ଦୁବାଇ ରାସ୍ତାରେ ପାକିସ୍ତାନ ପହଞ୍ଚିବ ଭାରତୀୟ ମାଲ୍‌

ଇସଲାମାବାଦ୍‌,୧୨-୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଭାରତ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ମୁଣ୍ଡ ବିଗିଡି ଯାଇଛି। ଫଳରେ ଏହା ଭାରତ ସହିତ ବାଣିଜି୍ୟକ ଓ ରାଜନୈତିକ ସମ୍ପର୍କ ଛିନ୍ନ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶବାସୀ ନାହିଁ ନ ଥିବା ସଙ୍କଟର ସାମ୍ନା କରୁଛନ୍ତି। ଜିନିଷପତ୍ର ଦର ଆକାଶଛୁଅଁା ହୋଇଥିବା ବେଳେ ଚାରିଆଡେ ହାହାକାର ଶୁଭିଲାଣି। ପନିପରିବା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ଜିନିଷ ଦାମ ଦେଶରେ ହୁ ହୁ ହୋଇ ବଢ଼ୁଥିବାରୁ ପାକିସ୍ତାନବାସୀ ଏବେ ମହଙ୍ଗାମାଡର ସାମ୍ନା କରୁଛନ୍ତି। ତେବେ ବ୍ୟବସାୟୀଙ୍କ କହିବାନୁଯାୟୀ ଏଭଳି ବେଶିଦିନ ଚାଲିଲେ ସେମାନେ କାଙ୍ଗାଳ ହୋଇଯିବେ। ଏଥିରୁ ବର୍ତ୍ତିବା ପାଇଁ ସେମାନେ ଏବେ ଦୁବାଇ ବାଟେ ଭାରତୀୟ ସାମଗ୍ରୀ ଆମଦାନୀ କରିବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି।
ପାକିସ୍ତାର ହୋସିଆରୀ ମାନୁଫାକ୍‌ଚରର୍ସ ଆଣ୍ଡ ଏକ୍ସପୋଟର୍‌ସ ଆସୋସିଏଶନ ଅଧ୍ୟକ୍ଷ ଜାଭେଦ ବିଲଓ୍ବାନୀ କହିଛନ୍ତି ଯେ, ପାକିସ୍ତାନର ଟେକ୍ସଟାଇଲ ସେକ୍ଟର ଅନେକାଂଶରେ ଭାରତର କେମିକାଲ ଓ ଡାଇ ଉପରେ ନିର୍ଭରଶୀଳ। ଭାରତ ସହିତ କାରବାର ରଦ୍ଦ ପରେ ସେମାନେ ଆଗାମୀ ଦିନରେ ଦୁବାଇ ବାଟ ଦେଇ ଭାରତରୁ ସାମଗ୍ରୀ ଆମଦାନୀ କରିବାକୁ ବାଧ୍ୟ ହେବେ। କାରଣ ଚାଇନା ଓ କୋରିଆ ତୁଳନାରେ ଭାରତୀୟ ସାମଗ୍ରୀ ଦର ୧୫ରୁ ୨୦ ପ୍ରତିଶତ ଶସ୍ତା। ସେହିପରି ଅଲ୍‌ ପାକିସ୍ତାନ ଟେକ୍ସଟାଇଲ ପ୍ରୋସେସିଂ ମିଲ୍ସ ଆସୋସିଏଶନର ପୂର୍ବତନ ଅଧ୍ୟକ୍ଷ ସଲିମ ପାରେଖ କହିଛନ୍ତି ଯେ, ଭାରତୀୟ ଟେକ୍ସଟାଇଲ ସାମଗ୍ରୀ ଚାଇନା ଓ କୋରିଆ ଅପେକ୍ଷା ୩୦ରୁ ୩୫ ପ୍ରତିଶତ ଶସ୍ତା। ଏହାଛଡ଼ା ଅନ୍ୟ ଦେଶ ମୁକାବିଲାରେ ମାଲ୍‌ ଆସିବା ଲାଗି କମ୍‌ ସମୟ ଲାଗିଥାଏ। ଏତିକି ନୁହେଁ ମାଲ୍‌ ପରିବହନ ଖର୍ଚ୍ଚ ମଧ୍ୟ ଅନେକାଂଶରେ କମ୍‌। ଏଫବି ଏରିଆ ଆସୋସିଏଶନ ଅଫ୍‌ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ଖୁର୍ସିଦ ଅହମ୍ମଦ କହିଛନ୍ତି ଯେ, ଭାରତରୁ ଟେକ୍ସଟାଇଲ ସାମଗ୍ରୀ ଆମଦାନୀ ବନ୍ଦ ହେବା ପରେ ଏବେ ଚାଇନା ଓ କୋରିଆରୁ ଏହାକୁ ଆମଦାନୀ କରିବାକୁ ହେବ। ତେବେ ଏହା ବ୍ୟୟସାପେକ୍ଷ। ଏଣୁ ବିକଳ୍ପ ଖୋଜିବାକୁ ହେବ। ଅନ୍ୟ ଚ୍ୟାନେଲ ମାଧ୍ୟମରେ ଭାରତରୁ ସାମଗ୍ରୀ ଆଣିବାକୁ ହେବ। ଉଲ୍ଲେଖଥାଉ କି, ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନ ବ୍ୟବସାୟୀମାନେ ଭାରତକୁ ସାମଗ୍ରୀ ବିକ୍ରିକୁ ବଏକଟ କରିଥିଲେ। ତଥାପି ପାକିସ୍ତାନ ବଜାରରେ ଭାରତୀୟ ସାମଗ୍ରୀ ଠୁଳ ହୋଇଥିବାର ଦେଖାଯାଇଥିଲା। ପାକିସ୍ତାନ ବ୍ୟବସାୟୀ ଦୁବାଇ ଚ୍ୟାନେଲକୁ କାମରେ ଲଗାଉଥିଲେ। ନିଜକୁ ବଞ୍ଚାଇବା ପାଇଁ ସେମାନେ ଶସ୍ତା ହେଉଥିବା ଭାରତୀୟ ମାଲ୍‌ ନେବାକୁ ପଛାଇବେ ନାହିଁ।
ମହଙ୍ଗା ମାଡରେ ଇଦ୍‌ ପ୍ରଭାବିତ
ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ ହେବା ପରେ ପାକିସ୍ତାନବାସୀ ଏବେ ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକ ଛାଡିଲେଣି। ସେମାନଙ୍କର ଇଦ୍‌ ପାଳନ ଫିକା ପଡିଗଲାଣି। ସ୍ଥାନୀୟ ଖବରକାଗଜ ‘ଡନ୍‌’ ରିପୋର୍ଟ ଅନୁଯାୟୀ, ଏବେ ପାକିସ୍ତାନରେ ଅଦା ୪୦୦, ରସୁଣ ୩୨୦, କଞ୍ଚା ଲଙ୍କା ୧୦୦, ଟମାଟୋ ୩୦୦ ଟଙ୍କା କେଜିରେ ବିକ୍ରି ହେଉଛି। ଦେଶ ଏବେ ମହଙ୍ଗା ମାଡର ସମ୍ମୁଖୀନ ହୋଇଥିବା ବକ୍‌ରୀ ଅର୍ଥାତ୍‌ ଛେଳିର ଦାମ୍‌ ଦୁଇଗୁଣା ହୋଇଗଲାଣି। ଏଭଳି ସ୍ଥିତିରେ ସୋମବାର କିପରି ବକ୍‌ରିଦ୍‌ ପାଳନ ହେବ ସେନେଇ ସେଠାରେ ଆଶଙ୍କା ପ୍ରକାଶ ପାଇଲାଣି। ଗତବର୍ଷ ତୁଳନାରେ ଛେଳି ମୂଲ୍ୟ ୫୦ରୁ ୮୦ ପ୍ରତିଶତ ବଢ଼ିଛି ବୋଲି ପାକିସ୍ତାନର ସବୁଠାରୁ ବଡ଼ ପଶୁ ମଣ୍ଡି ଶାହପୁର କାଞ୍ଜରାନରେ ବ୍ୟବସାୟୀ କହୁଛନ୍ତି। ଗୋଟିଏ ଛେଳିର ମୂଲ୍ୟ ୩୦ ହଜାରରୁ ୫୦ ହଜାର ଟଙ୍କା ହୋଇଛି। ଛେଳି ମୂଲ୍ୟ ଏପରି ହୋଇଛି ଯେ, ଚଳିତବର୍ଷ ବହୁ ପାକିସ୍ତାନୀ କୁର୍ବାନୀ ଦେଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କମ୍ପାନୀର ଜମି ବିକିବେ ସରକାର…

ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ...

ଆଜି ସ୍ମାଇଲ ଗୋଲ୍ଡର ୨ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୨ୟ ବାର୍ଷିକ ଉତ୍ସବ ଗୁରୁବାର ପାଳନ ହେବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଏହି...

ମାନ୍ଦାବସ୍ଥା ମାଡ: ସୁଜୁକି ମୋଟର କ୍ଷମତା ବିସ୍ତାରକୁ ରୋକିଲା

ନୂଆଦିଲ୍ଲୀ,୯-୯: ମାନ୍ଦାବସ୍ଥା କାରଣରୁ ଦେଶରେ ଦୁଇଚକିଆ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇଚାଲିଛି। ଏଥିସହ ୨୦୨୦ ଏପ୍ରିଲରୁ ଦେଶରେ ଭାରତ ଷ୍ଟେଜ୍‌-୬କୁ କାର୍ଯ୍ୟକାରୀ କରାଯିବ। ଏହି...

ନୂଆ ପ୍ୟାକ୍‌ରେ ଭିକୋ ବଜ୍ରଦନ୍ତି ପେଷ୍ଟ

ଭୁବନେଶ୍ୱର,୨୧-୬: ଭିକୋ ବଜ୍ରଦନ୍ତି ପେଷ୍ଟ ଏବେ ନୂଆ ପ୍ୟାକରେ ଉପଲବ୍ଧ ହେଉଛି। ଏହି ପ୍ରଡକ୍ଟରେ କମ୍ପାନୀ ୧୮ ପ୍ରକାରର ଜଡିବୁଟିର ସମାହାରକୁ ସାମିଲ କରିଛି। ଏହା...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ...

ହ୍ରାସ ପାଇଲା କମର୍ସିଆଲ ଗ୍ୟାସ୍‌ ଦର

ଭୁବନେଶ୍ୱର,୨।୧: ନୂତନ ବର୍ଷ ଆରମ୍ଭରୁ ଉପଭୋକ୍ତାଙ୍କ ପାଇଁ ଭଲ ଖବର ଇନ୍ଧନ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଇଛି। ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଉପରେ...

୨୭୬ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ,୧୧।୭: ବଡ କମ୍ପାନୀଗୁଡିକରେ ଛଟେଇ ପ୍ରକ୍ରିୟା ଚାଲିଛ। ଆମାଜନ, ଗୁଗୁଲ, ଟୁଇଟର, ମେଟା ପରି କମ୍ପାନୀଗୁଡିକ ଗତ କିଛି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କର୍ମଚାରୀଙ୍କୁ...

ସାଇରସ ମିସ୍ତ୍ରିଙ୍କୁ ଝଟକା;ଏନ୍‌ସିଏଲ୍‌ଏଟି ରାୟକୁ ସୁପ୍ରିମକୋର୍ଟଙ୍କ ରହିିତାଦେଶ

  ନୂଆଦିଲ୍ଲୀ,୧୧-୧ : ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ନେଇ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଡିସେମ୍ବର ୧୮ରେ ନ୍ୟାଶନାଲ...

Advertisement
Archives

Model This Week