ଦୃଷ୍ଟିହୀନ ଯୋଗୁ ଭିଡ଼ରେ ଶ୍ରୀମନ୍ଦିର ଯାଇପାରିଲେନି: ମାର୍କେଟ ଛକରେ ଶ୍ରୀଜୀଉଙ୍କୁ ଦୁଃଖ ଜଣାଇଲେ ପ୍ରକାଶ

ପୁରୀ ଅଫିସ, ୨ା୧ : ବହୁତ ଆଶା ନେଇ ଶ୍ରୀକ୍ଷେତ୍ର ଆସିଥିଲି। ପୂର୍ବରୁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ଯେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ସକାଳେ ମୁଁ ସ୍ତ୍ରୀଙ୍କ ସହିତ ମାର୍କେଟ ଛକରେ ପହଞ୍ଚତ୍ଥିଲି। ଜଣେ ଦୃଷ୍ଟିହୀନ ହୋଇଥିବାରୁ ଦିବ୍ୟାଙ୍ଗଙ୍କ ଲାଗି ଉଦ୍ଦିଷ୍ଟ ବ୍ୟାଟେରି ଗାଡ଼ିିରେ ଶ୍ରୀମନ୍ଦିର ନିକଟକୁ ନେଇଯିବା ପାଇଁ ଜଗନ୍ନାଥ ବଲ୍ଳଭ ଛକଠାରେ ପୋଲିସକୁ ନେହୁରା ହୋଇଥିଲି। କେହି ମୋ କଥା ଶୁଣି ନ ଥିଲେ। ଏକଥା କୋହଭରା କଣ୍ଠରେ କହିଛନ୍ତି ବାଲେଶ୍ୱରରୁ ଆସିଥିବା ଜଣେ ଭକ୍ତ ଦୃଷ୍ଟିବାଧିତ ପ୍ରକାଶ ମହାନ୍ତି। ସେ କହିଛନ୍ତି, ଦୃଷ୍ଟିହୀନ ହୋଇଥିବାରୁ ମାର୍କେଟ ଛକରେ ଭକ୍ତଙ୍କ ଲାଗି ନିର୍ମିତ ବ୍ୟାରିକେଡ ଦେଇ ଭିଡ଼ରେ ଯିବା ମୁସ୍କିଲ ଥିଲା। ବାମପଟେ ମଧ୍ୟ ପ୍ରବଳ ଗହଳି ଲାଗିଥିଲା। ଠେଲାପେଲାରେ ଯାଇପାରି ନ ଥାନ୍ତି। ଏଣୁ ମାର୍କେଟ ଛକରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯୋଡ଼ହସ୍ତରେ ପ୍ରଣାମ କରି ଫେରି ଯାଇଥିଲୁ। ମୁଁ ଦୃଷ୍ଟିହୀନ ବୋଲି ମହାପ୍ରଭୁଙ୍କ ନିକଟକୁ ଯିବାର ସୌଭାଗ୍ୟରୁ ବଞ୍ଚତ୍ତ ହେଲି। ତେବେ ଏଭଳି ଭବ୍ୟ ବ୍ୟବସ୍ଥା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ମୋ’ ସାଥିରେ ନେଇଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଡ୍ୟୁଟିରତ ପୋଲିସ କର୍ମଚାରୀଙ୍କୁ ଦେଖାଇଥିଲୁ। ମାତ୍ର ଏଥିପ୍ରତି କେହି ଧ୍ୟାନ ଦେଇ ନ ଥିଲେ ବୋଲି କ୍ଷୋଭର ସହ କହିଛନ୍ତି ପ୍ରକାଶ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ମିଳିଲା ସୁରକ୍ଷା: ଜାଣନ୍ତୁ କିଏ ଉଠାଇବ ଖର୍ଚ୍ଚ

ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଝାଲମୁଢି ପରିବେଷଣ କରିଥିବା ବିକ୍ରେତାଙ୍କୁ ଏବେ ସୁରକ୍ଷା ଯୋଗାଇ ଦିଆଯାଇଛି ବୋଲି ଜଣାପଡ଼ିଛି। ତାଙ୍କୁ ପାକିସ୍ତାନ ଏବଂ ବାଂଲାଦେଶ ସହିତ ଜଡିତ…

ନୂଆ ଶିଶୁ ମଙ୍ଗଳ ସମିତି ଗଠନ ସମ୍ପର୍କିତ ବିଜ୍ଞପ୍ତି ସ୍ଥଗିତ, ପୂର୍ବ କମିଟି ଜାରି ରଖିବ କାର୍ଯ୍ୟ

କେନ୍ଦୁଝର,୨୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶିଶୁ ମଙ୍ଗଳ ସମିତି ଗଠନକୁ ନେଇ ଚାଲୁଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ…

ବାପାଙ୍କ ମୁଣ୍ଡରେ ବନ୍ଧୁକ, ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଲେ ନଗଦ ଟଙ୍କା ସହ ସୁନାଅଳଙ୍କାର

ଭଦ୍ରକ,୨୩ା୫(ସନାତନ ରାଉତ): ବାପାଙ୍କ ମୁଣ୍ଡରେ ବନ୍ଧୁକ ଓ ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଇଛନ୍ତି ନଗଦ ୨୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର। ଶୁକ୍ରବାର…

ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ, ୩ ଜଣଙ୍କୁ ବାନ୍ଧି ପୋଲିସ କହିଲା…

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହ ପୋଲିସ…

ବରଗଡ଼ ସର୍କିଟ୍‌ ହାଉସ୍‌ରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା : ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମନ୍ତ୍ରୀ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ ଦିନ ବିତିଯାଇଛି। ହେଲେ ଧାନ ବିକ୍ରିବଟାରେ ଚାଷୀମାନେ ବିଭିନ୍ନ ସମସ୍ୟାର…

ବହୁ ଖୋଜାଖୋଜି ପରେ ମିଳିଲା ବୃଦ୍ଧାଙ୍କ ମୃତଦେହ

ପାଟଣା,୨୩।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦହିବାହାଳୀ ଗ୍ରାମ ପୋଖରୀକୁ ଶୁକ୍ରବାର ସାରେ ଜଣେ ୬୫ବର୍ଷୀୟ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ରାତିରେ…

ପାକିସ୍ତାନରେ ୬ଟଙ୍କା କମିଲା ପେଟ୍ରୋଲ, ହେଲେ ଭାରତରେ ବଢିଗଲା ଦର

ଇସଲାମବାଦ,୨୩।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ଅଶୋଧିତ ତୈଳ (Crude Oil) ଉପରେ ଥିବା ଚାପ ମଧ୍ୟରେ ପଡ଼ୋଶୀ ଦେଶ ପାକିସ୍ତାନରୁ…

ଏଲୋନ ମସ୍କଙ୍କ ଉପରେ ଗୁପ୍ତଚର କରୁଥିଲା କି ଚାଇନା? ୱେଟର ଭାବରେ ପହଞ୍ଚିଲେ ‘ଡ୍ରାଗନ’ର ସୁନ୍ଦରୀ ଏଜେଣ୍ଟ

ବେଜିଂ,୨୩।୫: ଚାଇନା ଦୀର୍ଘ ଦିନ ଧରି ଅନ୍ୟ ଦେଶରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଆସୁଛି। ଏବେ ଏହି ତାଲିକାରେ ଏକ ନୂତନ ଅଭିଯୋଗ ଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri