![](https://www.dharitri.com/wp-content/uploads/2019/08/Shivraj-Singh.jpg)
ଭୋପାଳ,୧୮।୮: ନିକଟରେ ମୋତିଆବିନ୍ଦୁ ଅପରେଶନ କରି ମଧ୍ୟପ୍ରଦଶର ୧୧ ଜଣ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଥିଲେ। ଏଥିରେ ତ୍ରୁଟିଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ଏମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବେ ଏହାକୁ ନେଇ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି। ଶିବରାଜ କହିଛନ୍ତି ଯେଉଁମାନେ ଦୃଷ୍ଟିଶକ୍ତି ହରାଇଛନ୍ତି ସେମାନଙ୍କ ମାନସିକ ଅବସ୍ଥା କେମିତି ଥିବ ଥରେ ସରକାର ଚିନ୍ତା କରନ୍ତୁ ତ। କେବଳ ୫୦ ହଜାର ଟଙ୍କା ସହାୟତା ଏମାନଙ୍କ ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ତେବେ ଦୃଷ୍ଟିଶକ୍ତି ହରାଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ସରକାର ମାସକୁ ୧୨ହଜାର ଟଙ୍କା ଲେଖାଏଁ ପେନ୍ସନ୍ ଦିଅନ୍ତୁ ବୋଲି ଶିବରାଜ ଟୁଇଟ୍ କରି ଦାବି କରିଛନ୍ତି।