ଦ୍ୱାଦଶ କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି

ରସୁଲପୁର,୫ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବ୍ୟବସାୟିକ ପ୍ରାଣକେନ୍ଦ୍ର ବୋଲି କୁହାଯାଉଥିବା କୁଆଖିଆ ବଜାରର ସାରଙ୍ଗପୁର ମେଲଣ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ବୁଧବାର କିର୍ତ୍ତୀ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ଲକ୍ଷ୍ମୀନାରାୟଣ ପୂଜା କମିଟି ସଭାପତି ବନୋଜ କୁମାର ସ୍ବାଇଁ, ସମ୍ପାଦକ ନାରାୟଣ ବିଶ୍ୱାଳ, ପୂର୍ବତନ ସମ୍ପାଦକ ପ୍ରଶାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବ କମିଟି ସମ୍ପାଦକ ଅରୁଣ ରାଉତ ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ୬୫ତମ ଲକ୍ଷ୍ମୀନାରାୟଣ ପୂଜା ଚଳିତ ମାସ ୧୬ତାରିଖରୁ ଆରମ୍ଭ ହେଉଥିବାରୁ କୁଆଖିଆ ମହୋତ୍ସବ ୨୨ ତାରିଖରୁ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ମହୋତ୍ସବ ୫ ଜାନୁୟାରୀ,୨୦୨୦ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ପ୍ରସିଦ୍ଧି ଲାଭ କରିଥିବା ଲୋକ କଳା ପ୍ରଦର୍ଶିତ ହେବା ସହ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପ୍ରତିଭା ପ୍ରଦର୍ଶିତ ହେବ। ଏହାଛଡା ପଲ୍ଲୀଶ୍ରୀ ମେଳା, ମୀନା ବଜାର ଲାଗିବା ବୋଲି ସୂଚନା ମିଳିଛି। ମହୋତ୍ସବ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିବ। ସେମାନଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବା ପାଇଁ ବିଦ୍ଯଯତ ବିଭାଗ, ଅଗ୍ନିଶମ ବିଭାଗ, କୁଆଖିଆ ପୋଲିସ, ସ୍ଥାନୀୟ ଅଂଚଳର ଜନପ୍ରତିନିଧି, ସ୍ବେଚ୍ଛାସବୀ ସଂଗଠଗୁଡ଼ିକର ସହାୟତା ଲୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୁଟ୍‌ ଶ୍ରେଷ୍ଠ ଏସ୍‌ପିଭି

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ସିଟି ବସ୍‌ ସେବା ଯୋଗାଉଥିବା ‘ମୋ ବସ୍‌’କୁ ପୁଣିଥରେ ଶୀର୍ଷ ପୁରସ୍କାର ମିଳିଛି। ଏହାର ପରିଚାଳନା କରୁଥିବା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ...

ଅମାନିଆ ବାଇକ ଚାଳକଙ୍କୁ ଜରିମାନା, ପୋଲିସର ଟିପ୍ସ

ଜୁନାଗଡ, ୨।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରୁଥିବା ବାଇକ ଚାଳକଙ୍କୁ ପୋଲିସ ଧରପଗଡ କରୁଛି। ପରେ ସେମାନଙ୍କୁ ଥାନା ପରିସରରେ...

କର୍ମଚାରୀ, ଗ୍ରାମବାସୀଙ୍କୁ ମାସ୍କ ବାଣ୍ଟିଲା କଣିହାଁ ଏନଟିପିସି

ତାଳଚେର, ୫ା୪(ନି.ପ୍ର.)- ଏନଟିପିସି କଣିହାଁ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଏହାର କର୍ମଚାରୀ, ଠିକା ଶ୍ରମିକ, ଟାଉନଶିପ୍ ଏବଂ ଏହାର ଆଖପାଖ ଅଞ୍ଚଳବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ...

କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା...

ପାଣି ପାଇଁ ପଡ଼ିଲାଣି ଭାଳେଣି

ପାରାଦୀପ,୫।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଞ୍ଚଳବାସୀଙ୍କ ଏବେଠାରୁ ପାଣି ପାଇଁ ଭାଳେଣି ପଡିଲାଣି। କାରଣ ବନ୍ଦର ପ୍ରଶାସନ ସମସ୍ତ ଅଧିବାସୀଙ୍କୁ ପାଣି କମ୍‌ ବ୍ୟବହାର କରିବାକୁ ଡାକବାଜି...

ବୃଦ୍ଧି ପାଉଛି ଗୁଣିଗାରେଡ଼ି ଜନିତ ଅପରାଧ: ପ୍ରତିକାର ଦାବି କଲା ମାନବବାଦୀ ହେତୁବାଦୀ ସଙ୍ଗଠନ

ବ୍ରହ୍ମପୁର ଅଫିସ,୫ା୧୦-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଛି ା ଏହାସତ୍ତ୍ୱେ ସମାଜରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସଜନିତ ଅପରାଧ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ...

ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଦମ୍ପତିଙ୍କ ଜୀବନଗଲା,ଘଟଣାସ୍ଥଳରେ ଉତ୍ତେଜନା

ଅନୁଗୋଳ ଅଫିସ,୮।୩: ଅନୁଗୋଳ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିି। ଏହି ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

୨୧ରେ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ପାଲଲହଡା,୬।୮(ଡି.ଏନ.ଏ.) ଆସନ୍ତା ୨୧ରେ ଅନୁଷ୍ଠିତ ହେବ ପାଲଲହଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଗଷ୍ଟ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ନିର୍ବାଚନ କମିଶନ...

Advertisement
Archives

Model This Week