Posted inଜାତୀୟ

ଦେଶର ସ୍ଥିତିକୁ ନେଇ ଚିନ୍ତିତ: ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ ମୁଜ୍‌ତବା ହୁସେନ

ହାଇଦ୍ରାବାଦ,୧୯।୧୨: ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ, ବ୍ୟଙ୍ଗକାର ତଥା ସିତାର ବାଦକ ମୁଜ୍‌ତବା ହୁସେନ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇଦେବେ। ନୂଆ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ସେ ଏହି ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
୮୭ ବର୍ଷୀୟ ପଦ୍ମଶ୍ରୀ ମୁଜ୍‌ତବା କହିଛନ୍ତି, ସିଏଏ ପ୍ରଣୟନ ପରେ ଦେଶରେ ଉପୁଜିଥିବା ସ୍ଥିତିକୁ ନେଇ ସେ ଦୁଃଖିତ। ଏହି ଆଇନକୁ ନେଇ ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି। ସବୁଠୁ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଘୃଣାର ବହ୍ନିରେ ଘିଅ ଢଳାଯାଉଛି। ଏହା ତାଙ୍କୁ ବିଚଳିତ କରିଛି। ଯେଉଁ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସେମାନେ ଅନେକ କଷ୍ଟ ସହ୍ୟକରି ଅକ୍ଳାନ୍ତ ଉଦ୍ୟମକରିଥିଲେ, ଆଜି ତାକୁ ଯେଭଳି ଢଙ୍ଗରେ ଧ୍ୱଂସ କରାଯାଉଛି ତାହା ନିନ୍ଦନୀୟ। ଏଭଳି ସ୍ଥିତିରେ ସେ ନିଜ ପାଖରେ କୌଣସି ସରକାରୀ ପୁରସ୍କାର ରଖିବାକୁ ଚାହୁଁ ନ ଥିବା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ସିଏଏ, ୨୦୧୯କୁ ନେଇ ମୁଜ୍‌ତବା କହିଛନ୍ତି, ତାଙ୍କୁ ୮୭ ବର୍ଷ ହେଲାଣି। ଦେଶରେ ଲାଗିରହିଥିବା ବିବାଦକୁ ନେଇ ସେ ଏହି ବୟସରେ ଚିନ୍ତିତ। ଦେଶର ଭବିଷ୍ୟତ କ’ଣ ହେବ ଏବଂ ସେ ନିଜ ପିଲାଛୁଆ ତଥା ଉତ୍ତରପିଢ଼ିକୁ କେଉଁ ସ୍ଥିତିରେ ଛାଡ଼ିଦେଇଛନ୍ତି ବୋଲି ସେ ଚିନ୍ତାରେ ରହୁଛନ୍ତି। ଏଭଳି ସମୟରେ ହସିବା ପାଇଁ ସାମର୍ଥ୍ୟ ତାଙ୍କ ପାଖରେ ନାହିଁ। ପ୍ରକାଶ ଯେ, ମୁଜ୍‌ତବା ହୁସେନ ହେଉଛନ୍ତି ଦୈନିକ ‘ସିଆସତ୍‌’ର ସହ ପ୍ରତିଷ୍ଠାତା ମେହବୁବ୍‌ ହୁସେନ୍‌ ଜିଗରଙ୍କ ଭାଇ। ‘ଆମେରିକା ଘାଁସ୍‌ କାଟ୍‌ ରହା ହୈ’ ଏବଂ ‘ଜାପାନ୍‌ ଚଲୋ’ ପୁସ୍ତକ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମୁଜ୍‌ତବାଙ୍କୁ ୨୦୦୭ରେ ପଦ୍ମଶ୍ରୀ ଉପାଧି ମିଳିଥିଲା। ସାରା ବିଶ୍ୱର ଉର୍ଦ୍ଦୁ ଭାଷୀ ଲୋକଙ୍କ ମଧ୍ୟରେ ମୁଜ୍‌ତବା ଜଣେ ସମ୍ମାନିତ ବ୍ୟକ୍ତିତ୍ୱ। ତାଙ୍କ ଲେଖାଗୁଡ଼ିକ ଜାପାନ ସମେତ ଅନ୍ୟ ଦେଶଗୁଡ଼ିକରେ ପାଠକୀୟ ଆଦୃତି ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା କଲେ ଏମିତି ହୃଦୟଥରା କାମ

ଜବଲପୁର,୧୩।୬: ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା ଏକ ହୃଦୟଥରା କାଣ୍ଡ କରିଛନ୍ତି। ନିଜ...

ଅପହୃତା ନାବାଳିକାଙ୍କୁ ଖୋଜିବା ପାଇଁ ପୋଲିସ ମାଗୁଛି ପେଟ୍ରୋଲ !

ଲକ୍ଷ୍ନୌ, ୨।୨: ଉତ୍ତରପ୍ରଦେଶର କାନପୁର ଜିଲାରେ ଗୁଡ଼ିଆ ନାମ୍ନୀ ଜଣେ ଦିବ୍ୟାଙ୍ଗ ମହିଳା ପୋଲିସ ବିଭାଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ନାବାଳିକା ଝିଅଙ୍କୁ...

ବିନା ଲଢ଼େଇରେ ଚାଇନାକୁ ହଜାରେ ବର୍ଗ କିଲୋମିଟର ଜମି ଦେଇଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ…

ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ଟୁଇଟ କରିଛନ୍ତି। ଚାଇନାକୁ ଭାରତ ସରକାର ଜମି ପ୍ରଦାନ...

ଅନ୍ନ ଛୁଇଁଲେନି, ଚା ପିଇଲେନି

ନୂଆଦିଲ୍ଲୀ,୪ା୧୨: (ପି.ଟି./ଆଇଏଏନ୍‌ଏସ୍‌): ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ...

କରୋନା ମୁକାବିଲା ପାଇଁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର: ଭାରତରେ ରହିଛି ୫୦ ହଜାର

ନୂଆଦିଲ୍ଲୀ,୨୩।୪: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ଏପରିସ୍ଥଳେ ଭାରତରେ ସମ୍ପ୍ରତି...

ଶାହଙ୍କ ନୈଶଭୋଜିରେ ଯୋଗ ଦେବାକୁ ଦିଲ୍ଲୀ ପହଞ୍ଚିଲେ ନୀତୀଶ

ନୂଆଦିଲ୍ଲୀ,୨୧।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ନୈଶଭୋଜିର ଆୟୋଜନ କରିଛନ୍ତି। ବିଶେଷ କରି ଏହା ଏନ୍‌ଡିଏ ନେତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା...

ବିଏସଏନଏଲକୁ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୨୭।୭: ମୋଦି କ୍ୟାବିନେଟ ପକ୍ଷରୁ ବୁଧବାର ବିଏସଏନଏଲ ପୁନରୁଦ୍ଧାର ପାଇଁ ପ୍ୟାକେଜ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକ ପରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି...

ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ: ଭାରତ ସରକାର ଜାରି କଲେ ୧୨୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ,୩୦।୧୦: ପୃଥିବୀରେ ଯୋଗ ଶିକ୍ଷାର ପ୍ରସାର କରାଇଥିବା ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ୧୨୫ ଟଙ୍କିଆ କଏନ୍‌ ଜାରି କରାଯାଇଛି।...

Advertisement
Archives

Model This Week