ଦୁବାଇ ରାସ୍ତାରେ ପାକିସ୍ତାନ ପହଞ୍ଚିବ ଭାରତୀୟ ମାଲ୍‌

ଇସଲାମାବାଦ୍‌,୧୨-୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଭାରତ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ମୁଣ୍ଡ ବିଗିଡି ଯାଇଛି। ଫଳରେ ଏହା ଭାରତ ସହିତ ବାଣିଜି୍ୟକ ଓ ରାଜନୈତିକ ସମ୍ପର୍କ ଛିନ୍ନ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶବାସୀ ନାହିଁ ନ ଥିବା ସଙ୍କଟର ସାମ୍ନା କରୁଛନ୍ତି। ଜିନିଷପତ୍ର ଦର ଆକାଶଛୁଅଁା ହୋଇଥିବା ବେଳେ ଚାରିଆଡେ ହାହାକାର ଶୁଭିଲାଣି। ପନିପରିବା ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ଜିନିଷ ଦାମ ଦେଶରେ ହୁ ହୁ ହୋଇ ବଢ଼ୁଥିବାରୁ ପାକିସ୍ତାନବାସୀ ଏବେ ମହଙ୍ଗାମାଡର ସାମ୍ନା କରୁଛନ୍ତି। ତେବେ ବ୍ୟବସାୟୀଙ୍କ କହିବାନୁଯାୟୀ ଏଭଳି ବେଶିଦିନ ଚାଲିଲେ ସେମାନେ କାଙ୍ଗାଳ ହୋଇଯିବେ। ଏଥିରୁ ବର୍ତ୍ତିବା ପାଇଁ ସେମାନେ ଏବେ ଦୁବାଇ ବାଟେ ଭାରତୀୟ ସାମଗ୍ରୀ ଆମଦାନୀ କରିବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି।
ପାକିସ୍ତାର ହୋସିଆରୀ ମାନୁଫାକ୍‌ଚରର୍ସ ଆଣ୍ଡ ଏକ୍ସପୋଟର୍‌ସ ଆସୋସିଏଶନ ଅଧ୍ୟକ୍ଷ ଜାଭେଦ ବିଲଓ୍ବାନୀ କହିଛନ୍ତି ଯେ, ପାକିସ୍ତାନର ଟେକ୍ସଟାଇଲ ସେକ୍ଟର ଅନେକାଂଶରେ ଭାରତର କେମିକାଲ ଓ ଡାଇ ଉପରେ ନିର୍ଭରଶୀଳ। ଭାରତ ସହିତ କାରବାର ରଦ୍ଦ ପରେ ସେମାନେ ଆଗାମୀ ଦିନରେ ଦୁବାଇ ବାଟ ଦେଇ ଭାରତରୁ ସାମଗ୍ରୀ ଆମଦାନୀ କରିବାକୁ ବାଧ୍ୟ ହେବେ। କାରଣ ଚାଇନା ଓ କୋରିଆ ତୁଳନାରେ ଭାରତୀୟ ସାମଗ୍ରୀ ଦର ୧୫ରୁ ୨୦ ପ୍ରତିଶତ ଶସ୍ତା। ସେହିପରି ଅଲ୍‌ ପାକିସ୍ତାନ ଟେକ୍ସଟାଇଲ ପ୍ରୋସେସିଂ ମିଲ୍ସ ଆସୋସିଏଶନର ପୂର୍ବତନ ଅଧ୍ୟକ୍ଷ ସଲିମ ପାରେଖ କହିଛନ୍ତି ଯେ, ଭାରତୀୟ ଟେକ୍ସଟାଇଲ ସାମଗ୍ରୀ ଚାଇନା ଓ କୋରିଆ ଅପେକ୍ଷା ୩୦ରୁ ୩୫ ପ୍ରତିଶତ ଶସ୍ତା। ଏହାଛଡ଼ା ଅନ୍ୟ ଦେଶ ମୁକାବିଲାରେ ମାଲ୍‌ ଆସିବା ଲାଗି କମ୍‌ ସମୟ ଲାଗିଥାଏ। ଏତିକି ନୁହେଁ ମାଲ୍‌ ପରିବହନ ଖର୍ଚ୍ଚ ମଧ୍ୟ ଅନେକାଂଶରେ କମ୍‌। ଏଫବି