ଦେଶରେ ଆର୍ଥିକ ମାନ୍ଦାବସ୍ଥା: ଅଟୋ ଶିଳ୍ପ ଉପରେ ଝୁଲୁଛି ଛଟେଇ ଖଣ୍ଡା;ଅଶୋକ ଲେଲାଣ୍ଡ୍‌ ୧୮ ଦିନ ରହିବ ବନ୍ଦ

ନୂଆଦିଲ୍ଲୀ,୯।୯: ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟ ଦେଇ ଗତି କରୁଛି। ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଅଟୋ ଶିଳ୍ପ ଉପରେ ପଡ଼ିଛି। ଇତିମଧ୍ୟରେ ଏହି ଶିଳ୍ପରେ ୩ ଲକ୍ଷ ୫୦ ହଜାର କର୍ମଚାରୀ ଛଟେଇ ହୋଇଛନ୍ତି। ଫଳରେ ବେକାର ସଂଖ୍ୟା ବଢ଼ିବାରେ ଲାଗିଛି। ଜିଏସ୍‌ଟି ବୃଦ୍ଧି ଯୋଗୁ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ଏହାର ପ୍ରଭାବ ବୋଲି ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ଅଶୋକ ଲେଲାଣ୍ଡ, ମାରୁତି ସମେତ ଅନ୍ୟ କମ୍ପାନୀଗୁଡ଼ିକର କାରବାର ବହୁ ପରିମାଣରେ ହ୍ରାସ ପାଇଛି। ଅଶୋକ ଲେଲାଣ୍ଡ୍‌ କ୍ଷତି ଭରଣା କରିବାକୁ ସେପ୍ଟେମ୍ବର ମାସରେ ଏହାର କାରଖାନାଗୁଡ଼ିକୁ ୫ରୁ ୧୮ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଛି। ସେହିପରି ମାରୁତି ଇତି ମଧ୍ୟରେ ଏହାର ୩ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିଛି। ଏହା ସହିତ ମାରୁତି ନିଜର ଉତ୍ପାଦନ ମଧ୍ୟ ହ୍ରାସ କରିଛି। ଗତ ୧୦ ମାସ ଧରି ଅଟୋ ଶିଳ୍ପରେ ଏଭଳି ସ୍ଥିତି ଜାରି ରହିଛି। ଅଗଷ୍ଟ ମାସରେ ବିଭିନ୍ନ ଯାନବାହନ ବିକ୍ରିରେ ୨୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅଟୋ ଶିଳ୍ପ ପକ୍ଷରୁ ଜିଏସ୍‌ଟିକୁ ୨୮ରୁ ୧୮ ପ୍ରତିଶତକୁ କମ୍‌ କରାଇବା ପାଇଁ ଦାବି ହୋଇଛି। ସେପ୍ଟେମ୍ବର ୨୦ରେ ଗୋଆରେ ଜିଏସ୍‌ଟି କାଉନସେଲିଂ ବୈଠକ ହେବ। ଏହାକୁ ଉତ୍ସୁକତାର ସହିତ ଅଟୋ ଶିଳ୍ପଗୁଡ଼ିକ ଅପେକ୍ଷା କରିଛନ୍ତି। ଯଦି ଏଥିରେ ଜିଏସ୍‌ଟି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଏ ତେବେ ଅଟୋ ଶିଳ୍ପ ପାଇଁ ଏହା ଉପଯୋଗୀ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନ୍ଦାବସ୍ଥା ଲାଗି ବିମୁଦ୍ରୀକରଣ, ଜିଏସ୍‌ଟି ଦାୟୀ:ମନମୋହନ

ନୂଆଦିଲ୍ଲୀ,୧୩-୯: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ବିମୁଦ୍ରୀକରଣ ଓ ତରବରିଆ ଭାବେ ଲାଗୁ କରାଯାଇଥିବା ଜିଏସ୍‌ଟି ଦାୟୀ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ...

