Posted inଜାତୀୟ

ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ୟୁପିର ୬: ସବୁଠୁ ଆଗରେ ଗାଜିଆବାଦ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ସ୍ଥାନରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି। ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହରିୟାଣାରେ ମଧ୍ୟ ପ୍ରଦୂଷଣର ମାତ୍ରା ସାଘାଂତିକ ସ୍ତରରେ ପହଞ୍ଚିଲାଣି। ଲୋକେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ୧୫ ସହର ମଧ୍ୟରେ ଉତ୍ତର ପ୍ରଦେଶର ୬ଟି ସହର ରହିଛି। ଶନିବାର ପ୍ରଦୂଷଣର ମାତ୍ରାକୁ ଦେଖିଲେ ହରିୟାଣାର ଫତେହବାଦ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୩ ସହ ସର୍ବାଧିକ ଥିବା ରେକର୍ଡ କାଯାଇଥିଲା। ଏହା ପଛକୁ ରହିଥିଲା ହରିୟାଣର ହିସାର। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଥିଲା। ତେବେ ଗାଜିଆବାଦ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଲଗାତର ୪୫୩ ରହୁଥିବାରୁ ଏହା ସବୁଠାରୁ ଅଧିକ ପ୍ରଦୂଷିତ ସହର ବୋଲି କହିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହାପରେ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶର ବୁଲନ୍ଦ ସହର ୪୪୩, ହାପୁଡ ୪୪୪, ଗ୍ରେଟର ନଏଡା ୪୩୮, ବାଗପତ ୪୩୫ ଓ ଷଷ୍ଠ ସ୍ଥାନରେ ରହିଛି ଲକ୍ଷ୍ନୌ ଯାହାର ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଛି ୪୨୨।


Enter your email to get our daily news in your inbox.

All Right Reserved By Dharitri.Com

ଅଟଳ ଜୀଙ୍କ ପ୍ରଥମ ପୁଣ୍ୟତିଥିରେ ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ, ୧୬।୮:୧୯୨୪ ମସିହା ଡିସେମ୍ବର ୨୫ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଗୋଆଲିଅର ଜନ୍ମ ହୋଇଥିଲା। ମା’ଙ୍କ ନାମ କ୍ରିଷ୍ଣା ଦେବୀ ଓ ବାପାଙ୍କ ନାମ କ୍ରିଷ୍ଣବିହାରୀ...

ସମାଜବାଦୀ ପାର୍ଟିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ଏମ୍‌ପି ଅନୁ ଟଣ୍ଡନ

ଲକ୍ଷ୍ନୌ,୨।୧୧-କଂଗ୍ରେସର ପୂର୍ବତନ ସାଂସଦ ଅନୁ ଟଣ୍ଡନ ସୋମବାର ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ଘରୋଇ ଡାକ୍ତରଖାନାର ଲାଇସେନ୍ସ ହେବ ରଦ୍ଦ!

ବେଙ୍ଗାଲୁରୁ,୧୩।୭: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କିଛି ରାଜ୍ୟରେ ଏମାନଙ୍କ ଚିକିତ୍ସା ପାଇଁ ବେଡ୍‌ କମ୍‌ ଥିବା ପରିଲକ୍ଷିତ...

ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ? ରିପୋର୍ଟ ରାଜନାଥଙ୍କୁ ପ୍ରଦାନ…

ନୂଆଦିଲ୍ଲୀ, ୫।୧ : ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଯାଇଛି। ୮ ଡିସେମ୍ବର...

ପାର୍ଟି କାର୍ଯ୍ୟାଳୟରେ ସ୍ତ୍ରୀଙ୍କୁ ଚାପୁଡା ମାରିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୦।୯: ମେହରୌଲି ଜିଲା ଭାଜପା ପ୍ରମୁଖ ଆଜାଦ ସିଂ ନିଜ ସ୍ତ୍ରୀ ସରିତା ଚୌଧୁରୀଙ୍କୁ ଦକ୍ଷିଣ ଦିଲ୍ଲୀରେ ଥିବା ଭାଜପା କାର୍ଯ୍ୟାଳୟରେ ଚାପୁଡା ମାରିଛନ୍ତି।...

ପାଳିତ ପ୍ରାଣୀଙ୍କର ହେବ ବୀମା: ରୋଗ ହେଲେ ଚୋରୀ ହେଲେ ମିଳିବ ଟଙ୍କା!

ନୂଆଦିଲ୍ଲୀ,୮ ।୧୨: ଏବେ ଅଧିକାଂଶ ଘରେ ଲୋକେ କୁକୁର, ବିରାଡି ଆଦିଙ୍କୁ ପାଳନ କରୁଛନ୍ତି । ତେବେ ଘରର ସଦସ୍ୟଙ୍କ ଭଳି ଏମାନଙ୍କର ବି ବେଳେ...

ଜାମିନ ପରେ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ, ୧୮ା୪: ଜାନୁୟାରୀ ୨୬ ଲାଲକିଲ୍ଲା ହିଂସା ମାମଲାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଶନିବାର ଦିଲ୍ଲୀର ଏକ କୋର୍ଟ ଜାମିନ୍‌ ପ୍ରଦାନ କରିବାର...

ଗୁଜରାଟରେ ଦେଖାଦେଲାଣି ମର୍ଚରି ଭ୍ୟାନର ଅଭାବ

ଅହମ୍ମଦାବାଦ, ୧୩ା୪- କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲରେ ଦେଖିବାକୁ ମିଳୁଛି ଗଦା ଗଦା ମୃତଦେହ। କେଉଁଠାରେ ମର୍ଚରିରେ ଯାଗା ନାହିଁ...

Advertisement
Archives

Model This Week