ଦେଶରେ ବୀମା ପେନିଟ୍ରେଶନ ଜିଡିପିର ୦.୯% : ଏସ୍‌ବିଆଇ ଜେନେରାଲ ଏମ୍‌ଡି

ଭୁବନେଶ୍ୱର,୧-୬: ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ,ଅଣ ଜୀବନ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ ବଜାରର ବୀମା ପେନିଟ୍ରେଶନ ମୋଟ ଜିଡିପିର ୦.୯% ରହିଛି। ଏହା ଅନ୍ୟ ଅଭିବୃଦ୍ଧିଶୀଳ ବଜାର ତୁଳନାରେ ନଗନ୍ୟ। ଭାରତ ତୁଳନାରେ ଏହି ଦେଶଗୁଡିକ ବୀମା ଗ୍ରହଣରେ ୧.୫% ରୁ ୨% ଗୁଣା ଆଗୁଆ ରହିଛନ୍ତି ବୋଲି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଏସ୍‌ବିଆଇ ଜେନେରାଲର ଏମ୍‌ଡି ତଥା ସିଇଓ ପୁଷନ ମହାପାତ୍ର ସୂଚନା ଦେଇଛନ୍ତି। ବୀମାର ପ୍ରକୃତ ଗୁରୁତ୍ୱକୁ ଲୋକମାନେ ବୁଝିବାର ଆବଶ୍ୟକତା ରହିଥିବା ସେ ମତ ରଖିଛନ୍ତି। ଦେଶରେ ଏହି ଧାରାରେ ପରିବର୍ତ୍ତନ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟକ୍ରମ ଜାରି ରହିଥିବା ସେ କହିଛନ୍ତି। ଏହା ତ୍ୱରିତ ଭିତ୍ତିରେ ବଢିବାକୁ ନ ଥିବା ବେଳେ ଏଥି ଲାଗି ନିରନ୍ତର ପ୍ରୟାସ କରିବାକୁ ହେବ । ସେହିଭଳି ବିତରଣ ନେଟଓ୍ବର୍କ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ନିକଟରେ ଓଡ଼ିଶାରେ ହୋଇଥିବା ବାତ୍ୟା ଫନୀରେ ଗ୍ରାହକଙ୍କ ଲାଗି ଏସ୍‌ବିଆଇ ଜେନେରାଲ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ମତ ରଖିଛନ୍ତି। କମ୍ପାନୀ ମୋଟ ୧୧୬୧ ବୀମା ଦାବି ଗ୍ରହଣ କରିଛି। ଏହି ଦାବିଗୁଡିକର ମୋଟ ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କା ରହିଥିବା ବେଳେ ୭୦୨ କ୍ଲେମ ବା ୬୬% ଦାବି ସମାଧାନ ଲାଗି ପଦକ୍ଷେପ ନିଆଯାଇଛି। ସାମାଧାନର ହାରାହାରି ସମୟ ୮ ଦିନ ରହିଛି। ସେହିଭଳି ବାତ୍ୟା ପ୍ରଭାବିତ ଲୋକଙ୍କ ଲାଗି କାଗଜପତ୍ର କ୍ଷେତ୍ରରେ କୋହଳ ବ୍ୟବସ୍ଥା କରାଯାଇଛି। ଗ୍ରାହକଙ୍କ ପାଖକୁ ୧୩.୩ କୋଟି ଏବଂ କ୍ଷତିଗ୍ରସ୍ତ ସମ୍ପତ୍ତିର ମରାମତି ତଥା ଉନ୍ନତୀକରଣ ଲାଗି ୩ କୋଟି ଟଙ୍କାର ଅନ୍ତରୀଣ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟରେ କମ୍ପାନୀର ୫ଟି ଶାଖା ରହିଛି। ଏହି ସମୟରେ କମ୍ପାନୀ ରାଜ୍ୟରେ ୯୯ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରିଛି। ମୋଟ ପ୍ରିମିୟମ ମଧ୍ୟରେ ମୋଟର ବୀମାର ଅଂଶ ୪୦% ରହିଥିବା ବେଳେ ଫାୟାର ୨୦%, ଜିପିଏ ୧୭% ଓ ସ୍ବାସ୍ଥ୍ୟ ୧୯% ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରୁ ୯କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୯।୮: ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ...

ଆଲିଆ ମାଲାବାରର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୯।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ...

ସରକାରୀ ବାସଭବନ ଛାଡ଼ିବେ ଏୟାର ଇଣ୍ଡିଆ କର୍ମଚାରୀ, ଜୁଲାଇ ୨୬ ପର୍ଯ୍ୟନ୍ତ ସମୟ…

ନୂଆଦିଲ୍ଲୀ, ୨୪।୫ : ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଶୀଘ୍ର ସେମାନଙ୍କର ସରକାରୀ ବାସଭବନ ଖାଲି କରିବାକୁ ପଡିପାରେ। ଏକ ସରକାରୀ ତଥ୍ୟ ଅନୁଯାୟୀ, ଟାଟା ଗ୍ରୁପ...

ଦେଶର ମୁଣ୍ଡପିଛା ଆୟ ୧୦,୫୩୪ ଟଙ୍କା

ନୂଆଦିଲ୍ଲୀ,୧।୬: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ମୁଣ୍ଡପିଛା ଆୟ ୧୦ ପ୍ରତିଶତ ବୃଦ୍ଧି ପାଇ ମାସକୁ ୧୦,୫୩୪ ଟଙ୍କା ହୋଇଛି। ଶୁକ୍ରବାର ଜାରି...

ଭାକ୍‌ସିନ ଆଶା: ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଭାକ୍‌ସିନ ଆଶାରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) କାରବାର ଏହି...

ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ...

ବଜାରରେ ରେନୋର ଅପ୍‌ଗ୍ରେଡ୍‌ ରେଞ୍ଜ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଏହାର କାଇଗର, ଟ୍ରାଇବର, କ୍ୱିଡ୍‌ ଭଳି ରେଞ୍ଜ ଯାନକୁ ସମ୍ପୂର୍ଣ୍ଣ ଅପ୍‌ଗ୍ରେଡ୍‌ କରାଯାଇଛି। ଏପରିକି...

ଜନଧନ ଜମା ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୧୧-୭: ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡିକରେ ଜମା ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ଯୋଜନା ୫ ବର୍ଷ ତଳେ ଆରମ୍ଭ କରାଯାଇଥିଲା।...

Advertisement
Archives

Model This Week