ଦେବୀ ନଦୀରେ ବନ୍ୟାଜଳ :ବାଉରିଆକଣରେ ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ, ଲୋକେ ଆତଙ୍କିତ

କାକଟପୁର,୧୫ା୮(ଡି.ଏନ୍‌.ଏ.): ଦେବୀ ନଦୀରେ ବନ୍ୟାଜଳ ବୁଧବାରଠାରୁ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗୁରୁବାର ପ୍ରାୟ ୨ଟାରେ ବନ୍ୟାଜଳ ବାଉରିଆକଣଠାରେ ବିପଦସଙ୍କେତ ଟପି ପ୍ରବାହିତ ହେଉଥିବାରୁ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବାଉରିଆକଣଠାରେ ବିପଦସଙ୍କେତସ୍ତର ୪.୯୩ ମିଟର ରହିଥିବାବେଳେ ଏଠାରେ ବନ୍ୟାଜଳ ୫.୨୦ ମିଟରରେ ପ୍ରବାହିତ ହେଉଥିବା ଜଣାପଡ଼ିଛି। ଗୁରୁବାର ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ର ଅଶାନ୍ତ ରହିଛି। ଦେବୀନଦୀ ମୁହାଣଠାରେ ବନ୍ୟାଜନ ଠିକ୍‌ଭାବେ ସମୁଦ୍ରକୁ ନିଷ୍କାସନ ହୋଇପାରୁ ନାହିଁ। ଅପରପକ୍ଷରେ ଉପରମୁଣ୍ଡରେ ଅଧିକ ବର୍ଷା କାରଣରୁ ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌ ଖୋଲାଯାଇଛି।
ଏଣୁ ଦେବୀନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ ବିଶ୍ୱାଳ, କନିଷ୍ଠଯନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ନଦୀବନ୍ଧର ଦୁର୍ବଳସ୍ଥାନ ବୁଲି ଦେଖିବା ସହିତ ବାଲିବସ୍ତା, ବଲ୍ଲା ପ୍ରଭୃତି ମହଜୁଦରଖି ପାଟ୍ରୋଲିଂ ଜାରି ରଖିଛନ୍ତି। ବନ୍ୟା ଜଳ ନଦୀ ଦେଇ ସମୁଦ୍ରକୁ ଯେପରି ସୁଚାରୁରୂପେ ପ୍ରବାହିତ ହୋଇଯିବ ସେ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ଉପନିର୍ବାହୀଯନ୍ତ୍ରୀ କହିଛନ୍ତି। ତେବେ ସମ୍ଭାବ୍ୟ ବନ୍ୟା ଆଶଙ୍କାରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଖଣିଜ ସମ୍ପଦ ଲୁଟ୍‌ ନେଇ ଜିଲାପାଳଙ୍କୁ ଭେଟିଲା ଭାଜପା

ବାରିପଦା ଅଫିସ, ୧୦ା୬- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ସମ୍ପଦ ଭରପୁର ଥିବା ବେଳେ ଏହାର ଠିକ୍‌ ଭାବରେ ଉପଯୋଗ କରା ନ...

ଯୁବଚିତ୍ରକାରଙ୍କ କାନ୍‌ଭାସରେ ଅରିନ୍ଦମ ଦାସ

ପାଟଣା,୨୬।୯(ସ୍ବ. ପ୍ର.): କଟକ ମୁଣ୍ଡଳି ଜଳସ୍ରୋତରେ ଫସି ରହିଥିବା ହାତୀର ଖବର ସଂଗ୍ରହକୁ ଯାଇ ଖବର ପାଲଟି ଯାଇଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ...

ଜିଲା ଚିକିତ୍ସାଳୟ ଦୁର୍ନୀତି ମାମଲା:ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ କର୍ମଚାରୀ

ଢେଙ୍କାନାଳ ଅଫିସ, ୪।୬ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଦୁର୍ନୀତି ମାମଲାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି...

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ କଟକ ବାଲିଯାତ୍ରା

କଟକ ଅଫିସ, ୧୫ା୧୧: ୩୫ ମିନିଟ୍‌ରେ ୨୨,୪୭୩ କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍‌ ଓ୍ବାଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି କଟକ ବାଲିଯାତ୍ରା। ଐତିହାସିକ କଟକ...

ବୁଗୁଡ଼ାବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ

ବୁଗୁଡ଼ା,୩୧ା୭(ଡି.ଏନ୍‌.ଏ.): ଗଞ୍ଜାମର ବୁଗୁଡ଼ା ସହରରେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ବୁଗୁଡ଼ା...

ବଗଲା ଧର୍ମଶାଳା ଜମି ଆବଣ୍ଟନକୁ ନେଇ କେଁ

ପୁରୀ ଅଫିସ, ୨୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ଯୋଗୁ ଜମି ହରାଇଥିବା ନିଯୋଗ, ଭବନ ଏବଂ ଲଜ୍‌ ମାଲିକଙ୍କୁ ବଡ଼ଦାଣ୍ଡସ୍ଥିତ ବଗଲା ଧର୍ମଶାଳା ଜମିରେ ଥଇଥାନ...

ଆଜିଠୁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୧।୧୧: ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପର୍ଯ୍ୟଟକମାନେ ଆଜି ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ୍‌ ଏବଂ...

ଶତାୟୁ ସ୍ବାଧୀନତା ସଂଗ୍ରାମୀ ବୀରଭଦ୍ର ଆଚାରୀଙ୍କ ପରଲୋକ

ଓଡ଼ଗାଁ,୧୯।୭(ସ୍ବ.ପ୍ର.)-ନୟାଗଡ଼ ଜିଲାର ଶତାୟୁ ସ୍ବାଧୀନତା ସଂଗ୍ରାମୀ ବୀରଭଦ୍ର ଆଚାରୀଙ୍କ ଓଡ଼ଗାଁ ବ୍ଲକ ବଡପୁଟ ଗ୍ରାମସ୍ଥିତ ତାଙ୍କ ବାସଭବନରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ...

Advertisement
Archives

Model This Week