Posted inଜାତୀୟ

ଦୁର୍ଗା ଭସାଣି ବେଳେ ହିଂସା

ଲକ୍ଷ୍ନୌ,୧୫ା୧୦: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାରେ ରବିବାର ଦୁର୍ଗା ମୂର୍ତ୍ତି ଭସାଣି ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ଗା ମେଢ଼କୁ ଶୋଭାଯାତ୍ରାରେ ନିଆଯାଉଥିବାବେଳେ ଗୀତ ବଜାଇବାକୁ କେନ୍ଦ୍ରକରି ଜଣେ ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯିବା ସହ ଅନ୍ୟ କେତେଜଣ ଆହତ ହୋଇଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ବାହରିଚ୍‌ର ମହସି ସବ୍‌ଡିଭିଜନ ଦେଇ ଶୋଭାଯାତ୍ରା ଗଲାବେଳେ ଟେକାମାଡ଼ ସହ ଗୁଳିମାଡ଼ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଲକ୍ଷ୍ନୌ ସେବା ହସ୍ପିଟାଲରେ ନିଆଁ ଲଗାଇଦେବା ସହ ଏକ୍ସ-ରେ’ ମେଶିନ ଭାଙ୍ଗିଦେଇଛନ୍ତି। ହସ୍ପିଟାଲର କେତେକ ବେଡ୍‌ ଓ ଝରକା ମଧ୍ୟ ଭଙ୍ଗାଯାଇଛି। ଏଥିସହିତ ହସ୍ପିଟାଲ ନିକଟରେ ଥିବା ଅନେକ ଦୋକାନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଏକ ମୋଟରସାଇକେଲ ଶୋ’ରୁମ୍‌ରେ ନିଆଁ ଲଗାଇଦେବାରୁ ବହୁସଂଖ୍ୟାରେ ବାଇକ ପୋଡ଼ିଯାଇଛି।
ସଂଘର୍ଷ ପରେ ଜିଲା ପ୍ରଶାସନ ମହସିରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଥିବାବେଳେ ବହୁସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେଠାକୁ ୧୦ କମ୍ପାନୀ ସଶସ୍ତ୍ର ପୋଲିସ, ୨ କମ୍ପାନୀ ସିଏପିଏଫ୍‌ ଏବଂ ଉତ୍ତରପ୍ରଦେଶ ସ୍ବତନ୍ତ୍ର ଟାସ୍କଫୋର୍ସର ୫ଟି ଟିମ୍‌କୁ ପଠାଯାଇଛି। ସେଠାରେ ୧୫ ଜଣ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବା ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ିଗୁଡ଼ିକୁ ମହଜୁଦ୍‌ ରଖାଯାଇଛି। ପୋଲିସ ଅନୂ୍ୟନ ୩୦ ଜଣଙ୍କୁ ଅଟକ ରଖିବା ସହ ସଲ୍‌ମାନ ନାମକ ଯୁବକଙ୍କୁ ଗିରଫ କରିଛି। ସେ ଶୋଭାଯାତ୍ରା ଉପରକୁ ଗୁଳି ଚଳାଇଥିବାର ପ୍ରମାଣ ମିଳିଛି। ଏଥିସହିତ ଅନ୍ୟ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଉକ୍ତ ଅଞ୍ଚଳକୁ ଯାଇଥିବା ସମସ୍ତ ରାସ୍ତାକୁ ପୋଲିସ ସିଲ୍‌ କରିବା ସହ ଡ୍ରୋନ୍‌ ନିୟୋଜିତ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲାର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ବୈଠକରେ ଆଲୋଚନା କରିଛନ୍ତି। ମହସିରେ ହିଂସାକାଣ୍ଡ ଘଟାଇଥିବା କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ଦଙ୍ଗାକାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ସହ ଯେଉଁମାନଙ୍କ ଅବହେଳାରୁ ଏଭଳି ଘଟଣା ଘଟିଲା, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?