Posted inଜାତୀୟ

ଦେଶ ସ୍ବାଧୀନତା ପାଇଁ ଏଭଳି ପଦବୀ ଛାଡିଥିଲେ ନେତାଜୀ

ସାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ। ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ। ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ। ଅନ୍ୟ ଭଉଣୀଭାଇଙ୍କ ପରି ତାଙ୍କ ଶିକ୍ଷା ବାପଟିଷ୍ଟ ମିଶନଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଜାନୁଆରୀ ୧୯୦୨ରେ ଆରମ୍ଭ ହେଲା। ୧୯୦୯ରେ କଟକର ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ସେହିଠାରୁ ସେ ୧୯୧୩ରେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ। ପ୍ରଥମଟି ଦିନରୁ ହିଁ ତାଙ୍କ ପ୍ରଧାନଶିକ୍ଷକ ବେନିମାଧବ ଦାସ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ।
ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ। ପ୍ରେସିଡେନ୍ସି କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ। ୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ରେ ଭାରତୀୟ ସିଭିଲ୍‌ ସର୍ଭିସ୍‌ (ଆଇ.ସି.ଏସ) ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ। ଏଭଳି ନିଷ୍ପତ୍ତିକୁ ତାଙ୍କ ପିତା ବିରୋଧ କରିଥିଲେ। ଏହାପରେ ସୁଭାଷ ଚନ୍ଦ୍ର ବୋଷ ବଡ ଭାଇଙ୍କୁ ଚିଠି ଲେଖି କହିଥିଲେ, ଇଂଲଣ୍ଡ ରାଜାଙ୍କ ପ୍ରତି କଥାରେ ଚାଲିବା ପାଇଁ ଶପଥ ନେବା ପୂର୍ବରୁ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ଉଚିତ୍‌ ମନେ କଲି। ଏହାପରେ ସେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ...

୬ କୋଟି ବର୍ଷ ପୁରୁଣା ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ରାମ-ସୀତାଙ୍କ ପ୍ରତିମୂର୍ତ୍ତି…

ଅଯୋଧ୍ୟା,୨୮।୧ : ନେପାଳରୁ ଅଯୋଧ୍ୟାକୁ ଦୁଇଟି ବିରାଟ ଶାଳଗ୍ରାମ ଶିଳା ଅଣାଯାଉଛି। ଏଥିରୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ପ୍ରତିମା ତିଆରି ହେବ। ଏହି...

ତାଲିବାନ ସହ କଥା ହେବାକୁ ଭାରତକୁ ଉପଦେଶ ଦେଲେ ଫାରୁକ

ଜମ୍ମୁ,୨୫ ।୯: ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଭାରତ ସରକାରଙ୍କୁ ତାଳିବାନ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି । ଏବେ ଫାରୁକଙ୍କ ଏହି...

ପ୍ରକୃତ ତଥ୍ୟ ଦେଉନାହାନ୍ତି ରାଜ୍ୟ

ନୂଆଦିଲ୍ଲୀ, ୧୫।୬: ସାରା ଦେଶରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଭାରତ ଏବେ ସର୍ବାଧିକ ସଂକ୍ରମଣ...

ମୁଁ କୌଣସି ପଦବୀରେ ରୁହେ କି ନ ରୁହେ କିନ୍ତୁ… ପଦଯାତ୍ରାର ଶେଷ ଦିନରେ ଏଭଳି କହିଲେ ପାଇଲଟ

ଜୟପୁର,୧୫।୫: କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଏହି ଯାତ୍ରାର ପଞ୍ଚମ ତଥା ଶେଷ ଦିନ ଥିଲା।...

କରୋନା ପୁଣି ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ, ୧୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଏହା ପୂର୍ବର ସମସ୍ତ ରେକର୍ଡ...

ହିନ୍ଦୁ-ମୁସଲମାନ୍‌ କଲେ କିଡ୍‌ନୀ ଅଦଳବଦଳ

ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍‌ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର...

୪,୨୭୬ କୋଟି ଟଙ୍କାର ମିଶାଇଲ୍‌, ଏୟାର ଡିଫେନ୍ସ ଅସ୍ତ୍ର କିଣାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧(ପି.ଟି.): ହେଲିକପ୍ଟରରୁ ନିକ୍ଷେପ କରାଯାଇପାରୁଥିବା ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ୍‌ ମିଶାଇଲ, ଏୟାର ଡିଫେନ୍ସ ଅସ୍ତ୍ର ସମେତ ୪,୨୭୬ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଡିଫେନ୍ସ...

Advertisement
Archives

Model This Week