ଏରିଆ ଆସୋସିଏଶନ ଅଫ୍‌ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ଖୁର୍ସିଦ ଅହମ୍ମଦ କହିଛନ୍ତି ଯେ, ଭାରତରୁ ଟେକ୍ସଟାଇଲ ସାମଗ୍ରୀ ଆମଦାନୀ ବନ୍ଦ ହେବା ପରେ ଏବେ ଚାଇନା ଓ କୋରିଆରୁ ଏହାକୁ ଆମଦାନୀ କରିବାକୁ ହେବ। ତେବେ ଏହା ବ୍ୟୟସାପେକ୍ଷ। ଏଣୁ ବିକଳ୍ପ ଖୋଜିବାକୁ ହେବ। ଅନ୍ୟ ଚ୍ୟାନେଲ ମାଧ୍ୟମରେ ଭାରତରୁ ସାମଗ୍ରୀ ଆଣିବାକୁ ହେବ। ଉଲ୍ଲେଖଥାଉ କି, ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନ ବ୍ୟବସାୟୀମାନେ ଭାରତକୁ ସାମଗ୍ରୀ ବିକ୍ରିକୁ ବଏକଟ କରିଥିଲେ। ତଥାପି ପାକିସ୍ତାନ ବଜାରରେ ଭାରତୀୟ ସାମଗ୍ରୀ ଠୁଳ ହୋଇଥିବାର ଦେଖାଯାଇଥିଲା। ପାକିସ୍ତାନ ବ୍ୟବସାୟୀ ଦୁବାଇ ଚ୍ୟାନେଲକୁ କାମରେ ଲଗାଉଥିଲେ। ନିଜକୁ ବଞ୍ଚାଇବା ପାଇଁ ସେମାନେ ଶସ୍ତା ହେଉଥିବା ଭାରତୀୟ ମାଲ୍‌ ନେବାକୁ ପଛାଇବେ ନାହିଁ।
ମହଙ୍ଗା ମାଡରେ ଇଦ୍‌ ପ୍ରଭାବିତ
ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ ହେବା ପରେ ପାକିସ୍ତାନବାସୀ ଏବେ ମହଙ୍ଗା ମାଡରେ ତ୍ରାହି ତ୍ରାହି ଡାକ ଛାଡିଲେଣି। ସେମାନଙ୍କର ଇଦ୍‌ ପାଳନ ଫିକା ପଡିଗଲାଣି। ସ୍ଥାନୀୟ ଖବରକାଗଜ ‘ଡନ୍‌’ ରିପୋର୍ଟ ଅନୁଯାୟୀ, ଏବେ ପାକିସ୍ତାନରେ ଅଦା ୪୦୦, ରସୁଣ ୩୨୦, କଞ୍ଚା ଲଙ୍କା ୧୦୦, ଟମାଟୋ ୩୦୦ ଟଙ୍କା କେଜିରେ ବିକ୍ରି ହେଉଛି। ଦେଶ ଏବେ ମହଙ୍ଗା ମାଡର ସମ୍ମୁଖୀନ ହୋଇଥିବା ବକ୍‌ରୀ ଅର୍ଥାତ୍‌ ଛେଳିର ଦାମ୍‌ ଦୁଇଗୁଣା ହୋଇଗଲାଣି। ଏଭଳି ସ୍ଥିତିରେ ସୋମବାର କିପରି ବକ୍‌ରିଦ୍‌ ପାଳନ ହେବ ସେନେଇ ସେଠାରେ ଆଶଙ୍କା ପ୍ରକାଶ ପାଇଲାଣି। ଗତବର୍ଷ ତୁଳନାରେ ଛେଳି ମୂଲ୍ୟ ୫୦ରୁ ୮୦ ପ୍ରତିଶତ ବଢ଼ିଛି ବୋଲି ପାକିସ୍ତାନର ସବୁଠାରୁ ବଡ଼ ପଶୁ ମଣ୍ଡି ଶାହପୁର କାଞ୍ଜରାନରେ ବ୍ୟବସାୟୀ କହୁଛନ୍ତି। ଗୋଟିଏ ଛେଳିର ମୂଲ୍ୟ ୩୦ ହଜାରରୁ ୫୦ ହଜାର ଟଙ୍କା ହୋଇଛି। ଛେଳି ମୂଲ୍ୟ ଏପରି ହୋଇଛି ଯେ, ଚଳିତବର୍ଷ ବହୁ ପାକିସ୍ତାନୀ କୁର୍ବାନୀ ଦେଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri