Posted inଖେଳ

ଦୁଲୀପ ଟ୍ରଫି: ଇଣ୍ଡିଆ ରେଡ୍‌ ଚାମ୍ପିୟନ

ବେଙ୍ଗାଲୁରୁ,୭।୯(ପି.ଟି.)-ବିଦର୍ଭ ସ୍ପିନର ଅକ୍ଷୟ ଓ୍ବାଖରେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଣ୍ଡିଆ ରେଡ୍‌ ଦୁଲୀପ ଟ୍ରଫି ଟାଇଟଲ ହାସଲ କରିଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳଯାଇଥିବା ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ରେଡ ଏକ ଇନିଂସ ଓ ୩୮ ରନରେ ଇଣ୍ଡିଆ ଗ୍ରୀନ୍‌କୁ ହରାଇ ଚାମ୍ପିୟନ ହୋଇଛି। ଦ୍ୱିତୀୟ ଇନିଂସରେ ଓ୍ବାଖରେ ୫.୫ ଓଭର ବୋଲିଂ କରି ଗୋଟିଏ ମେଡେନ ନେବା ସହ ମାତ୍ର ୧୩ ରନ ବ୍ୟାୟ କରି ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଟସ୍‌ ଜିତି ଗ୍ରୀନ୍‌ ପ୍ରଥମ ଇନିଂସରେ ୭୨.୧ ଓଭରରେ ୨୩୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ରେଡ୍‌ ୧୩୫ ଓଭରରେ ୩୮୮ ରନ କରି ଅଲଆଉଟ ହୋଇଥିଲା। ଫଳରେ ରେଡ୍‌ ୧୫୭ ରନରେ ଅଗ୍ରଣୀ ହାସଲ କରିଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଗ୍ରୀନ୍‌ ଶନିବାର ଚତୁର୍ଥ ତଥା ଅନ୍ତିମ ଦିବସରେ ୩୯.୫ ଓଭରରେ ୧୧୯ ରନ କରି ଅଲଆଉଟ ହେବା ସହ ଇନିଂସ ପରାଜୟ ବରଣ କରିଛି। ପ୍ରଥମ ଇନିଂସରେ ୧୫୩ ରନର ବୃହତ୍‌ ଶତକୀୟ ପାଳି ଖେଳିଥିବା ରେଡ୍‌ ଓପନର ଅଭିମନ୍ୟୁ ଇଶ୍ୱରନ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ତୃତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୪୫/୬ରୁ ରେଡ୍‌ ଶନିବାର ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଦିତ୍ୟ ସରବତେ ଓ ଜୟଦେବ ଉନାଡକଟ ଯଥାକ୍ରମେ ୩୦ ଓ ୧୦ ରନରୁ ଖେଳ ଆରମ୍ଭ କରିଥିଲେ। ଆଦିତ୍ୟ ୩୮ ରନକରି ଧର୍ମେନ୍ଦ୍ରସିନ ଜାଡେଜଙ୍କ ବଲ୍‌ରେ ଉଇକେଟକିପର ଅକ୍ଷୟ ଓ୍ବାଦେକରଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ସେହିପରି ଉନାଡକଟ୍‌ ୩୨ ରନର କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ଅକ୍ଷୟ ଓ୍ବାଖରେ ଖାତା ଖୋଲିପାରି ନ ଥିଲେ। ଏହାପରେ ଆଭେସ ଖାଁ ୧୨ ଓ ସନ୍ଦୀପ ଓ୍ବାରିୟର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଙ୍କିତ୍‌ ରାଜପୁତ ଓ ବାମ୍‌ହାତୀ ସ୍ପିନର ଜାଡେଜା ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ତନବୀର ଉଲ୍‌ ହକ ୨ ଓ ମୟଙ୍କ ମାର୍କଣ୍ଡେ ଓ ଧ୍ରୁବ ସୋରେ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଏହା ପରେ ଇନିଂସ ପରାଜୟ ଏଡାଇବା ପାଇଁ ୧୫୭ ରନ ଆବଶ୍ୟକ କରୁଥିବା ଗ୍ରୀନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ୮ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଦଳ ପକ୍ଷରୁ ମୁମ୍ବାଇ ବ୍ୟାଟ୍ସମ୍ୟାନ ସିଦ୍ଧେସ ଲାଡ ସର୍ବାଧିକ ୪୨, ଆକାଶନାଥ ରେଡ୍ଡୀ ୩୩, ଅଧିନାୟକ ତଥା ଫୈଜ ଫଜଲ ୧୦ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଧ୍ରୁବ ସୋରେ ୫, ଆକଶଦୀପନାଥ ୪, ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୭, ଜାଡେଜା ୭, ତନବୀର ଉଲ ହକ ୪ ରନ କରି ଆଉଟ ହୋଇଥିଲେ। ରାଜେଶ ମହାନ୍ତି ୪ ରନ କରି ଅପରାଜିତ ରହିଥିବା ବେଳେ ଅଙ୍କିତ୍‌ ରାଜପୁତ ଖାତା ଖୋଲି ପାରି ନ ଥିଲେ। ମୟଙ୍କ ମାର୍କଣ୍ଡେ ଆବସେଣ୍ଟ ହର୍ଟ ରହିଥିଲେ। ଓ୍ବାଖରେ ଗ୍ରୀନର ବିପର୍ଯ୍ୟୟ ଘଟାଇଥିଲେ। ବୋଲିରେ ଓ୍ବାଖରେ ସର୍ବାଧିକ ୫, ଆଭେସ ଖାଁ ୩, ଉନାଡକଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ ପ୍ରଥମ ଇନିଂସ- ୭୨.୧ ଓଭରରେ ୨୩୧ ଅଲଆଉଟ
(ମୟଙ୍କ ମାର୍କଣ୍ଡେ- ୭୬*, ଅଙ୍କିତ ରାଜପୁତ- ୩୦, ଆକାଶଦୀପ ନାଥ- ୨୯, ଜୟଦେବ ଉନାଡକଟ- ୪/୮୩, ସନ୍ଦୀପ ଓ୍ବାରିୟର- ୨/୩୯, ଆଭେସ ଖାଁ- ୨/୫୬)।
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ- ୧୩୫ ଓଭରରେ ୩୮୮ ଅଲଆଉଟ୍‌
(ଅଭିମନ୍ୟୁ ଈଶ୍ୱରନ- ୧୫୩, ପ୍ରିୟଙ୍କ ପଞ୍ଚାଲ- ୩୩, ଇଶାନ କିଷନ- ୩୯, ଅଙ୍କିତ୍‌ କଲସି- ୩୦, ଆଦିତ୍ୟ ସରବତେ- ୩୮, ଜୟଦେବ ଉନାଡକଟ- ୩୨*, ଅଙ୍କିତ ରାଜପୁତ- ୩/୧୦୧, ଧର୍ମେନ୍ଦ୍ରସିନ ଜାଡେଜା- ୩/୯୩, ତନବୀର ଉଲ ହକ- ୨/୬୬, ମୟଙ୍କ ମାର୍କଣ୍ଡେ- ୧/ ୨୪, ଦ୍ରୁବ ସେରେ- ୧/୧୨)।
ଇଣ୍ଡିଆ ଗ୍ରୀନ୍‌ ଦ୍ୱିତୀୟ ଇନିଂସ- ୩୯.୫ ଓଭରରେ ୧୧୯ ଅଲଆଉଟ୍‌
(ସିଦ୍ଧେସ ଲାଡ- ୪୨, ଆକାଶନାଥ ରେଡ୍ଡୀ- ୩୩, ଫୈଜ ଫଜଲ- ୧୦, ଅକ୍ଷୟ ଓ୍ବାଖରେ- ୫/ ୧୩, ଆଭେସ ଖାଁ- ୩/୩୮, ଜୟଦେବ ଉନାଡକଟ- ୧/୩୫ )।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?