ଦୁର୍ଦ୍ଦିନରେ ସୁନ୍ଦରବନର ‘ବାଘ ବିଧବା’

ଗୋସାବା(ପଶ୍ଚିମବଙ୍ଗ): ସୁନ୍ଦରବନର ‘ବାଘ ବିଧବା’ଙ୍କ ଦୁଃଖ କହିଲେ ନ ସରେ। ସ୍ବାମୀଙ୍କୁ ବାଘ ମାରିବା ପରେ ‘ଅମ୍ଫନ୍‌’ ବାତ୍ୟା ସେମାନଙ୍କୁ ସର୍ବସ୍ବାନ୍ତ କରିପକାଇଛି। ମଞ୍ଜୁଲା ସର୍ଦ୍ଦାର (୪୫) ନାମକ ଜଣେ ବିଧବା ମହିଳାଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ସ୍ବାମୀଙ୍କୁ ବାଘ ମାରିଦେବା ପରେ ନିଜ ମାଛ ପୋଖରୀକୁ ଭରସା କରି ସେ ଚଳିଆସୁଥିଲେ। ଶେଷରେ ବାତ୍ୟା ଅମ୍ଫନ୍‌ ଦାଉ ସାଧିଲା। ପୋଖରୀରେ ଲୁଣାପାଣି ମାଡ଼ିଯିବାରୁ ମାଛ ଆଉ ନାହାନ୍ତି। ବାତ୍ୟାରେ ପୋଖରୀ ଜଳାଧାର ପାଲଟିଛି। ତେଣୁ ସେ ମୁଣ୍ଡରେ ହାତଦେଇ ବସିଛନ୍ତି। ଦୁଇଦିନ ଅଖିଆ ଅପିଆ ରହିବା ପରେ ଏକ ପାତ୍ରରେ ମୁଠାଏ ଚାଉଳ ଭଜା ଓ ଗୁଡ଼ ଧରି ସେ ଅତୀତକୁ ମନେପକାଇ କାନ୍ଦୁଛନ୍ତି। ଏତିକ ବି ପାଟିକୁ ଯାଉନି। ଦୁଃଖ ବାଣ୍ଟିବାକୁ ବି ସାଙ୍ଗରେ କେହିନାହାନ୍ତି। ପଶ୍ଚିମବଙ୍ଗର ସୁନ୍ଦରବନରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଜୀବନ ଜିଇଁବା ଏକପ୍ରକାର ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସଂଘର୍ଷପୂର୍ଣ୍ଣ ଜୀବନ ବିତାଉଛନ୍ତି ‘ବାଘ ବିଧବା’। ପ୍ରକାଶଥାଉ କି, ସ୍ବାମୀଙ୍କୁ ବାଘ ମାରିଖାଇବା ପରେ ବିଧବା ହୋଇପଡ଼ୁଥିବା ମହିଳାମାନଙ୍କୁ ଏଠାରେ ‘ବାଘ ବିଧବା’ବୋଲି କୁହାଯାଇଥାଏ।
ପଶ୍ଚିମବଙ୍ଗରେ ସପ୍ତାହକ ପୂର୍ବରୁ ଆସିଥିବା ବାତ୍ୟା ‘ଅମ୍ଫନ୍‌’ ଅନେକ ପରିବାରକୁ ବେସାହାର କରିପକାଇଛି ସତ। ହେଲେ ସୁନ୍ଦରବନର ସ୍ଥିତି ସବୁଠାରୁ ଭୟଙ୍କର ହୋଇପଡ଼ିଛି। ଏଠାକାର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ମଞ୍ଜୁଲା ନୁହନ୍ତି, ଅନେକ ସ୍ବାମୀହରା ମଞ୍ଜୁଲାଙ୍କ ଆଖିରୁ ଏ ପର୍ଯ୍ୟନ୍ତ ଲୁହ ଶୁଖିନାହିଁ। ଗୋସାବାରେ ୨୦୧୩ରେ ମଞ୍ଜୁଲାଙ୍କ ସ୍ବାମୀଙ୍କୁ ବାଘ ମାରିଦେଇଥିଲା। ଏନ୍‌ଜିଓ ସହଯୋଗରେ ମାଛ ପୋଖରୀରୁ ଯାହା ମିଳୁଥିଲା, ସେ ଚଳିଯାଉଥିଲେ। ଏବେ କିନ୍ତୁ ସବୁ ଅନ୍ଧାର ଦିଶୁଛି। ଖାଇବାକୁ କିଛିନାହିଁ। କେମିତି ଚଳିବି, କାହାକୁ ହାତ ପାତିବି ବୋଲି ଅଶ୍ରୁଭରା ନୟନରେ ମଞ୍ଜୁଲା କହିଛନ୍ତି। ବାତ୍ୟା ‘ଆଲିଆ’ ମଧ୍ୟ ଏଭଳି ଅନ୍ଧାର ଆଣିଦେଇଥିଲା। ହେଲେ ସେତେବେଳେ ତାଙ୍କ ସ୍ବାମୀ ଥିଲେ। ଦୁହେଁ ମିଶି ପରିସ୍ଥିତିକୁ ସମ୍ଭାଳି ନେଲେ। ଏବେ ପାଖରେ କେହିନାହିଁ। ଏଭଳି ସ୍ଥିତିରେ ଏବେ ରହିଛନ୍ତି ‘ବାଘ ବିଧବା’ ମଞ୍ଜୁଲା। ଗୋସାବା ଅଞ୍ଚଳରେ ଗତ ୧୫ ବର୍ଷ ମଧ୍ୟରେ ଏପରି ଶତାଧିକ ମହିଳାଙ୍କ ସ୍ବାମୀ ବାଘର ଶିକାର ବନିଛନ୍ତି। ଏହି ବିଧବାମାନଙ୍କୁ ସେହି ଅଞ୍ଚଳରେ ‘ବାଘ ବିଧବା’ ବୋଲି କୁହାଯାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଭେଲକୁ ବଞ୍ଚାଇଥିଲା ଆଇରନ ମ୍ୟାନ୍‌

ଆଇରନ ମ୍ୟାନ୍‌ ହେଉ କି, ସ୍ପାଇଡରମ୍ୟାନ୍‌, ହଲ୍‌କ, କ୍ୟାପଟେନ୍‌ ଆମେରିକା ଭଳି ସୁପର ହ୍ୟୁମାନ ଭଳି କାଳ୍ପନିକ କାହାଣୀ ଓ ଚରିତ୍ର ଉପରେ ଫିଲ୍ମ ନିର୍ମାଣ...

ଖପୁରୀ ଭଳି ଦେଖାଯିବାର ନିଶାରେ କାନ କାଟିବାକୁ ପଛାଇଲେନି ଏହି ଯୁବକ, ଏବେ ଚାକିରିରେ ରଖୁନାହାନ୍ତି କେହି

ଜର୍ମାନୀ ଫିନ୍‌ଷ୍ଟରବୋଲ୍ଡେରେ ରହୁଥିବା ସେଣ୍ଡ୍ରୋ ନିଜର ବିଚିତ୍ର ଶରୀରକୁ ନେଇ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

ମୃତ୍ୟୁ ମିତ୍ରର ଚିଠି

ପାଠକେ, ଜଗତରେ ଯଦି ସତ୍ୟ ବୋଲି କ’ଣ କିଛି ଥାଏ ତେବେ ତାହା ହେଉଛି ଦୁଇଟି-ଜନ୍ମ ଆଉ ମୃତ୍ୟୁ। ଆଉ ସବୁ ମିଛ ହୋଇପାରେ କିନ୍ତୁ...

ସବୁଠାରୁ ଦାମୀ ଜୋତା, ମୂଲ୍ୟ ୧୨୩ କୋଟି ଟଙ୍କା

ଗହଣା ଏବଂ ପୋଷାକ ଭଳି ଜୋତା ମଧ୍ୟ ଆଭିଜାତ୍ୟର ଏକ ଅଂଶ ବିଶେଷ। ତେଣୁକରି ତ କୁହାଯାଏ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବ୍ୟକ୍ତିତ୍ୱ ସେ ପିନ୍ଧିଥିବା...

ଦୀପାବଳିରେ ଏହି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଏ ସୁନା ଅଳଙ୍କାର, ନଗଦ ଟଙ୍କା

ଭାରତରେ ଅନେକ ମନ୍ଦିର ରହିଛି। ସେଥି ମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ...

ସମୁଦ୍ର ଭିତରେ ବିଶାଳ ନଦୀ

ଧରାବକ୍ଷରେ ପ୍ରବହମାନ ଜଳସ୍ରୋତକୁ ନଦୀ ବା ଝରଣା କୁହାଯାଏ। କେବଳ ପୃଥିବୀ ପୃଷ୍ଠରେ ଏଭଳି ଧାରା ପ୍ରବାହିତ ବୋଲି ଧାରଣା ରହିଛି। ହେଲେ ଏହା ସମ୍ପୂର୍ଣ୍ଣ...

ପ୍ରୋଗ୍ରାମ୍‌ ଟଙ୍କାରେ ନୃତ୍ୟାଭୂଷଣ କିଣିଥିଲି: ଲିଙ୍ଗରାଜ ସ୍ବାଇଁ

ମୋର ଜନ୍ମ ପୁରୀ ଜିଲାର କୋଣାର୍କଠାରେ। କୋଣାର୍କ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସ୍ଥାନୀୟ ଭଗବତୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଯାଏଁ ପାଠ...

ଭୀଷଣ ରୂପ ନେଲା ଅମ୍ଫନ୍‌: ମେ ୨୦ରେ ସ୍ଥଳଭାଗରେ ମାଡ଼ ହେବାର ପୂର୍ବାନୁମାନ

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଏବେ ଭୀଷଣ ରୂପ...

Advertisement
Archives

Model This Week