେ ତାଙ୍କ ହସ, ଖୁସି ଓ ରୋମାନ୍ସରେ ଗ୍ରହଣ ଲାଗିଯାଏ। ଏହାପରେ ମା’ ବାପାଙ୍କ ଜୀବନରେ ଆୟଶା ନିଜକୁ ବଡ଼ ଖଳନାୟକ ବୋଲି ବିବେଚନା କରିଛନ୍ତି। ଏହାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଅନ୍ୟପଟେ ଫିଲ୍ମରେ ଜାୟରାଙ୍କୁ ଦେଖି ଦର୍ଶକ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି। ଧର୍ମକୁ ଆଧାର କରି ଫିଲ୍ମରୁ ଦୂରେଇଯିବାକୁ ଘୋଷଣା କରିଥିବା ଜାୟରା ଏବେ ଫିଲ୍ମରେ ନଜର ଆସିବାରୁ ପ୍ରଶଂସକ ଅସେନ୍ତାଷ ପ୍ରକାଶ କରିଛନ୍ତି। ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବରରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଟେଲି ଅଭିନେତା କରନ୍‌ଭିର୍‌ ବୋହରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଅପେକ୍ଷାରେ କରନ୍‌ ଏବଂ ସ୍ତ୍ରୀ ତେଜୟ ସିନ୍ଧୁ। ଏନେଇ...

ରାଗିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌ ଏବେ ସାମ୍ନାକୁ ଆସିଛି। ଏହି ଫିଲ୍ମର ପ୍ରିମିୟର ଜୁଲାଇ...

ଲୁଟ୍‌ର ଶିକାର ହେଲେ ଏହି ଅଭିନେତା

ଟିଭି ଧାରାବାହିକ ‘ହାପ୍ପୁକି ଉଲଟନ୍‌ ପଲଟନ’ରେ କମଲେଶ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସଞ୍ଜୟ ଚୌଧୁରୀ ଦିନ ଦୁଇପହରରେ ଲୁଟ୍‌ର ଶିକାର ହୋଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ...

‘ରେସ୍‌-୩’ ଫ୍ଲପ ପରେ ବବି ଦେଓଲଙ୍କ ନୂଆ ଲୁକ୍‌

ଫିଲ୍ମ ‘ରେସ୍‌ -୩’ଫ୍ଲପ ହେବା ପରେ ବି ବବି ଦେଓଲଙ୍କ ପାଖରେ ଅଫରର ଅଭାବ ନାହିଁ। ଶେଷଥର ବବି ପିତା ଧର୍ମେନ୍ଦ୍ର ଏବଂ ଭାଇ ସନ୍ନ...

ବନ୍ୟାପାଣିରେ ଫଟୋଶୁଟ୍‌ କରି ଟ୍ରୋଲ ହେଲେ ଏହି ମଡେଲ

ବିହାରର ରାଜଧାନୀ ପାଟନାରେ ଲଗାଣବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୫ଟି ଜିଲାରେ ରେଡ୍‌ ଆଲର୍ଟ ଜାରିହୋଇଛି। ଏପରିକି ୨୯ ଜଣଙ୍କର ମୃତ୍ୟୁ ମଧ୍ୟ...

ସଲମାନ, କ୍ୟାଟ୍ରିନାଙ୍କ ବିବାହ ଭିଡିଓ ଭାଇରାଲ

ବଲିଉଡ ଭାଇଜାନ୍‌ ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡିଓଟି ରିୟଲ୍‌ ନୁହେଁ ରିଲ୍‌ ବୋଲି...

ଜାହ୍ନବୀଙ୍କ ଖୁସି

ଜାହ୍ନବୀ କପୁର ଏବେ ଖୁସିରେ ଉଛୁଳୁଛନ୍ତି। ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ କ’ଣ ପାଇଁ ଜାଣନ୍ତି...

ଏଥର ବାୟୋପିକ୍‌ରେ ଅରିନ୍ଦମ୍‌

ନାୟକ ଅରିନ୍ଦମ୍‌ଙ୍କର ଖୁସି କହିଲେ ନ ସରେ। କାରଣ ନିଜ ଓଲିଉଡ୍‌ କ୍ୟାରିୟରରେ ସେ ପ୍ରଥମଥର ପାଇଁ ଏକ ବାୟୋପିକ୍‌ରେ ଅଭିନୟ କରୁଛନ୍ତି। ଏହି ଓଡ଼ିଆ...

Coronavirus Update


Archives

Model This Week

Why Dharitri