ଦେଢ ବର୍ଷ ହେଲା ବସ୍ତ୍ର ବିତରଣ କେନ୍ଦ୍ରରେ ପଡ଼ିଛି ତାଲା

ବଡବିଲ, ୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଆସବାବପତ୍ର ଦାତାଙ୍କ ଠାରୁ ଗ୍ରହଣ କରାଯାଇ ଗରିବ ଓ ଦୁଃଖୀ ମାନଙ୍କୁ ମାଗଣା ବସ୍ତ୍ର ଯୋଗାଇ ଦେବାକୁ ‘ହେଲପିଙ୍ଗ ହ୍ୟାଣ୍ଡ’ ନାମରେ ଏକ ବିତରଣ କେନ୍ଦ୍ର ୨୦୧୮ ମସିହା ଫେବୃୟାରୀ ପ୍ରଥମ ସପ୍ତାହରେ ଉଦ୍‌ଘାଟିତ ହୋଇଥିଲା। ଚମ୍ପୁଆ ଉପଜିଲାପାଳ ପାରୁଲ ପଟ୍ଟୱାରୀ ଏହାର ଉଦ୍‌ଘାଟନ କରିଥିଲାବେଳେ ଏହାପରଠାରୁ ଉକ୍ତ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ୨୦୧୮ ଫେବୃୟାରୀ ୧୨ ତାରିଖରେ ବଡବିଲ ତହସିଲଦାର ଭାବେ କ୍ଷୀରୋଦ କୁମାର ବେହେରା ଯୋଗଦେଇଥିଲେ ହେଁ ଉକ୍ତ ବିତରଣ କେନ୍ଦ୍ରକୁ ଚାଲୁ କରିବା ନେଇ ଆଦୌ ଆନ୍ତରିକତା ଦେଖାଇ ନ ଥିଲେ। ଏନେଇ ଗତ କିଛି ଦିନତଳେ ତହସିଲଦାର ବେହେରାଙ୍କୁ ପଚାରିବାରୁ ସେ କେନ୍ଦ୍ର ଚାଲୁ କରିବା ନେଇ ବ୍ୟବସ୍ଥା କରିବେ ବୋଲି କହିଥିଲେ। ତେବେ ଦେଢ ବର୍ଷ ଧରି ପ୍ରଶାସନ କାର୍ଯ୍ୟକାରୀ କରିବାରେ ଫେଲ ମାରିଲା ପରେ ବୁଧବାର ଦିନ ସ୍ଥାନୀୟ ସାମାଜିକ ସଙ୍ଗଠନ ନେଟିଭ ଭଏସର ସହାୟତାରେ ପୁଣି ଚାଲୁ କରିଥିବା ଜଣାପଡିଛି। ନେଟିଭ ଭଏସର ସଦସ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ମହାପାତ୍ର, ରସାନନ୍ଦ ବେହେରା, ପ୍ରଶାନ୍ତ ମହାନ୍ତି କେତେକ ଆଇନଜୀବୀଙ୍କ ସହ ସଙ୍ଗଠନର ସଦସ୍ୟ ଓ ମହିଳା ସମିତିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏହି କେନ୍ଦ୍ରର ତଦାରଖ କରିବାକୁ ସହମତି ଦେଇଥିବାବେଳେ ଦାତାଙ୍କ ନାମ ଓ ଠିକଣା ଲିପିବଦ୍ଧ କରି ରଖାଯିବ ବୋଲି ନେଟିଭ ଭଉସ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri