Posted inଜାତୀୟ

ଦେଶର ସ୍ଥିତିକୁ ନେଇ ଚିନ୍ତିତ: ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ ମୁଜ୍‌ତବା ହୁସେନ

ହାଇଦ୍ରାବାଦ,୧୯।୧୨: ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ, ବ୍ୟଙ୍ଗକାର ତଥା ସିତାର ବାଦକ ମୁଜ୍‌ତବା ହୁସେନ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇଦେବେ। ନୂଆ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ସେ ଏହି ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
୮୭ ବର୍ଷୀୟ ପଦ୍ମଶ୍ରୀ ମୁଜ୍‌ତବା କହିଛନ୍ତି, ସିଏଏ ପ୍ରଣୟନ ପରେ ଦେଶରେ ଉପୁଜିଥିବା ସ୍ଥିତିକୁ ନେଇ ସେ ଦୁଃଖିତ। ଏହି ଆଇନକୁ ନେଇ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି। ସବୁଠୁ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଘୃଣାର ବହ୍ନିରେ ଘିଅ ଢଳାଯାଉଛି। ଏହା ତାଙ୍କୁ ବିଚଳିତ କରିଛି। ଯେଉଁ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସେମାନେ ଅନେକ କଷ୍ଟ ସହ୍ୟକରି ଅକ୍ଳାନ୍ତ ଉଦ୍ୟମକରିଥିଲେ, ଆଜି ତାକୁ ଯେଭଳି ଢଙ୍ଗରେ ଧ୍ୱଂସ କରାଯାଉଛି ତାହା ନିନ୍ଦନୀୟ। ଏଭଳି ସ୍ଥିତିରେ ସେ ନିଜ ପାଖରେ କୌଣସି ସରକାରୀ ପୁରସ୍କାର ରଖିବାକୁ ଚାହୁଁ ନ ଥିବା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ସିଏଏ, ୨୦୧୯କୁ ନେଇ ମୁଜ୍‌ତବା କହିଛନ୍ତି, ତାଙ୍କୁ ୮୭ ବର୍ଷ ହେଲାଣି। ଦେଶରେ ଲାଗିରହିଥିବା ବିବାଦକୁ ନେଇ ସେ ଏହି ବୟସରେ ଚିନ୍ତିତ। ଦେଶର ଭବିଷ୍ୟତ କ’ଣ ହେବ ଏବଂ ସେ ନିଜ ପିଲାଛୁଆ ତଥା ଉତ୍ତରପିଢ଼ିକୁ କେଉଁ ସ୍ଥିତିରେ ଛାଡ଼ିଦେଇଛନ୍ତି ବୋଲି ସେ ଚିନ୍ତାରେ ରହୁଛନ୍ତି। ଏଭଳି ସମୟରେ ହସିବା ପାଇଁ ସାମର୍ଥ୍ୟ ତାଙ୍କ ପାଖରେ ନାହିଁ। ପ୍ରକାଶ ଯେ, ମୁଜ୍‌ତବା ହୁସେନ ହେଉଛନ୍ତି ଦୈନିକ ‘ସିଆସତ୍‌’ର ସହ ପ୍ରତିଷ୍ଠାତା ମେହବୁବ୍‌ ହୁସେନ୍‌ ଜିଗରଙ୍କ ଭାଇ। ‘ଆମେରିକା ଘାଁସ୍‌ କାଟ୍‌ ରହା ହୈ’ ଏବଂ ‘ଜାପାନ୍‌ ଚଲୋ’ ପୁସ୍ତକ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମୁଜ୍‌ତବାଙ୍କୁ ୨୦୦୭ରେ ପଦ୍ମଶ୍ରୀ ଉପାଧି ମିଳିଥିଲା। ସାରା ବିଶ୍ୱର ଉର୍ଦ୍ଦୁ ଭାଷୀ ଲୋକଙ୍କ ମଧ୍ୟରେ ମୁଜ୍‌ତବା ଜଣେ ସମ୍ମାନିତ ବ୍ୟକ୍ତିତ୍ୱ। ତାଙ୍କ ଲେଖାଗୁଡ଼ିକ ଜାପାନ ସମେତ ଅନ୍ୟ ଦେଶଗୁଡ଼ିକରେ ପାଠକୀୟ ଆଦୃତି ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?