ଦେଶରେ ୬୦ ହଜାର ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୯୫ ଜଣଙ୍କର ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଶନିବାର ସକାଳ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୫୯,୬୬୨। ଏମାନଙ୍କ ମଧ୍ୟରୁ ୩୯,୮୩୪ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୧୭,୮୪୭ ଜଣ ସୁସ୍ଥ ହୋଇ ସାରିଲେଣି ଓ ୧,୯୮୧ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୯,୦୬୩। ସେହିପରି ଗୁଜରାଟରେ ୭,୪୦୨ ଓ ଦିଲ୍ଲୀରେ ୬,୩୧୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣକୁ କମାଇବାକୁ ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲା ବିଧାନସଭା ହେଲେ ଏନ୍‌ଡିଏକୁ ଫେରିବେ ମମତା

କୋଲକାତା, ୧।୩: ପଶ୍ଚିମବଙ୍ଗ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଯଦି ଝୁଲା ବିଧାନସଭା ହୁଏ ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର...

ଏୟାର ଲାଇନ୍‌ ମେନ୍ୟୁରୁ ବାଦ୍‌ ପଡ଼ିଲା ଚିକେନ, ଅଣ୍ଡା ଡିଶ୍‌

ନୂଆଦିଲ୍ଲୀ,୧୫।୧: ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଭୟଙ୍କର ସ୍ଥିତି ମୁହାଁ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଓ ଭିଷ୍ଟାରା ଭଳି ଏୟାର...

ନିଜ ଗୁଳିରେ ଟଳିଲେ ଶିଖ୍‌ ପୂଜକ

ନୂଆଦିଲ୍ଲୀ, ୧୭ା୧୨: କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍‌ ପୂଜକ...

ରାତିରେ ଦେଖାଯାଉଛି ଓମିକ୍ରନ୍‌ର ଏମିତି କିଛି ଲକ୍ଷଣ

ନୂଆଦିଲ୍ଲୀ,୧୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି । ହେଲେ ଏହାର ନିର୍ଦ୍ଦିଷ୍ଟ ଲକ୍ଷଣ...

ଫାରୁଖ ଅବଦୁଲ୍ଲା କରୋନା ସଂକ୍ରମିତ: ପୂରା ପରିବାର ଏବେ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୩୦।୩: ନ୍ୟାଶ୍‌ନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୁଅ ଓମାର ଅବଦୁଲ୍ଲା ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।...

ପୂର୍ବତନ ସେନା ଅଧିକାରୀ ଗିରଫ

ମିରଟ୍‌, ୯ା୧: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ସୌରଭ ଶର୍ମାଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲାରୁ ଗିରଫ କରାଯାଇଛି। ପାକିସ୍ତାନର...

ଛାତ୍ରୀଛାତ୍ରଙ୍କୁ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ଷ୍ଟାଲିନ

ଚେନ୍ନାଇ,୨୫।୨: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବର୍ତ୍ତମାନ ବିଶ୍ୱ ସମୁଦାୟକୁ ଚିନ୍ତିତ। ଏହି କ୍ରମରେ ଭାରତର ଶତାଧିକ ଛାତ୍ରୀଛାତ୍ର ୟୁକ୍ରେନରେ ଫସି ରହିଥିବା ଜଣାପଡିଛି। ଏନେଇ ବିଦେଶମନ୍ତ୍ରୀ...

‘ପ୍ରଧାନମନ୍ତ୍ରୀ ଚାହୁଁଥିଲେ ଗରିବଙ୍କୁ କେହି ସାହାଯ୍ୟ ନ କରନ୍ତୁ’

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଲକଡାଉନ ଘୋଷଣା କରି ପ୍ରବାସୀ ଶ୍ରମିକଙ୍କୁ ବଶାହରା ଭାବେ ରୋଡ୍‌ ଉପରେ ଛାଡ଼ି ଦେଇଥିଲେ। ସେମାନଙ୍କ ପାଖରେ ଘର...

Advertisement
Archives

Model This Week