ଦେଶରେ ଅଖଣ୍ଡତା, ସାର୍ବଭୌମକୁ ଅକ୍ଷୁଣ୍ଣ ରଖିବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଷ୍ଟାଡିୟମ ସନ୍ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ନାଏକ ଦେଶର ଅଖଣ୍ଡତା ଓ ସାର୍ବଭୌମକୁ ଅକ୍ଷୁଣ୍ଣ ରଖିବାକୁ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ। ପାଟଣା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡିଓ ପ୍ରଫୁଲ କୁମାର ନାଏକ, ବିଇଓ ପୂର୍ଣ୍ଣଚନ୍ଦ୍ର ଓମାତ, ଜିଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାନ୍ତ୍ୱନା ଦାସ, ପାର୍ଥସାରଥୀ ବେଜ୍‌, କମଳାକାନ୍ତ ପତି, ଶାନ୍ତନୁ କୁମାର ସାହୁ, ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ପରିଚାଳନା ଓ ସଂଯୋଜନା କରିଥିଲେ। ପରେଡ୍‌କୁ କ୍ରୀଡ଼ା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀଧର ମହାନ୍ତ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟନ୍ତ କୁମାର ମହାନ୍ତ, ମନୋରଞ୍ଜନ ମହାନ୍ତ, ଶିକ୍ଷକ ସାରଥ ନାଏକ, ଗନ୍ଧର୍ବ ରାଜ ମିଶ୍ର, ପ୍ରମୋଦ କୁମାର ଭଞ୍ଜ ଦେଓ ଓ ହରପ୍ରିୟା ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପାଟଣା ତହସିଲରେ ତହସିଲଦାର ଶିବପ୍ରସାଦ ମୁର୍ମୁ,ପାଟଣା ଥାନାରେ ଥାନାଧିକାରୀ ପୁଷ୍ପାଞ୍ଜଳି ସାମନ୍ତରାୟ, ସ୍ଥାନୀୟ ମହାବିଦ୍ୟାଳୟରେ ବିଧାୟକ ଜଗନ୍ନାଥ ନାଏକ,ସରସ୍ବତୀ ଶିଶୁ ବିଦ୍ୟମନ୍ଦିରସ୍‌ରେ ସାମାଜିକ କର୍ମୀ ବିବେକାନନ୍ଦ ଦାଶ, ମୁକ୍ତି ତୀର୍ଥ କ୍ଲବ, ସ୍ବାମରେ ବୀରକିଶୋର ଦାଶ, ରେଞ୍ଜ କାର୍ଯ୍ୟାଳୟରେ ପବିତ୍ରମୋହନ ନାଏକ, ଅଗ୍ନିଶମ କାର୍ଯ୍ୟାଳୟରେ ମନୋରଞ୍ଜନ ମହାନ୍ତ ଓ ଡାକ୍ତରଖାନାରେ ଡ. ସୁପ୍ରକାଶ ଶତପଥୀ ପତାକା ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କ ବନକଲାଗି ନୀତି: ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ,୨୯।୧୧: ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀମୁଖ ଶୃଙ୍ଖାର କରିବେ । ଏ ନେଇ ସା ୫ଟାରୁ ରାତି...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି...

କଞ୍ଚା କଦଳୀରେ ମାଛର ସ୍ବାଦ

କେନ୍ଦ୍ରାପଡ଼ା, ୨୯।୧୧ (ଜଗନ୍ନାଥ ଧଳ): କଞ୍ଚା କଦଳୀରେ ମାଛ, ପନିରରେ ଅଣ୍ଡା, ସୋୟାବଢ଼ିରେ ମଟନ, ଚିକେନର ସ୍ବାଦକୁ କେନ୍ଦ୍ରାପଡ଼ା ସହରବାସୀ ମଙ୍ଗଳବାର ଚାଖିଛନ୍ତି। ଏପରି ନିରାମିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri