ଦୁର୍ଗାପୂଜାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି:୨୦ ପ୍ଲାଟୁନ ଫୋର୍ସ ମୁତୟନ

ବାରିପଦା ଅଫିସ,୪ା୧୦- ଦୁର୍ଗା ପୂଜା ମାହୋଲରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିି କରାଯାଇଛି। ଏଥିପାଇଁ ଜିଲା ପୋଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡମାନ ଗଠନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଜିଲା ପୋଲିସ ମୁଖ୍ୟାଳୟରେ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମଦାସ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି।
ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ସମଗ୍ର ମୟୂରଭଞ୍ଜ ଜିଲାରେ ୧୭୮ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ କେବଳ ବାରିପଦା ସହରର ୨୬ଟି ସ୍ଥାନରେ ପୂଜା କରାଯାଉଛି। ସୁରକ୍ଷା ପାଇଁ ସମଗ୍ର ଜିଲାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସେଥିମଧ୍ୟରୁ ୧୦ ପ୍ଲାଟୁନ ଫୋର୍ସ ଉଦଳା, ରାଇରଙ୍ଗପୁର, କରଞ୍ଜିଆ ଓ ବେତନଟୀ ପୋଲିସ ଉପଖଣ୍ଡରେ ମୁତୟନ ହେବାକୁ ଥିବା ବେଳେ ବାରିପଦା ସହରରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ବାରିପଦା ସହରରେ ଜଣେ ଆଡିଶନାଲ ଏସପି, ୫ ଇନ୍ସପେକ୍ଟର, ୧୫ ସବ-ଇନ୍ସପେକ୍ଟର, ୨୩ ଏଏସଆଇ, ୫ ଜଣ ହାବିଲଦାର, ୧୭ କନଷ୍ଟେବଳ, ୬ ମହିଳା କନେଷ୍ଟବଳ ଏବଂ ୧୨୦ ଜଣ ହୋମଗାର୍ଡ ମୁତୟନ ରହିବେ। ଏହା ସହିତ ମୋବାଇଲ ପାଟ୍ରୋଲିଂ, ମୋଟରସାଇକେଲ ପାଟ୍ରୋଲିଂ ଓ ଫୁଟ ପାଟ୍ରୋଲିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସହରର ପାଳବଣି ଛକ, ଷ୍ଟେଶନ ବଜାର ଛକ, କେସି ସର୍କିଲ, ମୁର୍ଗାବାଡି ଗୋଲେଇ ଓ ତୁଳସୀଚଉରା ଛକଠାରେ ଷ୍ଟାଟିକ ପୋଷ୍ଟ ରହିବ। ସେହିପରି ସହରର ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ପାଇଁ ୨ଜଣ ଇନ୍ସପେକ୍ଟରଙ୍କ ଅଧୀନରେ ୧୦୯ ଜଣ କର୍ମଚାରୀ ନିୟୋଜିତ ରହିବେ। ଆଣ୍ଟି ଇଭ ଚିଜିଙ୍ଗ ସ୍କ୍ବାଡ, ଆଣ୍ଟି ସ୍ନାଚିଙ୍ଗ ସ୍କ୍ବାଡ ଓ ଆଣ୍ଟି ଡ୍ରିଙ୍କ ଆଣ୍ଡ ଡ୍ରାଇଭିଂ ସ୍କ୍ବାଡ ମଧ୍ୟ ଗଠନ କରାଯାଇଛି। ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପରିଚାଳନା କରାଯିବା ପାଇଁ ବାରିପଦା ଟାଉନ ଥାନାରେ ଏକ କଣ୍ଟ୍ରୋଲ ରୁମ କରାଯାଇଛି। ବିଭିନ୍ନ ସମୟରେ ଟାଉନ ଥାନାର ଲ୍ୟାଣ୍ଡ ଲାଇନ ନମ୍ବର ଓ ୧୦୦ ନମ୍ବର ଠିକ୍‌ ଭାବେ ଲାଗୁ ନ ଥିବା ଅଭିଯୋଗ ହେବାରୁ ସ୍ବତନ୍ତ୍ର ଭାବେ ୨ଟି ମୋବାଇଲ ନମ୍ବର (୭୬୦୬୮୪୩୬୦୦,୬୩୭୦୩୫୬୧୭୦) ସାର୍ବଜନୀନ କରାଯାଇଛି। ଏହା ସହିତ ସହରରେ ଯାନବାହନ ଚଳାଚଳରେ ମଧ୍ୟ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଟକଣା କରାଯାଇଛି। ସହରର ଷ୍ଟେଶନ ବଜାର ରେଲୱେ ଫାଟକ ନିକଟରୁ ଆଶୀର୍ବାଦ ଛକ ମଧ୍ୟରେ କେବଳ ଦୁଇଚକିଆ ଯାନ ଚଳାଚଳ କରିବ। ସମସ୍ତ ଚାରିଚକିଆ ଯାନ କନଭେଣ୍ଟ ରାସ୍ତା ଦେଇ ଯାତାୟାତ କରିବ। ସେହିପରି ପାଳବଣି ବାଇପାସ ଦେଇ ସହରକୁ ପ୍ରବେଶ କରୁଥିବା ବସଗୁଡିକ ପାଳବଣି ଗୋଲେଇ ରାସ୍ତାରୁ ଦାରୋଗାଡାହି ଗୋଲେଇ ଦେଇ ବସଷ୍ଟାଣ୍ଡକୁ ଆସିବ। ଉଦଳା ରୋଡରେ ଯାତାୟାତ କରୁଥିବା ବସ ପୂର୍ବ ଭଳି କେସିସର୍କିଲ ଦେଇ ବଡବଜାର ରାସ୍ତାରେ ବସଷ୍ଟାଣ୍ଡକୁ ଆସିବ। ସେହିପରି ପୂଜା ସମୟରେ କୌଣସି ଅଘଟଣକୁ ରୋକିବା ପାଇଁ ପୋଲିସ ସର୍ବଦା ପ୍ରସ୍ତୁତ ଥିବା ଆରକ୍ଷୀ ଅଧୀକ୍ଷକ ପୁରୁଷୋତ୍ତମଦାସ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଆଡିଶନାଲ ଏସପି ଅଭିମନ୍ୟୁ ନାୟକ ଓ ଡିଆଇବି ଡିଏସପି ବାମଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭୦ ଦିବ୍ୟାଙ୍ଗ ପାଇବେ କୃତ୍ରିମ ଅଙ୍ଗ

ପୁରୀ ଅଫିସ, ୪।୧୧: ପୁରୀ ଜିଲାର ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ଜିଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ‘ପ୍ରଫୁଲ୍ଲ ଯୋଜନା’।...

ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜିଲାପାଳଙ୍କ ଅଫିସକୁ ପ୍ରବେଶ ପୂର୍ବରୁ କରାଯାଉଛି ସ୍କ୍ରିନିଂ, ସାନିଟାଇଜେଶନ

ଛତ୍ରପୁର, ୧୩/୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଜିଲାପ୍ରଶାସନ ପକ୍ଷରୁ ସମାଜିକ ଦୂରତା, ମାସ୍କ ବ୍ୟବହାର...

ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

କେନ୍ଦୁଝର, ୨୪।୧୨(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଳକ ଅନ୍ତର୍ଗତ ମହାଦେଈଯୋଡା ଗ୍ରାମ ପଞ୍ଚାୟତର ସଲରାପେଣ୍ଠ-ନାଉପଦା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନାଉପଦା...

ବିପଦସଙ୍କୁଳ ପିଣ୍ଡାରେ ଚାଲିଛି ପାଠପଢ଼ା

ଚମ୍ପୁଆ,୨୩। ୮(ଡି.ଏନ.ଏ.)-ସରକାର ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷିତ ହାର ବୃଦ୍ଧି କରିବା ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାକୁ...

ଝାରସୁଗୁଡ଼ାରେ ହସ୍ପିଟାଲ ଥାଇବି କରୋନା ଆକ୍ରାନ୍ତଙ୍କୁ ପଠାଗଲା ରାଉରକେଲା, ବିଭିନ୍ନ ମହଲରୁ ସମାଲୋଚନାର ସ୍ବର

ଝାରସୁଗୁଡା ଅଫିସ,୩୦ା୪- ପଶ୍ଚିମବଙ୍ଗରୁ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ...

ଫନୀ ବିପନ୍ନଙ୍କ ପାଇଁ ସହାୟତା ଯୋଗାଡ଼ କଲା କନ୍ଧମାଳ ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୧ା୫(ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ, କେନ୍ଦ୍ରାପଡ଼ା ଆଦି ଜିଲାରେ ଫନୀ ବାତ୍ୟାରେ ବହୁ କ୍ଷୟକ୍ଷତି ହେବା ସହ ଲୋକଙ୍କ ଆର୍ଥତ୍କ ମାନଦଣ୍ଡ ଭାଙ୍ଗିପଡ଼ିଛି। ଏଥିପାଇଁ...

ସ୍ବିକ୍ୟୁରିଟି ଗାଡର୍ର୍ କରୁଛନ୍ତି ରୋଗୀ ଚିକିତ୍ସା

ନୀଳଗିରି,୧୪।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ନେଇ ବିବାଦ ଥମୁନି। ଏହି ହସ୍ପିଟାଲର ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ନିଜ କାର୍ଯ୍ୟ ପରିବର୍ତ୍ତେ ଚିକିତ୍ସା...

ଦୂଷିତ ଜଳ ବ୍ୟବହାର ଯୋଗୁ ବ୍ୟାପିଥିଲା ଝାଡ଼ାବାନ୍ତି

ନନ୍ଦାହାଣ୍ଡି,୧୪।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ାରେ ବ୍ୟାପିଥିବା ଝାଡ଼ାବାନ୍ତି ଏବେ ନିୟନ୍ତ୍ରଣାଧୀନ। ସପ୍ତାହକ ମଧ୍ୟରେ ୨୪ ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ...

Advertisement
Archives

Model This Week