ଦେଶରେ ବୀମା ପେନିଟ୍ରେଶନ ଜିଡିପିର ୦.୯% : ଏସ୍‌ବିଆଇ ଜେନେରାଲ ଏମ୍‌ଡି

ଭୁବନେଶ୍ୱର,୧-୬: ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ,ଅଣ ଜୀବନ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ ବଜାରର ବୀମା ପେନିଟ୍ରେଶନ ମୋଟ ଜିଡିପିର ୦.୯% ରହିଛି। ଏହା ଅନ୍ୟ ଅଭିବୃଦ୍ଧିଶୀଳ ବଜାର ତୁଳନାରେ ନଗନ୍ୟ। ଭାରତ ତୁଳନାରେ ଏହି ଦେଶଗୁଡିକ ବୀମା ଗ୍ରହଣରେ ୧.୫% ରୁ ୨% ଗୁଣା ଆଗୁଆ ରହିଛନ୍ତି ବୋଲି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଏସ୍‌ବିଆଇ ଜେନେରାଲର ଏମ୍‌ଡି ତଥା ସିଇଓ ପୁଷନ ମହାପାତ୍ର ସୂଚନା ଦେଇଛନ୍ତି। ବୀମାର ପ୍ରକୃତ ଗୁରୁତ୍ୱକୁ ଲୋକମାନେ ବୁଝିବାର ଆବଶ୍ୟକତା ରହିଥିବା ସେ ମତ ରଖିଛନ୍ତି। ଦେଶରେ ଏହି ଧାରାରେ ପରିବର୍ତ୍ତନ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟକ୍ରମ ଜାରି ରହିଥିବା ସେ କହିଛନ୍ତି। ଏହା ତ୍ୱରିତ ଭିତ୍ତିରେ ବଢିବାକୁ ନ ଥିବା ବେଳେ ଏଥି ଲାଗି ନିରନ୍ତର ପ୍ରୟାସ କରିବାକୁ ହେବ । ସେହିଭଳି ବିତରଣ ନେଟଓ୍ବର୍କ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ନିକଟରେ ଓଡ଼ିଶାରେ ହୋଇଥିବା ବାତ୍ୟା ଫନୀରେ ଗ୍ରାହକଙ୍କ ଲାଗି ଏସ୍‌ବିଆଇ ଜେନେରାଲ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ମତ ରଖିଛନ୍ତି। କମ୍ପାନୀ ମୋଟ ୧୧୬୧ ବୀମା ଦାବି ଗ୍ରହଣ କରିଛି। ଏହି ଦାବିଗୁଡିକର ମୋଟ ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କା ରହିଥିବା ବେଳେ ୭୦୨ କ୍ଲେମ ବା ୬୬% ଦାବି ସମାଧାନ ଲାଗି ପଦକ୍ଷେପ ନିଆଯାଇଛି। ସାମାଧାନର ହାରାହାରି ସମୟ ୮ ଦିନ ରହିଛି। ସେହିଭଳି ବାତ୍ୟା ପ୍ରଭାବିତ ଲୋକଙ୍କ ଲାଗି କାଗଜପତ୍ର କ୍ଷେତ୍ରରେ କୋହଳ ବ୍ୟବସ୍ଥା କରାଯାଇଛି। ଗ୍ରାହକଙ୍କ ପାଖକୁ ୧୩.୩ କୋଟି ଏବଂ କ୍ଷତିଗ୍ରସ୍ତ ସମ୍ପତ୍ତିର ମରାମତି ତଥା ଉନ୍ନତୀକରଣ ଲାଗି ୩ କୋଟି ଟଙ୍କାର ଅନ୍ତରୀଣ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟରେ କମ୍ପାନୀର ୫ଟି ଶାଖା ରହିଛି। ଏହି ସମୟରେ କମ୍ପାନୀ ରାଜ୍ୟରେ ୯୯ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରିଛି। ମୋଟ ପ୍ରିମିୟମ ମଧ୍ୟରେ ମୋଟର ବୀମାର ଅଂଶ ୪୦% ରହିଥିବା ବେଳେ ଫାୟାର ୨୦%, ଜିପିଏ ୧୭% ଓ ସ୍ବାସ୍ଥ୍ୟ ୧୯% ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri