ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି

ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ ଟିଭି ଏବଂ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। ଏବେ ବଡ଼ଭଉଣୀ ରୋଜଲିନା ସ୍ବାରିତୋନୋଭାଙ୍କୁ ୯୪ ବର୍ଷ ହୋଇଥିବାବେଳେ ସାନଭଉଣୀ ୟୁଲିୟା ସ୍ବାରିତୋନୋଭାଙ୍କୁ ୯୨ ବର୍ଷ ହୋଇଛି। ୧୯୪୨ରେ ବିଶ୍ୱଯୁଦ୍ଧ ସମୟରେ ସେମାନଙ୍କ ପରିବାର ଷ୍ଟେଲିନ୍‌ଗ୍ରାଡ୍‌ରେ ବାସ କରୁଥିଲେ। ତେବେ ଜର୍ମାନୀ ସୈନ୍ୟ ଏଠାରେ ଆକ୍ରମଣ କରିବା ଯୋଗୁ ୨ ଭଉଣୀ ଅଲଗା ହୋଇଯାଇଥିଲେ। ୟୁଲିୟା ୧୯୨୮ରେ ଜନ୍ମହୋଇଥିବାବେଳେ ରୋଜଲିନା ୧୯୨୬ରେ ଜନ୍ମ ହୋଇଥିଲେ। ଦୁହେଁ ପରସ୍ପରଠାରୁ ୧୯୦୦ କିମି ଦୂରରେ ବାସ କରୁଥିଲେ। ତେବେ ପୋଲିସ ପ୍ରବକ୍ତା ଇରିନା ଓ୍ବୋଫଙ୍କ ଉଦ୍ୟମ ଯୋଗୁ ସେମାନଙ୍କ ମିଳନ ସମ୍ଭବ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଂସାକୁ ନେଇ ଜାତିସଂଘର ଉଦ୍‌ବେଗ

ଜାତିସଂଘ,୧୯।୧୨(ପି.ଟି): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଭାରତରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାରୁ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏହାକୁ ନେଇ ଜାତିସଂଘ...

କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ...

ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍‌ଟାଲି

ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍‌ଟାଲି...

୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍‌ନେସ

ଲଣ୍ଡନ: ବ୍ରିଟେନ୍‌ର ପୋର୍ଟସ୍‌ମାଉଥ୍‌ରେ ରହୁଥିବା ଇୟାନ ମୋରିସ୍‌ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍‌ନେସ...

ବେଦୀକୁ ଆସିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ

ଲକ୍ଷ୍ନୌ, ୨୭।୬- ଉତ୍ତର ପ୍ରଦେଶର କନୌଜ ଜିଲାରେ ଘଟିଯାଇଥିବା ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ବାହାଘର ପୂର୍ବରୁ ହଠାତ୍‌ କନ୍ୟାର ଜୀବନ ଚାଲିଯିବାରୁ...

ନିର୍ବାଚନ ଘୁଞ୍ଚାଇବାକୁ ଟ୍ରମ୍ପ୍‌ଙ୍କ ପ୍ରସ୍ତାବ

ଓ୍ବାଶିଂଟନ, ୩୧ା୭:ମେଲ୍‌ ଜରିଆରେ ଭୋଟ ହେଲେ ଜାଲିଆତି ସମ୍ଭାବନା ଥିବା ଆଶଙ୍କା କରି ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବା ପାଇଁ ଆମେରିକା ରାଷ୍ଟ୍ରପତି...

ଅଧାରୁ ଅଧିକ ଜନସଂଖ୍ୟା ଘରେ ବନ୍ଦ: ପୃଥିବୀର କମ୍ପନ ୩୦ରୁ ୫୦ ପ୍ରତିଶତ ହେଲା କମ୍ !

ୱାଶିଂଟନ,୫ ।୪: କରୋନା ସଂକ୍ରମଣ ଏବେ ସାରା ପୃଥିବୀର ଅଧାରୁ ଅଧିକ ଜନସଂଖ୍ୟା ଲକ୍‌ଡାଉନ୍‌ରେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏହାଯୋଗୁ ପୃଥିବୀରେ...

ଲାଭା ଉଦ୍‌ଗିରଣ ଆଶଙ୍କା: ୪ ଲକ୍ଷଙ୍କୁ ସ୍ଥାନାନ୍ତର

କିନ୍‌ଶାସା, ୩୦ା୫: ଆଗ୍ନେୟ ଉଦ୍‌ଗିରଣ ଆଶଙ୍କାରେ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (ଡିଆର୍‌ସି)ର ଗୋମାରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନାଇରାଗୋଙ୍ଗୋ...

Advertisement
Archives

Model This Week