ଦୃଷ୍ଟିହୀନ ଯୋଗୁ ଭିଡ଼ରେ ଶ୍ରୀମନ୍ଦିର ଯାଇପାରିଲେନି: ମାର୍କେଟ ଛକରେ ଶ୍ରୀଜୀଉଙ୍କୁ ଦୁଃଖ ଜଣାଇଲେ ପ୍ରକାଶ

ପୁରୀ ଅଫିସ, ୨ା୧ : ବହୁତ ଆଶା ନେଇ ଶ୍ରୀକ୍ଷେତ୍ର ଆସିଥିଲି। ପୂର୍ବରୁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ଯେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ସକାଳେ ମୁଁ ସ୍ତ୍ରୀଙ୍କ ସହିତ ମାର୍କେଟ ଛକରେ ପହଞ୍ଚତ୍ଥିଲି। ଜଣେ ଦୃଷ୍ଟିହୀନ ହୋଇଥିବାରୁ ଦିବ୍ୟାଙ୍ଗଙ୍କ ଲାଗି ଉଦ୍ଦିଷ୍ଟ ବ୍ୟାଟେରି ଗାଡ଼ିିରେ ଶ୍ରୀମନ୍ଦିର ନିକଟକୁ ନେଇଯିବା ପାଇଁ ଜଗନ୍ନାଥ ବଲ୍ଳଭ ଛକଠାରେ ପୋଲିସକୁ ନେହୁରା ହୋଇଥିଲି। କେହି ମୋ କଥା ଶୁଣି ନ ଥିଲେ। ଏକଥା କୋହଭରା କଣ୍ଠରେ କହିଛନ୍ତି ବାଲେଶ୍ୱରରୁ ଆସିଥିବା ଜଣେ ଭକ୍ତ ଦୃଷ୍ଟିବାଧିତ ପ୍ରକାଶ ମହାନ୍ତି। ସେ କହିଛନ୍ତି, ଦୃଷ୍ଟିହୀନ ହୋଇଥିବାରୁ ମାର୍କେଟ ଛକରେ ଭକ୍ତଙ୍କ ଲାଗି ନିର୍ମିତ ବ୍ୟାରିକେଡ ଦେଇ ଭିଡ଼ରେ ଯିବା ମୁସ୍କିଲ ଥିଲା। ବାମପଟେ ମଧ୍ୟ ପ୍ରବଳ ଗହଳି ଲାଗିଥିଲା। ଠେଲାପେଲାରେ ଯାଇପାରି ନ ଥାନ୍ତି। ଏଣୁ ମାର୍କେଟ ଛକରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯୋଡ଼ହସ୍ତରେ ପ୍ରଣାମ କରି ଫେରି ଯାଇଥିଲୁ। ମୁଁ ଦୃଷ୍ଟିହୀନ ବୋଲି ମହାପ୍ରଭୁଙ୍କ ନିକଟକୁ ଯିବାର ସୌଭାଗ୍ୟରୁ ବଞ୍ଚତ୍ତ ହେଲି। ତେବେ ଏଭଳି ଭବ୍ୟ ବ୍ୟବସ୍ଥା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ମୋ’ ସାଥିରେ ନେଇଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଡ୍ୟୁଟିରତ ପୋଲିସ କର୍ମଚାରୀଙ୍କୁ ଦେଖାଇଥିଲୁ। ମାତ୍ର ଏଥିପ୍ରତି କେହି ଧ୍ୟାନ ଦେଇ ନ ଥିଲେ ବୋଲି କ୍ଷୋଭର ସହ କହିଛନ୍ତି ପ୍ରକାଶ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗାରକାମ୍ଳ ଗ୍ୟାସ୍‌ ଲିକ୍‌: ଲୋକେ ଅଣନିଃଶ୍ୱାସୀ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ନିକଟ ବିନୋଦପଡ଼ା ଛକରେ ଗୁରୁବାର ରାତି ପ୍ରାୟ ସାଢ଼େ...

ହୁଗୁଳା ଉନ୍ନୟନ

ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଏହାକୁ ହିଁ ଉନ୍ନୟନ ବୋଲି କୁହାଯାଏ । ଏଥିରେ...

ଦୁର୍ଗମ ଅଞ୍ଚଳରେ ସୌରଶକ୍ତିରେ ଜଳସେଚନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): କମାଣ୍ଡ ଏରିଆରେ ଜଳସେଚନ ପରିଚାଳନା, ବିଜୁ କୃଷକ ବିକାଶ ଯୋଜନାରେ ସୌରଶକ୍ତି ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଗଭୀର ନଳକୂପ ସାହାଯ୍ୟରେ ଜଳସେଚନ କରାଯିବ। ଜଳସମ୍ପଦ...

ଗଛମୂଳରୁ ଶୁଭୁଥିଲା ନବଜାତକର କାନ୍ଦ ଶବ୍ଦ, ଆଉ ତା’ ପରେ…

ବାରଙ୍ଗ,୨।୫(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଗ୍ରାମମୁଣ୍ଡ ପୋଖରୀ ହୁଡ଼ା ପଛପଟରୁ ଇନ୍‌ ଫୋସିସ୍‌ ଥାନା ପୋଲିସ ରବିବାର ସକାଳେ ଏକ ନବଜାତ ଶିଶୁକୁ ଉଦ୍ଧାର କରି...

ଭତ୍ତା ପାଇଁ ୩ କି.ମି. ଚାଲିଲେ ବୃଦ୍ଧା

ଚମ୍ପୁଆ,୧୮।୧୦ (ଡି.ଏନ.ଏ.)-ଭତ୍ତା ଟଙ୍କା ପାଇଁ ଗୁଲ ପ୍ରଧାନ ନାମ୍ନୀ ଜଣେ ବୃଦ୍ଧାଙ୍କୁ ୩ କି.ମି. ଚାଲିବାକୁ ପଡ଼ିଛି। ବାଡ଼ି ଖଣ୍ଡକୁ ସାହାରା କରି ଚାଲି ଚାଲି...

ଜଳିଗଲା ୧୦ ଏକର ଆଖୁ ଫସଲ

କାମାକ୍ଷାନଗର, ୧୩।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ହାଟୁଆରୀ ଗ୍ରାମ ନିକଟରେ ରବିବାର ଅପରାହ୍ନରେ ନିଆଁ ଲାଗି ୧୦ ଚାଷୀଙ୍କ ୧୦ ଏକର ଆଖୁ ଫସଲ ପୋଡ଼ିଯାଇଛି।...

ଟ୍ରକ୍‌ ଧକ୍କାରେ ଛାତ୍ରୀ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ଗେଲପୁର ନିକଟରେ ଏକ ଟ୍ରକ୍‌ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଧକ୍କା ଦେବାରୁ ସେ ଗୁରୁତର...

ଲଘୁଚାପ: ୪ ଯାଏ ବର୍ଷିବ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତଥା ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା...

Advertisement
Archives

Model This Week