Posted inଜାତୀୟ

ଦେଶରେ ଥମୁନି ଲଜ୍ଜା

ନୂଆଦିଲ୍ଲୀ,୨ା୧୨: ଦୁଇବର୍ଷ ବିଳମ୍ବ ପରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଗତ ଅକ୍ଟୋବର ୨୮ରେ ପ୍ରକାଶ ପାଇଥିଲା ଭାରତର ବାର୍ଷିକ ଅପରାଧ ରିପୋର୍ଟ-୨୦୧୭। ଉକ୍ତ ରିପୋର୍ଟ ଅନୁସାରେ ୨୦୧୭ରେ ମୋଟ ୩,୫୯,୮୪୯ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୩.୩୮ ଲକ୍ଷ ଥିବାବେଳେ ୨୦୧୫ରେ ଥିଲା ୩.୨ ଲକ୍ଷ। ଅର୍ଥାତ୍‌ ମହିଳାଙ୍କୁ ବଳାତ୍କାର, ହତ୍ୟା, ଅପହରଣ, ଯୌତୁକ ନିର୍ଯାତନା, ଏସିଡ୍‌ ଆକ୍ରମଣ ଓ ଆମତ୍ହତ୍ୟା ପାଇଁ ଉସୁକାଇବା ଭଳି ଜଘନ୍ୟ କାଣ୍ଡ ଦେଶରେ ବଢ଼ିବାରେ ଲାଗିଛି। ୨୦୧୭ରେ ରୁଜୁ ହୋଇଥିବା ମୋଟ ବଳାତ୍କାର ମାମଲା ସଂଖ୍ୟା ହେଉଛି ୩୨,୫୫୯। ସେଥିରୁ ୯୩.୧% ମାମଲାରେ ପୀଡ଼ିତା ନିଜ ବନ୍ଧୁ ସମ୍ପର୍କୀୟ, ପରିବାର ସଦସ୍ୟଙ୍କ ଭଳି ଜଣାଶୁଣା ଲୋକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ୨୦୧୯ ଶେଷ ହେବାକୁ ଯାଉଥିବାବେଳେ ଚଳିତ ବର୍ଷର ଅପରାଧ ପରିସଂଖ୍ୟାନ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବାକୁ ହୁଏତ ଆଉ ଦୁଇବର୍ଷ ଲାଗିଯାଇପାରେ। ତେବେ ସମ୍ପ୍ରତି ଘଟୁଥିବା ମହିଳା ବିରୋଧୀ ଅପରାଧ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି।
୨୦୧୨ ଡିସେମ୍ବର ୧୬। ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ପାରା ମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଗଣବଳାତ୍କାର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ସେବେଠୁ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ଦେବା ପାଇଁ ଅନେକ ଆଇନ ପ୍ରଣୟନ ହେଲାଣି। ହେଲେ ସେହି ଛାତିଥରା ଘଟଣାର ୭ ବର୍ଷ ପରେ ବି ଦଣ୍ଡ ପାଇନାହାନ୍ତି ନିର୍ଭୟାଙ୍କ ଦୋଷୀ। ସମ୍ଭବତଃ ଏଇଥିପାଇଁ ଦେଶରେ ଲଜ୍ଜା ଥମୁନାହିଁ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରନ୍ତି। ବୁଧବାର ରାତିରେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ପରେ ହତ୍ୟା ଓ ତାଙ୍କ ମୃତଦେହକୁ ପୋଡ଼ିଦିଆଯିବା ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଏହାସହ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଳାତ୍କାର ମାମଲା।
କୋଏମ୍ବାଟୁରସ୍ଥିତ ଈଶ୍ୱର ନଗର ପାର୍କରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ୧୭ତମ ଜନ୍ମଦିନରେ ତାଙ୍କର ବୟଫ୍ରେଣ୍ଡଙ୍କ ସମେତ ୬ ଜଣ ଏଭଳି ବର୍ବରତାର ସୀମା ଲଂଘିଛନ୍ତି। କେବଳ ଏତିକି ନୁହେଁ, ବଳାତ୍କାର ବେଳ ଦୃଶ୍ୟର ଭିଡିଓ ଶୁଟିଂ କରିବାକୁ ମଧ୍ୟ ପଛାଇ ନାହାନ୍ତି। ନଭେମ୍ବର ୨୬ରେ ଏହି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗତ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତମାନଙ୍କ ବୟସ ୨୨ରୁ ୩୦ ବର୍ଷ ମଧ୍ୟରେ। ସେହିପରି ରାଜସ୍ଥାନସ୍ଥିତ ଟୋଙ୍କ୍‌ ଜିଲାର ଜଣେ ୬ ବର୍ଷର ଝିଅ ଶନିବାର ନିଖୋଜ ହୋଇଯାଇଥିଲେ। ରବିବାର ତାଙ୍କର ମୃତଦେହ ମିଳିଛି। କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବା ପାଇଁ ଯାଇଥିବା ଛାତ୍ରୀଙ୍କୁ ବଳାତ୍କାର ପରେ ତାଙ୍କ ସ୍କୁଲ ବେଲ୍ଟରେ ତଣ୍ଟିକୁ ଭିଡ଼ି ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳକୁ କେତେକ ମଦ ବୋତଲ ଓ ସ୍ନାକ୍ସ୍‌ ଜବତ କରିଛି। ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ସେହିପରି ଦିଲ୍ଲୀର ଗୁଲାବୀ ବାଗ୍‌ରେ ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିବା ପରେ ତଣ୍ଟିଚିପି ହତ୍ୟା କରିଛନ୍ତି। ୨୨ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ସେ ଏକ ପୂଜା ସାମଗ୍ରୀ ଦୋକାନ ଦେଇଥିଲେ। ଯୁବକଙ୍କ ସହ ତାଙ୍କର ବିବାଦ ହେବାରୁ ମହିଳା ତାଙ୍କ ମୁହଁରେ ଛେପ ପକାଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ମହିଳାଙ୍କୁ ବଳାତ୍କାର କରି ଶେଷରେ ଜୀବନ ନେଇଯାଇଥିବା ଡେପୁଟି ପୋଲିସ କମିଶନର (ଉତ୍ତର) ମୋନିକା ଭରଦ୍ୱାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ରାହୁଲ

ଭୋପାଳ, ୨୫।୧୦: ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଅସନ୍ତୁଷ୍ଟ ବିଧାୟକ ରାହୁଲ ଲୋଧୀ ରବିବାର କଂଗ୍ରେସ ଛାଡ଼ି...

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା: ୪୧ ଆହତ

ଉନ୍ନାଓ,୧୭।୬: ଉତ୍ତରପ୍ରଦେଶର ଉନ୍ନାଓର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଥିବା...

ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଆସାମ ମୁଖ୍ୟମନ୍ତ୍ରୀ

ଦିସପୁର,୧୫।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ଅଧିକାଂଶ ରାଜ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି କରିବା ସପକ୍ଷରେ ରହିଥିବା ଜଣାପଡିଛି। ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ...

ସନ୍ନି ଦେଓଲଙ୍କୁ ୱାଇ କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ,୧୭ ।୧୨: ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ଦେଖି ଭାରତୀୟ ଜନତା ପାର୍ଟି(ଭଜାପା) ଏମ୍‌ପି ତଥା ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ସୁରକ୍ଷାକୁ ବଢାଇ...

ଗଙ୍ଗାରେ ବୁଡିଲା ଡଙ୍ଗା

ବାରାଣସୀ,୨୩।୫: ଉତ୍ତର ପ୍ରଦେଶର ବାରାଣସୀରେ ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗା ନଦୀର ପ୍ରଭୁ ଘାଟରେ ସୋମବାର ଏକ ଡଙ୍ଗା ବୁଡିଯାଇଛି। ଏଥିରେ ୬ ଜଣ...

ଦେହରେ ଲାଗିଲା ୧୭ ଗୁଳି: ତେବେ ବି ଏହି ଯବାନଙ୍କ ଯୋଗୁ ଟାଇଗର ହିଲ୍‌ରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ, ୫।୭: କାରଗିଲ୍‌ର ଟାଇଗର ହିଲ୍‌କୁ ୨୧ ବର୍ଷ ତଳେ ଭାରତ ନିଜ ଅଧିନକୁ ଆଣିଥିଲା। ୧୯୯୯ରେ ଜୁଲାଇ ୫ରେ ପରମବୀର ଚକ୍ର ବିଜେତା ସୁବେଦାର...

ହିମାଚଳ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଶିମଲା,୧୨।୧୦: କରୋନା ଭାଇରସ୍‌ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ହଜାର ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ହିମାଚଳ ପ୍ରଦେଶ...

ସିବିଏସ୍‌ଇ ପରୀକ୍ଷା ବାତିଲ କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି ମହାମାରୀ ଯୋଗୁ ପୁଣି ଥରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀରେ...

Advertisement
Archives

Model This Week