ଦେଶରେ ପହଞ୍ଚତ୍ବା ମାତ୍ରେ ଏନ୍‌ଆର୍‌ଆଇଙ୍କୁ ମିଳିବ ଆଧାର

ନୂଆଦିଲ୍ଲୀ,୨୪-୯: ବୈଧ ପାସ୍‌ପୋର୍ଟ ଜରିଆରେ ଦେଶରେ ପାଦ ଦେବା ମାତ୍ରେ ପ୍ରବାସୀ ଭାରତୀୟ ଆଧାର ପାଇଁ ଏଣିକି ଆବେଦନ କରିପାରିବେ। ସେମାନଙ୍କୁ ଆଉ ୧୮୨ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ ଆଧାର ଜାରି କରୁଥିବା ସଂସ୍ଥା ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି ଯେ, ଆଧାର ଲାଗି ଦାଖଲ କରିବାକୁ ଥିବା ଫର୍ମରେ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ। ଏନ୍‌ଆର୍‌ଆଇମାନେ ଭାରତରେ ପହଞ୍ଚତ୍ବା କ୍ଷଣି ପୂର୍ବରୁ ସାକ୍ଷାତ୍‌କାର ସମୟ ନେଇ ଆଧାର ପାଇଁ ଆବେଦନ କରିପାରିବେ। ପରିଚୟ, ଠିକଣା ଓ ଜନ୍ମ ସଂକ୍ରାନ୍ତୀୟ ତଥ୍ୟର ପ୍ରମାଣ ଭାବେ ବୈଧ ପାସ୍‌ପୋର୍ଟକୁ ଗ୍ରହଣ କରାଯିବ। ତେବେ ଭାରତୀୟ ଠିକଣା ନ ଥିଲେ ଏନ୍‌ଆର୍‌ଆଇମାନେ ୟୁଆଇଡିଏଆଇ ଦ୍ୱାରା ଅନୁମୋଦିତ ଅନ୍ୟ ଯେକୌଣସି ପରିଚୟପତ୍ର ଦେଖାଇପାରିବେ ବୋଲି ସର୍କୁଲାରରେ କୁହାଯାଇଛି। ସୂଚନାଥାଉ କି, ବୈଧ ଭାରତୀୟ ପାସ୍‌ପୋର୍ଟ ଥିବା ଏନ୍‌ଆର୍‌ଆଇଙ୍କୁ ଦେଶରେ ପହଞ୍ଚତ୍ବା ମାତ୍ରେ ଆଧାର ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତବର୍ଷ ଜୁଲାଇ ୫ରେ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଇଏମ୍‌ଏଲ୍‌ର ୨୬% ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୪।୧: ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାରତ ଆର୍ଥ ମୁଭର୍ସ ଲିମିଟେଡ(ବିଇଏମ୍‌ଏଲ୍‌)ରୁ ୨୬% ଅଂଶଧନ ବିକ୍ରି ହେବ। ସେହିଭଳି ସରକାର ଏହି କମ୍ପାନୀର ପରିଚାଳନା ଏବଂ...

ଓୟୋ ବ୍ୟାଙ୍କରପ୍ସି ଫାଇଲିଂ କରିନାହିଁ: ରିତେଶ

ନୂଆଦିଲ୍ଲୀ:  ଓୟୋ ରୁମ୍ସ ଦେବାଳିଆ ହେବା ଫଳରେ ବ୍ୟାଙ୍କ୍ରପ୍ସି ଫାଇଲିଂ କରିଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ନେଇ କମ୍ପାନୀର ପ୍ରତିଷ୍ଠାତା ରିତେଶ...

ବନ୍ଦ ହୋଇପାରେ ୪୦% ଟ୍ରାଭେଲ-ଟୁରିଜମ୍‌ ସଂସ୍ଥା

ନୂଆଦିଲ୍ଲୀ,୨୬।୫: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପର୍ଯ୍ୟାୟ ପରେ ପର୍ଯ୍ୟାୟ ଲକ୍‌ଡାଉନ ବୃଦ୍ଧି କରୁଛନ୍ତି। କୋଭିଡ୍‌-୧୯ ଦେଶର ସବୁ ଶ୍ରେଣୀ ଓ...

ନିବେଶକଙ୍କ ୨.୮୭ଲକ୍ଷ କୋଟି ଲାଭ

ମୁମ୍ବାଇ,୨୪-୫: ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ଖୁସିରେ ଗୁରୁବାର ପୂର୍ବାହ୍ନରେ ଷ୍ଟକ୍‌ ମାର୍କେଟରେ ସେନ୍‌ସେକ୍ସ ୪୦ ହଜାର ଏବଂ ନିଫ୍ଟି ୧୨ ହଜାର ପଏଣ୍ଟ...

ହଜାରେ କର୍ମଚାରୀଙ୍କୁ ଛଟେଇ କରିବ ଏମିରେଟ୍ସ

ନୂଆଦିଲ୍ଲୀ,୧୧।୬: କରୋନା ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ବୃହତ୍‌ ପରିମାଣର ଛଟେଇ ହୋଇଥିବା ବେଳେ ଅନେକଙ୍କ ଚାକିରି ଉପରେ ସଙ୍କଟ...

‘ପ୍ରଗତି’ ଆଜି ଘରେ ଘରେ: ପ୍ରଦୋଷ କୁମାର ରାଉତ

ଏକ ଛୋଟ କୁକୁଡ଼ା ଫାର୍ମରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେ ରାଜ୍ୟର ଏକ ପ୍ରମୁଖ ଘରୋଇ ଦୁଗ୍ଧ ପ୍ରକ୍ରିୟାକରଣ ଉଦ୍ୟୋଗ ‘ପ୍ରଗତି...

୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର...

ଫ୍ଲାଇଂ ଟ୍ୟାକ୍ସି ବ୍ୟବସାୟ କରିବ ଏୟାରଏସିଆ

ନୂଆଦିଲ୍ଲୀ : ମ୍ୟାଲେସିଆର ଏୟାରଲାଇନ୍ସ ଏୟାରଏସିଆ ଗ୍ରୁପ୍‌ ବିଏଚ୍‌ଡି ଆସନ୍ତା ବର୍ଷ ଫ୍ଲାଇଂ ଟ୍ୟାକ୍ସି ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛି। କମ୍ପାନୀର ମୁଖ୍ୟ...

Advertisement
Archives

Model This Week