ସବୁଠୁ ମହଙ୍ଗା ବିୟର

ନିକଟରେ କିଛି ହୋଟେଲ ପକ୍ଷରୁ ଗ୍ରାହକଙ୍କୁ ଚକିତ କରିଦେବା ଭଳି ଦିଆଯାଉଥିବା ବିଲ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ସୋସିଆଲ ମିଡିଆର ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଛି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ରାହୁଲ ବୋଷ ଏକ ହୋଟେଲରେ ୨ଟି କଦଳୀ ପାଇଁ ୪୪୨ ଟଙ୍କାର ବିଲ୍‌ ଦେଇଥିବା ବେଳେ ‘ଅଲ ଦ କ୍ୱିନ୍ସ ମେନ’ର ଲେଖକ କାର୍ତ୍ତିକ ଧରଙ୍କଠାରୁ ୨ଟି ସିଝା ଅଣ୍ଡା ପାଇଁ ୧୭୦୦ଟଙ୍କା ଆଦାୟ କରାଯାଇଥିଲା।

ଏହାରି ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ହୋସ୍‌ ଉଡିଯିବ। ନିକଟରେ ଅଷ୍ଟ୍ରେଲିଆର କ୍ରିକେଟ ଖବରଦାତା ପିଟର ଲାଲୋରଙ୍କଠାରୁ ମାଞ୍ଚେଷ୍ଟରରେ ଥିବା ଏକ ହୋଟେଲ ଗୋଟିଏ ବିୟର ପାଇଁ ୭୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଛି। ସୂଚନାଯୋଗ୍ୟ, ମାଲମେଶନ ହୋଟେଲକୁ ପିଟର ଲାଲୋର ଓ ତାଙ୍କର କିଛି ସାଙ୍ଗ ଯାଇଥିଲେ। ସେଠାରେ ସେମାନେ ବିୟର ପାର୍ଟି କରିଥିଲେ। ହେଲେ ଯେତେବେଳେ ସେମାନଙ୍କ ହାତରେ ବିୟରର ବିଲ୍‌ ଦିଆଯାଇଥିଲା ସେତେବେଳେ ତାଙ୍କ ସବୁ ନିଶା ଉଡ଼ିଯାଇଥିଲା। କାରଣ ତାଙ୍କ ଆକାଉଣ୍ଟରୁ ୯୯,୯୮୩.୬୪ ଡଲାର (ପ୍ରାୟ ୭୧ ଲକ୍ଷ ୬୫ ହଜାର ୩୧ ଟଙ୍କା) କଟି ଯାଇଥିଲା। ବିଲ୍‌ ଦେଉଥିବା ବେଳେ ପିଟର ଚଷମା ପିନ୍ଧି ନ ଥିବାରୁ ଟଙ୍କା ବାବଦରେ ତାଙ୍କୁ କିଛି ଜଣା ନ ଥିଲା। ହେଲେ ହୋଟେଲର ଜଣେ ଷ୍ଟାଫ୍‌ ଏନେଇ ତାଙ୍କୁ ଜଣାଇବା ପରେ ସେ ହୋଟେଲର ମ୍ୟାନେଜର ସହ କଥା ହୋଇଥିଲେ। ବାସ୍ତବିକ ବିଲ୍‌ ପରେ ଥିବା ଅତିରିକ୍ତ ଟଙ୍କାକୁ ତାଙ୍କୁ ଫେରାଇ ଦିଆଯିବ ବୋଲି ମ୍ୟାନେଜର କହିଥିଲେ। ଏଥିସହ ଏଭଳି ଭୁଲ କିପରି ହେଲା ସେ ନେଇ ଯାଞ୍ଚ କରାଯିବ ବୋଲି କହିବା ସହ ସେ ପିଟରଙ୍କୁ କ୍ଷମା ମାଗିଥିଲେ। ଏହାପରେ ଘଟଣା ବାବଦରେ ପିଟର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।  ସେ ଲେଖିଥିଲେ, ଏହି ବିୟରକୁ ଦେଖ, ଏହା ଇତିହାସର ସବୁଠାରୁ ମହଙ୍ଗା ବିୟର।


Enter your email to get our daily news in your inbox.

All Right Reserved By Dharitri.Com

ପଣସ ଦ୍ୱାରା ଚାର୍ଜ ହେବ ମୋବାଇଲ ବ୍ୟାଟେରୀ

ସିଡ୍‌ନୀ,୯।୩: ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞଙ୍କ ଦ୍ୱାରା ଜର୍ନାଲ ଅଫ୍‌ ଏନର୍ଜି ଷ୍ଟୋରେଜରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡିଛି ଯେ ଏବେ ପଣସ ଓ ଦୁରିଆନ...

ଆମରି ନାଆରେ ଆମେ ନାଉରି ତ…

ପିଲା ଦିନେ ଗର୍ବର ସହିତ ଗୀତ ବୋଲୁଥିଲୁ- ଦେଶ ଚଳାଉଛୁ ଆମେ ଆମରି- ଆମରି ନାଆରେ ଆମେ ନାଉରି। ଆଜି ମନରେ ପ୍ରଶ୍ନ ଆସୁଛି- ଆମରି...

ଏହି ବ୍ୟକ୍ତିଙ୍କର ୨୭ ସ୍ତ୍ରୀ, ୧୫୦ ସନ୍ତାନ; ପରିବାର ସମ୍ପର୍କରେ ଏମିତି କହିଲେ ପୁଅ

୬୪ ବର୍ଷୀୟ ଓ୍ବିନ୍‌ଷ୍ଟନ ବ୍ଲାକମୋର କାନାଡାର ସବୁଠୁ ପରିଚିତ ବ୍ୟକ୍ତି ଯେ କି ଏକାଧିକ ବିବାହ କରିଛନ୍ତି। କଲମ୍ବିଆରେ ରହୁଥିବା ଓ୍ବିନ୍‌ଷ୍ଟନଙ୍କ ରହିଛନ୍ତି ୧୫୦ ସନ୍ତାନ।...

ଅଲ୍‌ କାଏଦା ମୁଖ୍ୟ ଅଲ୍‌ ଜଓ୍ବାହରି ମୃତ

କାବୁଲ, ୨୧ା୧୧: ଆତଙ୍କବାଦୀ ସଙ୍ଗଠନ ଅଲ୍‌ କାଏଦାର ମୁଖ୍ୟ ଅଲ୍‌ ଜଓ୍ବାହରି ଆଫଗାନିସ୍ତାନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆରବ ନ୍ୟୁଜ୍‌ରେ ଏଭଳି ଖବର ପ୍ରକାଶ ପାଇଛି।...

ମାର୍କ ଟୁଲିଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ

ଲଣ୍ଡନ,୩୦ା୬(ପି.ଟି.):ବିଶିଷ୍ଟ ବ୍ରିଟେନ ଖବରଦାତା ସାର୍‌ ମାର୍କ ଟୁଲିଙ୍କୁ ବ୍ରିଟିଶ-ଭାରତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ‘ଜୀବନବ୍ୟାପୀ ସଫଳତା ପୁରସ୍କାର’ ମିଳିଛି। ଟୁଲି ବିବିସିର ପୂର୍ବତନ ବ୍ୟୁରୋ...

ପୁଅକୁ ଫେରାଇ ଆଣିଲା ‘ଗୁଗଲ ଆର୍ଥ’

କାନ୍‌ବେରା: ସୋସିଆଲ ମିଡିଆ ହେଉ ଅବା ଇଣ୍ଟରନେଟ୍‌ ଅନେକଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିଛି ଏହି ଅତ୍ୟାଧୁନୀକ ନେଟ୍‌ଓ୍ବାର୍କିଂ ସେବା। ବହୁଳ ବ୍ୟବହୃତ ଏହି ସୁବିଧା...

କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ...

ଶାହଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଉ: ଦାବି କଲା ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ

ଓ୍ବାଶିଂଟନ,୧୦।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଉ ବୋଲି ଆମେରିକା ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ ପକ୍ଷରୁ ଦାବି ହୋଇଛି। ନାଗରିକ...

Advertisement
Archives

Model This Week