ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ: ପ୍ଲାଷ୍ଟିକ୍‌ ପରିବର୍ତ୍ତେ ଏଥର କଦଳୀ ବାସୁଙ୍ଗା ଡଙ୍ଗା

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ/ ଡି.ଏନ୍‌.ଏ.):କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତା ୧୨ରେ ଦୟାନଦୀ ଲିଙ୍ଗିପୁର ଘାଟରେ ‘୮ମ ଦୟାନଦୀ ବୋଇତ ବନ୍ଦାଣ ଉସତ୍ବ’ ଅନୁଷ୍ଠିତ ହେବ। ଏଥିପାଇଁ ଦୟାନଦୀ କୂଳରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋଚ୍‌)ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋର ୩ଟାରୁ ଭଜନ ସମାରୋହ ଅନୁଷ୍ଠିତ ହେବ। ଚଳିତବର୍ଷ ସାମାଜିକ କର୍ମୀ ଗୋବିନ୍ଦ ପଟ୍ଟନାୟକଙ୍କୁ ଦୟାନଦୀ ସମ୍ମାନରେ ସମ୍ମାନିତ କରାଯିବ। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଚଳିତବର୍ଷ ସୋଲ ଓ ପ୍ଲାଷ୍ଟିକ ଡଙ୍ଗା ବଦଳରେ କଦଳୀ ବାସୁଙ୍ଗାରେ ତିଆରି ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯିବ। ଏଥିପାଇଁ ମାଗଣାରେ କଦଳୀ ବାସୁଙ୍ଗା ଡଙ୍ଗା ଯୋଗାଇ ଦିଆଯିବ। ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ନଦୀ କୂଳରେ ବାଣ ନ ଫୁଟାଇବା ନିମନ୍ତେ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ନଭେମ୍ବର ୧୩ ସକାଳେ ଅନୁଷ୍ଠାନ ତରଫରୁ ଘାଟ ସଫେଇ କରାଯିବ। ବୈଠକରେ ଚିତ୍ତରଞ୍ଜନ ମହାନ୍ତି, ରବୀନ୍ଦ୍ର ପାତ୍ର, ସୁବାସ ସୁନ୍ଦରାୟ, ରଶ୍ମି ରଞ୍ଜନ ଶ୍ରୀଚନ୍ଦନ, ଭକ୍ତ ଭୂଷଣ ବାରିକ, ବିଜୟ ସାମନ୍ତରାୟ, ନବ କିଶୋର ପରିଡ଼ା, ବିଭୂତି ପ୍ରଧାନ, କ୍ଷୀରୋଦ ପ୍ରଧାନ, ପ୍ରମୋଦ ସ୍ବାଇଁ, ଦୀନବନ୍ଧୁ ସ୍ବାଇଁ, ସଦାଶିବ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେସ୍‌କୋ, ଓ୍ବେସ୍‌କୋ, ସାଉଥ୍‌କୋ ନେବ ଟାଟା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ ହାତେଇବା ପରେ ଟାଟା ପାଓ୍ବାର କର୍ପୋରେଶନ ଲିମିଟେଡ ଅନ୍ୟ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ୍ବେଷ୍ଟର୍ନ...

ରାଜ୍ୟରେ ବଢ଼ିପାରେ ବସ୍‌ ଭଡ଼ା

ଭୁବନେଶ୍ୱର,୩୦।୩(ବ୍ୟୁରୋ): ରାଜ୍ୟରେ ବସ୍‌ ଭଡ଼ା ବଢ଼ିବ। ତୈଳ ଦର ବୃଦ୍ଧି ପାଉଥିବା ବେଳେ ସରକାର ଖୁବଶୀଘ୍ର ବସ ଭଡା ବୃଦ୍ଧି କରିବା ଜରୁରୀ ବୋଲି ବୁଧବାର...

ଏସ୍‌ସିବି ମେଡିକାଲ ପାଇଁ ୧୦୦୦ କୋଟି :ଏମ୍ସ ପ୍ଲସ୍‌ ଢାଞ୍ଚାରେ ହେବ ବିକାଶ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।...

ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲ୍‌ଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ...

ଭୁବନେଶ୍ୱରର ପୁଣି ୩ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୩।୪(ବ୍ୟୁରୋ)- ଶୁକ୍ରବାର ଭୁବନେଶ୍ୱରର ୩ଜଣ କରୋନା ଭାଇରସ୍‌ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚତ୍ଛି। ଶୁକ୍ରବାର ମଧ୍ୟାହ୍ନରେ କଟକର ଜଣେ...

ନିୟନ୍ତ୍ରଣ ବାହାରେ କରୋନା: ପଶ୍ଚିମ ଓଡ଼ିଶା ସମେତ ଟୁଇନ୍‌ ସିଟିରେ ହୋଇପାରେ ୭ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ପଶ୍ଚିମ ଓଡ଼ିଶାର କେତେକ ଜିଲା ସମେତ ଟୁଇନ୍‌ ସିଟିରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ...

କମୁନି ମୃତ୍ୟୁସଂଖ୍ୟା: ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୬ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

୬ ମାସ ପରେ ୧୭ ପଇସା କମିଲା ଡିଜେଲ

ଭୁବନେଶ୍ୱର,୪ା୯: ପ୍ରାୟ ୬ ମାସ ପରେ ପ୍ରଥମ ଥର ଲାଗି ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୭...

Advertisement
Archives

Model This Week