ଟ୍ରେଡ୍‌ ଓ୍ବାର୍‌ ଘନୀଭୁତ;ଚାଇନା ସାମଗ୍ରୀରୁ ୧୦% ଚାର୍ଜ ଆଦାୟ କରିବ ଆମେରିକା

ଓ୍ବାଶିଂଟନ,୩-୮: ଚାଇନାରୁ ଆସୁଥିବା ଅତିରିକ୍ତ ୩୦୦ ବିଲିୟନ ଡଲାର(୨୧ ଲକ୍ଷ କୋଟି ଟଙ୍କା) ସାମଗ୍ରୀ ଉପରେ ଆମେରିକା ସେପ୍ଟେମ୍ବର ପହିଲାରୁ ୧୦ ପ୍ରତିଶତ ଚାର୍ଜ(ଇମ୍ପୋର୍ଟ ଟାରିଫ)...

ଛୋଟ କାର୍‌ରେ ୨ ଏୟାର ବ୍ୟାଗ୍‌ କାହିଁକି

ନୂଆଦିଲ୍ଲୀ,୨୦।୯:  ବଡ କାର୍‌ଗୁଡିକରେ ୮ ଏୟାରବ୍ୟାଗ୍‌ ରହିଛି। ମାତ୍ର ଛୋଟ କାରଗୁଡିକରେ ୨ଟି ଏୟାରବ୍ୟାଗ ଥିବାରୁ ଏହାକୁ ନେଇ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ...

ଫୋନ୍‌ପେରେ ହେବ ଟିକସ ଫାଇଲିଂ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ପ୍ଲାଟ୍‌ଫର୍ମ ଫୋନ୍‌ପେ ସହିତ ପ୍ରମୁଖ ଅନ୍‌ଲାଇନ ଟ୍ୟାକ୍ସ ଫାଇଲ ପ୍ଲାଟ୍‌ଫର୍ମ ଟ୍ୟାକ୍ସ ଟୁ ଓ୍ବିନ୍‌ ସହିତ ସହବନ୍ଧିତ ହୋଇଛି।...

ବିକ୍ରିହେବ କିଶୋର ବିୟାନୀଙ୍କ ବୀମା କମ୍ପାନୀ

ନୂଆଦିଲ୍ଲୀ,୧।୯: ଫ୍ଲିପ୍‌କାର୍ଟର ସହ ପ୍ରତିଷ୍ଠାତା ସଚିନ ବଂଶଲ ଫ୍ୟୁଚର ଗ୍ରୁପ୍‌ର ବୀମା କମ୍ପାନୀ ଫ୍ୟୁଚର ଜେନେରାଲି ଇଣ୍ଡିଆ ଲାଇଫ ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌କୁ କିଣିବାକୁ ଯାଉଛନ୍ତି। ଏହି...

ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୫।୩: ସୋମବାର ଏବଂ ମଙ୍ଗଳବାର ୨ ଦିନ ସାରା ଦେଶରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇପାରେ। ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ଦେଶବ୍ୟାପୀ...

କେନ୍ଦ୍ର ସରକାରଙ୍କ ପରେ ନବୀନଙ୍କ ଦୀପାବଳି ଉପହାର; ତେଲ ଉପରୁ କମାଇଲେ ୩ ଟଙ୍କା ଭାଟ୍‌

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଦୀପାବଳିରେ ରାଜ୍ୟ ସରକାରଙ୍କ ଭେଟି। କେନ୍ଦ୍ର ସରକାରଙ୍କ ପରେ ଏବେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ବୁଧବାର...

କଟକଣା ଜାରି କଲା ସେବି

ନୂଆଦିଲ୍ଲୀ,୧୩।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି) ପକ୍ଷରୁ ନିକଟରେ ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୩ ସଦସ୍ୟଙ୍କ...

Advertisement
Archives

Model This Week